Advertisment

ଦୀପାବଳିରେ ଏପରି ସଜାନ୍ତୁ ନିଜ ଘରକୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଦିନ କେଇଟା ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥା’ନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ  ଘରଦ୍ୱାରା ସଫା ସଫି କରିବା ସହ ଘରକୁ ଭଲ ଭାବରେ ସଜେଇ ଥା’ନ୍ତି। ତେବେ ଆସନ୍ତୁ ଜାଣିବା  କିପରି ଭାବରେ ଏହି ଦିନ ଘର ସଜାଇଲେ ଧନସଂପତ୍ତି ବଢ଼ିବା ସହ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିବ। […]

author-image
Tapaswini Nayak
ଦୀପାବଳିରେ ଏପରି ସଜାନ୍ତୁ ନିଜ ଘରକୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

Diwali celebration

ଦିନ କେଇଟା ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମା' ଲକ୍ଷ୍ମୀ ଘରକୁ ଆସିଥା'ନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମା' ଲକ୍ଷ୍ମୀଙ୍କ ଆଗମନ ପାଇଁ  ଘରଦ୍ୱାରା ସଫା ସଫି କରିବା ସହ ଘରକୁ ଭଲ ଭାବରେ ସଜେଇ ଥା'ନ୍ତି।

Advertisment

ତେବେ ଆସନ୍ତୁ ଜାଣିବା  କିପରି ଭାବରେ ଏହି ଦିନ ଘର ସଜାଇଲେ ଧନସଂପତ୍ତି ବଢ଼ିବା ସହ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିବ। ଏଥିସହ ମା' ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ।

ଦେବୀ ଲକ୍ଷ୍ମୀଙ୍କ ପାଦଚିହ୍ନ: ଦେବୀ ଲକ୍ଷ୍ମୀଙ୍କ ପାଦଚିହ୍ନ ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ। ମନେରଖନ୍ତୁ, ଏହି ପାଦଚିହ୍ନ ଘର ଭିତର ଭାଗରେ ରହିବା ଉଚିତ।

Advertisment

ସ୍ୱସ୍ତିକ: ଘରର ମୁଖ୍ୟ ଦ୍ୱାରରେ ଏକ ରୁପାର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ। ଯଦି ରୁପା ସ୍ୱସ୍ତିକ ନ ଲଗାଇ ପାରୁଛନ୍ତି, ତା’ହେହେଲେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ। ଏହା କରିବା ଦ୍ୱାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଏହାସହ  ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ସବୁବେଳେ ରହିଥାଏ।

ତୋରଣ: ଦୀପାବଳିରେ ଘରର ମୁଖ୍ୟ ଦ୍ୱାରାରେ ତୋରଣ ଲଗାନ୍ତୁ। ଆମ୍ବ କିମ୍ବା କଦଳୀ ପତ୍ର ତୋରଣ ଶୁଭଙ୍କର ହୋଇଥାଏ। ଏଥିପାଇଁ ଘର ମୁଖ୍ୟ ଦ୍ୱାର ଆଗରେ ଆମ୍ବ ଓ କିମ୍ବା କଦଳୀ ପତ୍ର ତୋରଣ ଲଗାନ୍ତୁ। ଆପଣ ଫୁଲର ତୋରଣ ବି ବ୍ୟବହାର କରି ପାରିବେ।

ରଙ୍ଗୋଲି: ଘରର ସମ୍ମୁଖ ଭାଗରେ ରଙ୍ଗୋଲି ବନାନ୍ତୁ। ରଙ୍ଗୋଲି ବନାଇବା ଦ୍ୱାରା ପରିବାର ସୁଖ ସମୃଦ୍ଧି ବଜାୟ ରହିବା ସହ ଘରେ ଶାନ୍ତିର ବାତାରଣ ରହିଥାଏ। ଦୀପାବଳିରେ ରଙ୍ଗୋଲି ବନାଇବା ସହ ଏକ କଳସ ତା’ ନିକଟରେ ରଖନ୍ତୁ।