ଘରେ ହେଉ ଅବା ମନ୍ଦିରରେ, ପୂଜା କଲା ବେଳେ ଠାକୁରଙ୍କ ଦେହରୁ ଫୁଲ ଖସିବା ଆପଣ କେବେ ନା କେବେ ଦେଖିଥିବେ ନିଶ୍ଚୟ! ଅନେକ କହନ୍ତି ଏହା ଶୁଭ। ଭଗବାନ ଭକ୍ତ ଉପରେ ପ୍ରସନ୍ନ ଥିବା ନେଇ ଏହା ହେଉଛି ଏକ ସଙ୍କେତ। କୁହାଯାଏ, ପୂଜା କରିବା ବେଳେ ଭଗବାନ ପ୍ରସନ୍ନ ଥିବା ନେଇ ଅନେକ ସଙ୍କେତ ଦିଅନ୍ତି, କିନ୍ତୁ ଆମେ ସେଗୁଡ଼ିକୁ ଜାଣିପାରନ୍ତି ନାହିଁ। ଆସନ୍ତୁ ସେଥିମଧ୍ୟରୁ କିଛି ସଙ୍କେତ ବିଷୟରେ ଜାଣିବା ଯେଉଁଗୁଡ଼ିକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।
- ଯଦି ଆପଣ ଭଗବାନଙ୍କ ନିକଟରେ ଜଳାଇଥିବା ଦୀପର ଶିଖା ଅଧିକ ଉପରକୁ ଉଠେ, ତା’ହେଲେ ଶୁଭ ହୋଇଥାଏ।
- ଧୂପ କାଠିରୁ ବାହାରୁଥିବା ଧୂଆଁ ଯଦି ଭଗବାନଙ୍କ ମୁହଁ ଆଡ଼କୁ ଯାଇ ଓମ୍ ଆକୃତି ହୁଏ, ତା’ହେଲେ ଜାଣିବେ ଭଗବାନ ସନ୍ତୁଷ୍ଟ ହୋଇ ଶୁଭ ସଙ୍କେତ ଦେଇଛନ୍ତି।
- ଅତିଥିଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଏ। ପୂଜା ଓ ଆଳତି ସମୟରେ ଘରକୁ ଅତିଥି ଆସିଲେ ବହୁତ ଶୁଭ ବୋଲି କୁହାଯାଏ। ସେଥିପାଇଁ ଘରକୁ ଆସୁଥିବା ଅତିଥିଙ୍କୁ କେବେ ତିରସ୍କାର କରନ୍ତୁ ନାହିଁ।
- ଘରେ ପୂଜାପାଠ କରିବା ସମୟରେ ଯଦି କୌଣସି ବ୍ୟକ୍ତି ଉପହାର ନେଇ ଆସନ୍ତି, ତା’ହେଲେ ଖୁବ୍ ଶୁଭ ହୋଇଥାଏ।
- ଯଦି ଘରେ ପୂଜା କରିବା ବେଳେ ବ୍ରାହ୍ମଣ କିମ୍ବା ଭିକ୍ଷୁକ ଆସନ୍ତି, ତା’ହେଲେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Vastu
ବିନା ଖର୍ଚ୍ଚରେ ବି ଦୂର କରିହେବ ଘରର ବାସ୍ତୁ ଦୋଷ, ଜାଣନ୍ତୁ କିପରି...
ସ୍ୱପ୍ନର ଘର ଖଣ୍ଡେ ପାଇଁ ସମସ୍ତେ ବହୁତ କଷ୍ଟ କରିଥାନ୍ତି। ହେଲେ ବେଳେବେଳେ ଏହି ଘରେ ରହି ଯାଇଥିବା ବାସ୍ତୁ ଦୋଷ ପାଇଁ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏଥିପାଇଁ ଆପଣଙ୍କୁ ପୁଣି ଥରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ହେଲେ ଜାଣିଛନ୍ତି କି ବିନା ଟଙ୍କା ଖର୍ଚ୍ଚରେ ବି ସାମାନ୍ୟ ବାସ୍ତୁ ଟିପ୍ସ ଫଲୋ କରି ଆପଣ ନିଜ ପରିବାରର ସୁଖଶାନ୍ତି ପୁଣି ଥରେ ଫେରି ପାଇବେ। ଏହାଦ୍ୱାରା ଘରେ ଥିବା ବାସ୍ତୁ […]
Vastu
କେଉଁ ଦିନ ଜୋତା, ଚପଲ କିଣିଲେ କୋପ କରିବେ ଶନି, ଜାଣନ୍ତୁ, ବାସ୍ତୁ ଶାସ୍ତ୍ର ନିୟମ
ବାସ୍ତୁ ଶାସ୍ତ୍ରକୁ ଅନୁସରଣ କଲେ ଜୀବନରେ ଆସୁଥିବା ବହୁ ବାଧାବିଘ୍ନ ଟଳି ଯାଇଥାଏ। ଏପରିକି ଜୀବନରେ ଦେଖାଦେଉଥିବା ଜଟିଳତା ବି ବହୁ ମାତ୍ରାରେ ସହଜ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପ୍ରତି କାମ ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ହୋଇଛି। ଉକ୍ତ ସମୟକୁ ବାଦ ଦେଇ ଅନ୍ୟ ସମୟରେ ଉକ୍ତ କାମ କଲେ ନିହାତି ଭାବେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି କୁହାଯାଏ। ଯେପରି କିଛି ମୂଲ୍ୟବାନ ଜିନିଷ ଯଥା […]
Vastu
ଘରେ ବାସ୍ତୁଦୋଷ ଅଛି ବୋଲି ଜାଣିବେ କିପରି ?
ଘରେ ବାସ୍ତୁ ଦୋଷ ରହିଲେ ବିଭିନ୍ନ ସମସ୍ୟା ଉପୁଜେ। ଅନେକ ସମୟରେ ଆମେ ସେହି ସବୁ ସମସ୍ୟା ଘରର ବାସ୍ତୁଦୋଷ ହେତୁ ଘଟୁଛି ବୋଲି ଜାଣିପାରୁନାହିଁ। ସେଥିପାଇଁ ଯେତେ ଯାହା କଲେ ବି ସେଗୁଡ଼ିକର ସମାଧାନ ହୋଇପାରେ ନାହିଁ। ତା’ହେଲେ ଘରେ ବାସ୍ତୁଦୋଷ ଅଛି ବୋଲି କେମିତି ଜାଣିବେ? ଏନେଇ ଜଣାଶୁଣା ବାସ୍ତବିଦ୍ ଡକ୍ଟର ମନୋଜ ଲେଙ୍କା କିଛି ଟିପ୍ସ ଦେଇଛନ୍ତି। ସେଗୁଡ଼ିକ ସଂପର୍କରେ ଜାଣି ନିଅନ୍ତୁ। ବିନା କାରଣରେ ଘରେ ଛୋଟ ପିଲା ବାରମ୍ବାର କାନ୍ଦିବା […]
Vastu
ଦୀପାବଳିରେ ଏପରି ସଜାନ୍ତୁ ନିଜ ଘରକୁ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା
ଦିନ କେଇଟା ପରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମା’ ଲକ୍ଷ୍ମୀ ଘରକୁ ଆସିଥା’ନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଘରଦ୍ୱାରା ସଫା ସଫି କରିବା ସହ ଘରକୁ ଭଲ ଭାବରେ ସଜେଇ ଥା’ନ୍ତି। ତେବେ ଆସନ୍ତୁ ଜାଣିବା କିପରି ଭାବରେ ଏହି ଦିନ ଘର ସଜାଇଲେ ଧନସଂପତ୍ତି ବଢ଼ିବା ସହ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିବ। […]
Vastu
ଠାକୁର ଘରେ ଶୁଖିଲା ଫୁଲ ରଖୁଛନ୍ତି କି? ହୋଇଯା’ନ୍ତୁ ସାବଧାନ
ବିନା ଫୁଲରେ କୌଣସି ବି ପୂଜା ସମ୍ପୂର୍ଣ୍ଣ ହୁଏନି। ପୂଜା ପାଇଁ ଭଳି କି ଭଳି ଫୁଲ ତଥା ଫୁଲ ମାଲ ଲୋଡା ପଡିଥାଏ। ଘରେ ଥିବା ଠାକୁର ଘରେ ମଧ୍ୟ ପୂଜା କରିବା ସମୟରେ ଫୁଲର ଆବଶ୍ୟକତା ପଡେ। କୁହାଯାଏ ଯେ, ଠାକୁର ଫୁଲ ପ୍ରିୟ ହୋଇଥା’ନ୍ତି। ସେ ଘରେ ହେଉ ଅବା ଅଫିସରେ, ଠାକୁରଙ୍କୁ ନିଶ୍ଚିତ ରୂପେ ଫୁଲ ଅର୍ପଣ କରାଯାଇଥାଏ। ସକାଳେ ଭୋଗ ସହିତ ସମସ୍ତେ ଭଗବାନଙ୍କ ମନ୍ଦିରରେ ତାଜା ଫୁଲ ମଧ୍ୟ […]