Advertisment

ଜାଣନ୍ତୁ କେଉଁ ଗ୍ରହଙ୍କ ନାଁରେ ରହିଛି ଆପଣଙ୍କ ଘର: ପଡ଼ିପାରନ୍ତି ଏସବୁ ସମସ୍ୟାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ପ୍ରତ୍ୟେକ ଘର କୌଣସି ନା କୌଣସି ଗ୍ରହଙ୍କୁ ସୂଚାଇ ଥାଏ। ଆପଣ ଜାଣିଛନ୍ତି ଆପଣଙ୍କ ଘର କେଉଁ ଗ୍ରହଙ୍କୁ ସୂଚାଇ ଥାଏ? ଆପଣଙ୍କ ଘର କେଉଁ ଗ୍ରହଙ୍କୁ ସୂଚିତ କରୁଛି ଓ ଏହା ଆପଣଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇପାରେ, ଆସନ୍ତୁ ସେ ବିଷୟରେ ଜାଣିବା। ସୂର୍ଯ୍ୟ ଘର: ଘରର ସମ୍ମୁଖ ପୂର୍ବ ଦିଗକୁ ହୋଇଥିଲେ ଏହାକୁ ସୂର୍ଯ୍ୟ ଘର କୁହାଯାଇଥାଏ। ଗେଟ୍‌ର ଡାହାଣ ପାଖରେ ଜଳଉତ୍ସ, ଘର ପରିସରରେ […]

ଅଦ୍ୟତନ ହୋଇଛି
ଜାଣନ୍ତୁ କେଉଁ ଗ୍ରହଙ୍କ ନାଁରେ ରହିଛି ଆପଣଙ୍କ ଘର: ପଡ଼ିପାରନ୍ତି ଏସବୁ ସମସ୍ୟାରେ

tanglewood-house

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ପ୍ରତ୍ୟେକ ଘର କୌଣସି ନା କୌଣସି ଗ୍ରହଙ୍କୁ ସୂଚାଇ ଥାଏ। ଆପଣ ଜାଣିଛନ୍ତି ଆପଣଙ୍କ ଘର କେଉଁ ଗ୍ରହଙ୍କୁ ସୂଚାଇ ଥାଏ? ଆପଣଙ୍କ ଘର କେଉଁ ଗ୍ରହଙ୍କୁ ସୂଚିତ କରୁଛି ଓ ଏହା ଆପଣଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇପାରେ, ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

house

ସୂର୍ଯ୍ୟ ଘର: ଘରର ସମ୍ମୁଖ ପୂର୍ବ ଦିଗକୁ ହୋଇଥିଲେ ଏହାକୁ ସୂର୍ଯ୍ୟ ଘର କୁହାଯାଇଥାଏ। ଗେଟ୍‌ର ଡାହାଣ ପାଖରେ ଜଳଉତ୍ସ, ଘର ପରିସରରେ ଅଧିକ ଫଳୁଥିବା ଗଛ ଓ ବଡ଼ କବାଟ ଥିବା ଘରକୁ ମଧ୍ୟ ସୂର୍ଯ୍ୟ ଘର କୁହାଯାଇଥାଏ। ଘରକୁ ପବନ ତୁଳନାରେ ଅଧିକ ଆଲୋକ ଆସୁଥିଲେ ଏହା ଶୁଭ ନୁହେଁ। କାରଣ ଅଧିକ ଆଲୋକ ଆପଣଙ୍କ ଜୀବନରେ ଅନ୍ଧାର ଘୋଟି ଆସିବାର କାରଣ ବି ହୋଇପାରେ। ଏପରି ଘରେ ବାସ୍ତୁ ଠିକ୍‌ ରହିବା ଦରକାର। ତେଣୁ ଆବଶ୍ୟକ ମୁତାବକ ଆଲୋକ ଓ ପବନ ଯେମିତି ଘର ଭିତରକୁ ଆସୁଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି।

house

ଚନ୍ଦ୍ର ଘର: ପଶ୍ଚିମ କିମ୍ବା ଉତ୍ତର ଦିଗରେ ଥିବା ଘରକୁ ଚନ୍ଦ୍ର ଘର କୁହାଯାଇଥାଏ। ଏହି ଦିଗରେ ଘର ନଥିଲେ ବି ୨୫ ହାତ ଦୂର କିମ୍ବା ଘର ଆଗରେ ଜଳଉତ୍ସ ଥିଲେ ଏହାକୁ ମଧ୍ୟ ଚନ୍ଦ୍ରଘର କୁହାଯାଇଥାଏ। ଯଦି ଘର ଆଖପାଖରେ ଶନିଙ୍କ ସହ ସମ୍ବନ୍ଧ ଥିବା ଗଛ ଥିବ ତେବେ ଏହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ।

Advertisment

house

ମଙ୍ଗଳ ଘର: ମଙ୍ଗଳ ଗ୍ରହଙ୍କ ଦିଗ ହେଉଛି ଦକ୍ଷିଣ। ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଅଛନ୍ତି, ତେବେ ଏହା ଆପଣଙ୍କୁ ଜୀବନକୁ ଏପଟ ସେପଟ କରିଦେଇ ପାରେ। ଏପରି ସ୍ଥିତିରେ ଲିମ୍ବ ଗଛ ଆପଣ ଭାଗ୍ୟ ନିର୍ଦ୍ଧାରିତ କରିବ। ଲିମ୍ବ ଗଛ ଦକ୍ଷିଣ ଦିଗରେ ଥିବା ନକାରାତ୍ମକ ଶକ୍ତିକୁ କମାଇଥାଏ। ହେଲେ କୁଣ୍ଡଳୀରେ ମଙ୍ଗଳ ଥିଲେ, ଲିମ୍ବ ଗଛ ଶୁଭ କି ଅଶୁଭ ପ୍ରଭାବ ପକାଇବ ତାହା କହିବା କାଠିକର ପାଠ।

house

ବୁଧ ଘର: ଉତ୍ତର ଦିଗରେ ଘର ଥିଲେ ଓ ଚାରିପାଖ ଖାଲି ଥିଲେ ଏହାକୁ ବୁଧ ଘର କୁହାଯାଇଥାଏ। ଏପରି ଘର ସବୁଠୁ ଅଲଗା ଦିଶିଥାଏ। ଘର ଆଖପାଖରେ ଚଉଡ଼ା ପତ୍ରର ଗଛ ଥିଲେ ଏହାକୁ ମଧ୍ୟ ବୁଧ ଘର କୁହାଯାଇଥାଏ। ଯଦି ଘର ଆଖପାଖରେ ଚନ୍ଦ୍ରଙ୍କ ସହ ସମ୍ବନ୍ଧ ଥିବା ଗଛ ଥିବ ତେବେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ। ବିଶେଷ କରି ଚାକିରି ସମସ୍ୟା ଓ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ।

house

ବୃହସ୍ପତି ଘର: ବୃହସ୍ପତି ଘର ବହୁତ ଭଲ ହୋଇଥାଏ। ଏହି ଘରେ ସବୁ ବେଳେ ଶୁଦ୍ଧ ପବନ ପ୍ରବାହିତ ହୋଇଥାଏ। ଏପରି ଘର ଆଗରେ ଓସ୍ତ ଗଛ କିମ୍ବା ଧର୍ମ ସ୍ଥଳ ରହିଥାଏ। ଏହାର ମୁଖ୍ୟଦ୍ୱାର ଉତ୍ତର ଦିଗକୁ ରହିଥାଏ। ଏହି ଘରେ କେବେ ବି କୌଣସି ଅଘଟଣ ଘଟି ନଥାଏ। ପରିବାର ଲୋକଙ୍କ ମନ ଶାନ୍ତ ରହେ ଓ ମାନ-ସମ୍ମାନ ବୃଦ୍ଧି ପାଇଥାଏ। ହେଲେ ବୃହସ୍ପତିଙ୍କ ଶତ୍ରୁ ଗ୍ରହଙ୍କ ସହ ସମ୍ବନ୍ଧ ଥିବା କୌଣସି ଗଛ ଘରର ଆଖପାଖରେ ଥିଲେ ସମସ୍ୟା ଉପୁଜିଥାଏ। ଏହାଦ୍ୱାରା ବୃହସ୍ପତିଙ୍କ ଭଲ ପ୍ରଭାବ କମି ଯାଏ।

house

ଶୁକ୍ର ଗ୍ରହ:ଶୁକ୍ର ଅଗ୍ନି ଦିଗର ସ୍ୱାମୀ। ଘରେ କୌଣସି ସ୍ଥାନ ମାଟିର ରହିଥିଲେ, ଏଠାରେ ଶୁକ୍ରଙ୍କ ପ୍ରଭାବ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଘରେ କୌଣସି ସ୍ଥାନରେ ଟାଇଲ୍, ମାର୍ବଲ ହେଉ କି କାରପେଟ୍‌ ପକାଯାଇ ନଥିଲେ ତାକୁ ମଧ୍ୟ ଶୁକ୍ର ଘର କୁହାଯାଇଥାଏ। ଘର ଆଖପାଖରେ କପା ଗଛ, ମନିପ୍ଲାଣ୍ଟ ଥିଲେ ଏହାକୁ ମଧ୍ୟ ଶୁକ୍ର ଘର କୁହାଯାଇଥାଏ। ଶୁକ୍ର ଓ ଚନ୍ଦ୍ରଙ୍କ ଦିଗ ସମାନ। ଗ୍ରାମାଞ୍ଚଳରେ ଏପ୍ରକାର ଘର ଅଧିକ ଦେଖିବାକୁ ମିଳିଥାଏ। ଏହି ଘରର ଲୋକଙ୍କୁ ମିଶ୍ର ଫଳ ମିଳିଥାଏ।

house

ଶନି ଘର:ପଶ୍ଚିମ ଦିଗକୁ ଛାଡ଼ି ଅନ୍ୟ କୌଣସି ଦିଗରେ ଦ୍ୱାର ଥିଲେ ଓ ଖଣ୍ଡା ଟଙ୍ଗା ଯାଇଥିବା ଘରେ ଶନିଙ୍କ ପ୍ରଭାବ ରହିଥାଏ। ଖଣ୍ଡା ନଥିଲେ ଓ ଆଖପାଖରେ କଣ୍ଟାଳିଆ ଗଛ, ଆମ୍ବ ଏବଂ ଖଜୁରୀ ଗଛ ଥିଲେ ଏହାକୁ ଶନି ଘର ମଧ୍ୟ କୁହାଯାଇଥାଏ। ଯଦି ଏହି ୩ଟି ଗଛ ଏକାଠି ଅଛି, ତେବେ ଜାଣି ରଖନ୍ତୁ ଶନିଙ୍କ ପ୍ରଭାବ ଏହି ଘର ଉପରେ ବହୁତ ରହିଛି। ଏପରି ଘରର ପଛ କାନ୍ଥ ଦୁର୍ବଳ ରହିଥାଏ। ଯଦି ଏହି କାନ୍ଥ ଭାଙ୍ଗି ଯାଏ, ତେବେ ଜାଣିବେ ଶନିଙ୍କ ଖରାପ ପ୍ରଭାବ ପଡ଼ିବାର ଏହା ହେଉଛି ସଙ୍କେତ।

house

ରାହୁ ଘର:ରାହୁଙ୍କ ଦିଗ ହେଉଛି ତ୍ରିଶୂଳ ଦିଗ। ଶୌଚାଳୟରେ ରାହୁ ବାସ କରନ୍ତି। ଏପରି ଘରେ ଖରାପ ଭାବନା ଜାତ ହୋଇଥାଏ। ଯଦି ରାହୁର ପ୍ରଭାବ ଭଲ ଅଛି ତେବେ ଘରଟି ନିଶ୍ଚିତ ଧନବାନ୍ ବ୍ୟକ୍ତିଙ୍କର ହୋଇଥିବ। ଯଦି ରାହୁଙ୍କ ପ୍ରଭାବ ଖରାପ ଅଛି ଜାଣିବେ ଏଠାରେ ଭୂତପ୍ରେତଙ୍କ ବାସ ରହିଛି। ବହୁ ଦିନରୁ ଖାଲି ପଡ଼ିଥିବା ଓ ଭୟଙ୍କର ଦିଶୁଥିବା ଘରେ ମଧ୍ୟ ରହୁଙ୍କ ପ୍ରଭାବ ରହିଥାଏ। ଯଦି ଘର ଆଖପାଖରେ କ୍ୟାକ୍‌ଟସ୍‌ କିମ୍ବା କଣ୍ଟାଯୁକ୍ତ ବୁଦା ରହିଛି ଏହାକୁ ରାହୁଙ୍କ ଘର ବୋଲି ଧରି ନେବେ। ଏପରି ଘରେ ହତ୍ୟା କିମ୍ବା ଆତ୍ମହତ୍ୟା ପରି ଘଟଣା ଘଟିପାରେ। ପୁଣି ଏପରି ଘରକୁ ସଂପର୍କୀୟମାନେ କମ୍ ଆସିଥାଆନ୍ତି।

house

କେତୁ ଘର: କେତୁ ଘର ଆପଣ ପାଇଁ ଭଲ ବି ହୋଇପାରେ ଓ ଖରାପ ବି ହୋଇପାରେ। ୩ ପଟରେ ଘର ଥାଇ ଗୋଟିଏ ପଟ ଖାଲି ଥିବ, ଅଥବା ୩ ପଟ ଖାଲି ଥାଇ ଗୋଟେ ପଟେ ଘର ଥିଲେ, ଏହାକୁ କେତୁ ଘର କୁହାଯାଇଥାଏ। ଏପରି ଘରେ ପୁରୁଷଙ୍କ ସଂଖ୍ୟା ୩ ଥାଏ। ଏପରି ଘରର ଆଖପାଖରେ ଅଁଳା, ତୈଳଜାତ ବୃକ୍ଷ ଓ କଦଳୀ ଗଛ ଥାଇପାରେ। ଏପରି ଘରେ ପିଲାମାନଙ୍କୁ ନେଇ ହଠାତ ସମସ୍ୟା ଉପୁଜିଥାଏ। ବିଶ୍ୱାସଘାତକତାର ଶିକାର ହେବାର ସମ୍ଭାବାନା ଅଧିକ ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe