ଜାଣନ୍ତୁ, କାହା ପାଇଁ, କେଉଁ ଭଳି ଜୋତା ଅଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ଦୁର୍ଭାଗ୍ୟ ଓ ସୌଭାଗ୍ୟକୁ ପାଦର ଜୋତା ପ୍ରଭାବିତ କରିଥାଏ। କିଛି ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ କିସମର ଜୋତା ଅଶୁଭ ମଧ୍ୟ ହୋଇଥାଏ। ଏବେ ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାହାପାଇଁ କେଉଁଭଳି ଜୋତା ପିନ୍ଧିବା ମନା। ୧- ଜ୍ୟୋତିର୍ବିତ୍‌ଙ୍କ କହିବା ଅନୁସାରେ, କାହାଠାରୁ ଉପହାର ଆକାରରେ ମିଳିଥିବା ଜୋତା ବ୍ୟବହାର କରିବା ଉଚିତ୍ ନୁହେଁ। ଉପହାରରେ ମିଳିଥିବା ଜୋତା ପିନ୍ଧିଲେ, ବିଭିନ୍ନ କ୍ଷେତ୍ରରେ ସଫଳତା ମିଳି ନ […]

brown-shoes

Tapaswini Nayak
  • Published: Monday, 20 August 2018
  • , Updated: 20 August 2018, 09:01 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବ୍ୟକ୍ତିର ଦୁର୍ଭାଗ୍ୟ ଓ ସୌଭାଗ୍ୟକୁ ପାଦର ଜୋତା ପ୍ରଭାବିତ କରିଥାଏ। କିଛି ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ କିସମର ଜୋତା ଅଶୁଭ ମଧ୍ୟ ହୋଇଥାଏ।

ଏବେ ଆସନ୍ତୁ ଜାଣିବା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କାହାପାଇଁ କେଉଁଭଳି ଜୋତା ପିନ୍ଧିବା ମନା।

୧- ଜ୍ୟୋତିର୍ବିତ୍‌ଙ୍କ କହିବା ଅନୁସାରେ, କାହାଠାରୁ ଉପହାର ଆକାରରେ ମିଳିଥିବା ଜୋତା ବ୍ୟବହାର କରିବା ଉଚିତ୍ ନୁହେଁ। ଉପହାରରେ ମିଳିଥିବା ଜୋତା ପିନ୍ଧିଲେ, ବିଭିନ୍ନ କ୍ଷେତ୍ରରେ ସଫଳତା ମିଳି ନ ଥାଏ ଓ  ଭାଗ୍ୟ ଆପଣଙ୍କ ସାଥ୍‌ ଦେଇ ନ ଥାଏ।

୨- ଚାକିରି ଅନୁସନ୍ଧାନ ଓ ଇଣ୍ଟର୍‌ଭ୍ୟୁ ପାଇଁ ଗଲା ବେଳେ ଫଟା ଜୋତା ପିନ୍ଧି ଯିବା ଆଦୌ ଉଚିତ୍‌ ନୁହେଁ। ଏହା ଆପଣଙ୍କ ସଫଳତାରେ ପ୍ରତିବନ୍ଧକ ସାଜିଥାଏ।

୩-  ଶିକ୍ଷାର୍ଥୀ ଓ ପରୀକ୍ଷାର୍ଥୀମାନେ ଡ୍ରାକ୍‌ ବ୍ରାଉନ୍‌ ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ। ଏହି ରଙ୍ଗର ଜୋତା ସେମାନଙ୍କୁ ଅଶୁଭ ଫଳ ଦିଏ।

୪- ମେଡିକାଲ୍‌ ଓ ଲୌହ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକେ ଧଳା ରଙ୍ଗର ଜୋତା ପିନ୍ଧିବା ଉଚିତ୍ ନୁହେଁ। ଏହି ରଙ୍ଗର ଜୋତା ସେମାନଙ୍କ ପାଇଁ ଆର୍ଥିକ ଅନଟନର କାରଣ ହୋଇଥାଏ। ସବୁବେଳେ ଅଭାବ ଲାଗି ରହିଥାଏ।

୫- ଅଫିସ୍‌ ବା କୌଣସି କାର୍ଯ୍ୟସ୍ଥଳୀକୁ ଗଲାବେଳେ ବ୍ରାଉନ୍‌ ରଙ୍ଗର ଜୋତା ପିନ୍ଧନ୍ତୁ ନାହିଁ । ଏହା ଦ୍ୱାରା ହେବାକୁ ଥିବା କାମ ବିଗିଡ଼ି ଯିବାର ଆଶଙ୍କା ରହିଛି।

Related story