Advertisment

ଦୀପାବଳିରେ ଏହିସବୁ ସାମଗ୍ରୀ ଘରକୁ ଆଣିଲେ ଦୂର ହେବ ବାସ୍ତୁ ଦୋଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ଶ୍ରଦ୍ଧାଳୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୂଆ ସାମଗ୍ରୀ ଘରକୁ ଆଣନ୍ତି। ଦୀପାବଳିରେ ନୂଆ ସମାଗ୍ରୀ ଘରକୁ ଆଣିଲେ, ମା’ ବର୍ଷତମାମ୍‌ ଘରକୁ ଶୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଏମିତି କିଛି ଜିନିଷ ଅଛି, ଯାହା ଦୀପାବଳିରେ ଘରକୁ ଆଣିଲେ ଶୁଭଦାୟକ ହୋଇଥାଏ। ମାଟିର ସୁରେଇ: ଦୀପାବଳିରେ ମାଟିର ଏକ […]

ଅଦ୍ୟତନ ହୋଇଛି
ଦୀପାବଳିରେ ଏହିସବୁ ସାମଗ୍ରୀ ଘରକୁ ଆଣିଲେ ଦୂର ହେବ ବାସ୍ତୁ ଦୋଷ

dipa

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀପାବଳିରେ ଶ୍ରଦ୍ଧାଳୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୂଆ ସାମଗ୍ରୀ ଘରକୁ ଆଣନ୍ତି। ଦୀପାବଳିରେ ନୂଆ ସମାଗ୍ରୀ ଘରକୁ ଆଣିଲେ, ମା’ ବର୍ଷତମାମ୍‌ ଘରକୁ ଶୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥା’ନ୍ତି ବୋଲି ବିଶ୍ୱାସ ରହିଛି।

Advertisment

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ, ଏମିତି କିଛି ଜିନିଷ ଅଛି, ଯାହା ଦୀପାବଳିରେ ଘରକୁ ଆଣିଲେ ଶୁଭଦାୟକ ହୋଇଥାଏ।

earthen pot

ମାଟିର ସୁରେଇ:

ଦୀପାବଳିରେ ମାଟିର ଏକ ସୁରେଇ କିଣି ଘରର ଉତ୍ତର ଦିଗରେ ପାଣି ଭରି ରଖନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଘରେ କେବେ ବି ଅର୍ଥର ଅଭାବ ରହିବ ନାହିଁ। ଯଦି ମାଟିର ସୁରେଇ ନ ମିଳି ପାରୁଛି, ତେବେ ମାଟି ହାଣ୍ଡି ବି କିଣି ପାରିବେ। କିନ୍ତୁ ମନେ ରଖିବେ, ସୁରେଇ ହେଉ କି ହାଣ୍ଡି, ଯାହା ବି କିଣିବେ, ତାହା ଘରେ ଯେମିତି କେବେ ଖାଲି ରହିବ ନାହିଁ। ସେଥିରେ ପାଣି ସରିବା ମାତ୍ରେ ଆଉଥରେ ପାଣି ଭରି ଦେଉଥିବେ।

Advertisment

metallic tortoise

ଧାତୁର କଇଁଛ:

ଅଧିକାଂଶ ଲୋକ ଜାଣନ୍ତି ଯେ କଇଁଛର ମୂର୍ତ୍ତି ‘ଫେଙ୍ଗ୍‌ ସୁଇ’ ଅନୁସାରେ ଶୁଭଦାୟକ। କିନ୍ତୁ ବାସ୍ତୁ ଶାସ୍ତ୍ରରେ କଇଁଛ ମୂର୍ତ୍ତିକୁ ଗୁରୁତ୍ୱ ଦିଆଯାଇଛି। ଘରେ ଧାତୁ ନିର୍ମିତି କଇଁଛ ରଖିବା ଦ୍ୱାରା ଧନ ସମୃଦ୍ଧି ବଜାୟ ରହିଥାଏ। କଇଁଛର ମୂର୍ତ୍ତି ସୁଖ ଓ ଶାନ୍ତିର ପ୍ରତୀକ ଭାବେ ଗଣାଯାଏ।

metal fish

ଧାତୁର ମାଛ:

ବିଶ୍ୱାସ ରହିଛି, ମାଛ ଘରକୁ ଧନ ଓ ସମୃଦ୍ଧି ଆଣେ। ‘ଫେଙ୍ଗ୍‌ ସୁଇ’ ଅନୁସାରେ, ଘରେ ଯଦି ଜୀଅନ୍ତା ମାଛ ରଖନ୍ତି, ତେବେ ୮ଟି ସୁନେଲି ଓ ଗୋଟିଏ କଳାମାଛ ରଖନ୍ତୁ। ଘରେ ମାଛମାନଙ୍କୁ ଦେଖି ମନକୁ ଶାନ୍ତି ମିଳିଥାଏ। ଆଉ ସେହି ମାଛ ଘରୁ ନକାରାତ୍ମକ ଉର୍ଜା ଦୂର କରିଥାଏ। ଯେଉଁମାନେ ଘରେ ଜୀଅନ୍ତା ମାଛ ରଖି ନ ପାରିବେ, ସେମାନେ ଧାତୁରେ ତିଆରି ମାଛ ମୂର୍ତ୍ତି ରଖିବା ଉଚିତ୍‌।

copper pyramid

ପିତଳ କିମ୍ବା ତମ୍ବାର ପିରାମିଡ୍‌:

ଦୀପାବଳିରେ ପିତଳ କିମ୍ବା ତମ୍ବାରେ ନିର୍ମିତ ପିରାମିଡ୍‌ କିଣି ଘରର ସେହି ଭାଗରେ ରଖନ୍ତୁ, ଯେଉଁଠି ପରିବାରର ଲୋକେ ସବୁଠୁ ଅଧିକ ସମୟ ବିତାନ୍ତି। ଏମିତି କରିବା ଦ୍ୱାରା ଘର ଲୋକଙ୍କ ଆୟ ବୃଦ୍ଧି ହୋଇଥାଏ।

Photo of Kuber & Laxmi

ଲକ୍ଷ୍ମୀ-କୁବେରଙ୍କ ଫଟୋ:

ଦୀପାବଳିରେ ଘରର ମୂଖ୍ୟ କବାଟ ଉପରେ ଲକ୍ଷ୍ମୀ ଓ କୁବେରଙ୍କ ଫଟୋ କିଣି ଲଗାନ୍ତୁ। ଏମିତି କରିବା ଦ୍ୱାରା ଅର୍ଥର ଅଭାବ ଦୂର ହୋଇଥାଏ।
ମୟୂର ପର: ଯଦି ଆପଣ ଘରେ ମୟୂର ପର ରଖନ୍ତି, ତେବେ ତାହା ଘରକୁ ସମୃଦ୍ଧିଶାଳୀ କରିଥାଏ। ତେବେ ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ରଖିଲେ, ଅର୍ଥର ଅଭାବ ଦୂର ହୁଏ।

ଆଗକୁ ପଢ଼ନ୍ତୁ : ଦୀପାବଳିରେ ଘରକୁ ସଜାନ୍ତୁ ଏମିତି …

Diwali 2020 Diwali Decoration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe