Advertisment

ପୂଜା ଘରେ ଏହି ସବୁ ନିୟମ ପାଳନ କଲେ ହୋଇଥାଏ ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଅନୁସାରେ ପୂଜାର ଏକ ବିଷେଶ ମୁହୂର୍ତ୍ତ ରହିଛି। ଆମେ ସମସ୍ତେ ଘରେ ପ୍ରତିଦିନ ପୂଜା କରିଥାଉ। ତେବେ ଆମେ ପୂଜା ଘରକୁ ନେଇ ବା ପୂଜା କରିବା ବିଧି ବିଷୟରେ ଅଳ୍ପ ବହୁତ ଜାଣିଥିବା ବେଳେ ତାହାକୁ ହିଁ ବିଶ୍ୱାସ କରି ପାଳନ କରିଥାଉ। ତେବେ ଆଜି ଆପଣଙ୍କୁ ପୂଜା ଘର କିପରି ହେବା ଆବଶ୍ୟକ ଏବଂ ଠାକୁରଙ୍କ ମୂର୍ତ୍ତି ବା ଫଟୋକୁ କେଉଁ ସ୍ଥାନରେ ରଖିବା ଦ୍ୱାରା ଶୁଭ ଫଳ […]

ଅଦ୍ୟତନ ହୋଇଛି
ପୂଜା ଘରେ ଏହି ସବୁ ନିୟମ ପାଳନ କଲେ ହୋଇଥାଏ ଶୁଭ

p11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଅନୁସାରେ ପୂଜାର ଏକ ବିଷେଶ ମୁହୂର୍ତ୍ତ ରହିଛି। ଆମେ ସମସ୍ତେ ଘରେ ପ୍ରତିଦିନ ପୂଜା କରିଥାଉ। ତେବେ ଆମେ ପୂଜା ଘରକୁ ନେଇ ବା ପୂଜା କରିବା ବିଧି ବିଷୟରେ ଅଳ୍ପ ବହୁତ ଜାଣିଥିବା ବେଳେ ତାହାକୁ ହିଁ ବିଶ୍ୱାସ କରି ପାଳନ କରିଥାଉ।

Advertisment

publive-image

ତେବେ ଆଜି ଆପଣଙ୍କୁ ପୂଜା ଘର କିପରି ହେବା ଆବଶ୍ୟକ ଏବଂ ଠାକୁରଙ୍କ ମୂର୍ତ୍ତି ବା ଫଟୋକୁ କେଉଁ ସ୍ଥାନରେ ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ, ସେ ବିଷୟରେ କହିବୁ। ତେବେ ପଢ଼ନ୍ତୁ ପୂଜା ଘରେ ଠାକୁରଙ୍କୁ ଆପଣ କେଉଁ ଦିଗରେ ରଖି ପୂଜା କରିବେ।

ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

publive-image

ବାସ୍ତୁ ଅନୁସାରେ ଠାକୁରଙ୍କ ମୁଖ ପୂର୍ବ ବା ଉତ୍ତର ଦିଗକୁ ରହିବା ଆବଶ୍ୟକ। କୁହାଯାଏ ଯେ, ଧନ ପାଇବା ପାଇଁ ଉତ୍ତର ଦିଗ ଏବଂ ଜ୍ଞାନ ପାଇବା ପାଇଁ ପୂର୍ବ ଦିଗକୁ ଠାକୁରଙ୍କ ମୂର୍ତ୍ତି ରଖି ପୂଜା କଲେ ଶୁଭ ଫଳ ମିଳିଥାଏ।

Advertisment

କେଉଁ ଦିଗରେ କେଉଁ ଦେବାଦେବୀଙ୍କୁ କରିବେ ପୂଜା

publive-image

ଦେବୀ ଏବଂ ପ୍ରଭୁ ହନୁମାନଙ୍କ ମୂର୍ତ୍ତି ବା ଫଟୋକୁ ଦକ୍ଷିଣ ଦିଗରେ, ଉତ୍ତରରେ ଗଣେଶ, ଲକ୍ଷ୍ମୀ, କୁବେରଙ୍କ ମୂର୍ତ୍ତି, ଉତ୍ତର-ପୂର୍ବ ଦିଗରେ, ରାମ, ରାଧାକୃଷ୍ଣ ମୂର୍ତ୍ତି ପୂର୍ବ ଦିଗରେ ରଖି ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପୂଜା ସ୍ଥଳରେ ପ୍ରତିଦିନ କରନ୍ତୁ ଏହି କାମ

ପ୍ରତ୍ୟେକ ଦିନ ପୂଜା ଘରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ଘର ଖୁସିରେ ପରିପୂର୍ଣ୍ଣ ହୋଇଥାଏ।

ଏହି ସବୁ କଥାକୁ ରଖନ୍ତୁ ଧ୍ୟାନ

ପୂଜା ଘର ଉପରେ ବା ତଳେ ଯେପରି ଶୌଚାଳୟ ନଥିବ।

ପୂଜା ଘରେ ଜୀବଜନ୍ତୁଙ୍କ ଫଟୋ ମଧ୍ୟ ଲଗାନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe