Advertisment

Vastu Tips: କେଉଁ କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ?

ଲକ୍ଷ୍ମୀଛଡ଼ା ଦୋଷ ଲାଗିଲେ ଦରିଦ୍ରତା ଆସିଥାଏ। ଯେତେ ଆୟ କଲେ ମଧ୍ୟ ନିଅଣ୍ଟ ପଡ଼େ। ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

Maa Laxmi and Wallet
Advertisment

ଲକ୍ଷ୍ମୀଛଡ଼ା ଶବ୍ଦଟି ସହିତ ଆମେ ପ୍ରାୟ ସମସ୍ତେ ପରିଚିତ। ବେଳେ ବେଳେ ଆମେ ଖାଦ୍ୟ ସଂପୂର୍ଣ୍ଣ ନଖାଇ ଫୋପାଡ଼ି ଦେଲେ କେହି କେହି ଲକ୍ଷ୍ମୀଛଡ଼ା ବୋଲି କହିଥା’ନ୍ତି। ତେବେ କେବଳ ଖାଦ୍ୟ ଫୋପାଡ଼ିଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗେ ନାହିଁ। ଲକ୍ଷ୍ମୀଛଡ଼ା ଦୋଷ ଲାଗିବା ପଛରେ ଆହୁରି ଅନେକ କାରଣ ରହିଛି। ଲକ୍ଷ୍ମୀଛଡ଼ା ଦୋଷ ଲାଗିଲେ ଦରିଦ୍ରତା ଆସିଥାଏ। ଯେତେ ଆୟ କଲେ ମଧ୍ୟ ନିଅଣ୍ଟ ପଡ଼େ। ତା’ହେଲେ ଆସନ୍ତୁ ଜାଣିବା କେଉଁ କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। 

Advertisment

୧. ସ୍ତ୍ରୀ, ମାଆ, ଝିଅ ବା କୌଣସି ନାରୀଙ୍କୁ ଅପମାନିତ କରିବା, କଷ୍ଟ ଦେବା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ହେଇଥାଏ। କାରଣ ଏମାନେ ହେଉଛନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତୀକ।

୨. ସକାଳୁ ଶୀଘ୍ର ନଉଠି ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଛନ୍ତି, ସେମାନେ ସକାଳେ ଡେରି ପର୍ଯ୍ୟନ୍ତ ଶୋଇଲେ ଚଳିବ। କିନ୍ତୁ ଯେଉଁମାନେ ଶୀଘ୍ର ଶୋଇ ମଧ୍ୟ ସକାଳେ ଡେରିରେ ଉଠୁଛନ୍ତି, ସେମାନେ ଭୁଲ୍ କରୁଛନ୍ତି।  

Advertisment

୩. ଖାଦ୍ୟ ନଷ୍ଟ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଆମେ ବଳକା ଖାଦ୍ୟକୁ ନଫୋପାଡ଼ି ଗାଈଗୋରୁ, କୁକୁର ଓ ପକ୍ଷୀଙ୍କୁ ଦେଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିବ ନାହିଁ। 

୪. ଗୃହରେ ରାତିରେ ଅଇଁଠା ବାସନ ପକାଇ ରଖିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୫. ମହାପ୍ରସାଦ, ତୁଳସୀ, ଶଙ୍ଖ, ବିଗ୍ରହ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାଦରେ ସ୍ପର୍ଶ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୬. ରୋଷେଇ ପରେ ଭଗବାନଙ୍କୁ ଖାଦ୍ୟ ଅର୍ପଣ ନକରି ସେବନ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୭. ନିଜ ମାଆ, ବାପା ଓ ସ୍ତ୍ରୀଙ୍କୁ ହତାଦାର କରିବା ସହିତ ଘରୁ ତଡ଼ିଦେଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ।

୮. ଗୁରୁ, ଗୁରୁ ପତ୍ନୀ ସମ ବ୍ୟକ୍ତି ବିଶେଷଙ୍କୁ ଅପମାନିତ କଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe