ଶିଶୁର ନାମକରଣ କରିବା ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ପୁଅ କିମ୍ୱା ଝିଅ ଜନ୍ମ ହେବା ପରେ ଆପଣ ଖୁସିରେ ମିଠା ବାଣ୍ଟିଥାନ୍ତି। କେବଳ ଏତିକି ନୁହେଁ ଜନ୍ମ ହେବା ପୂର୍ବରୁ ଆପଣ ନାମ ମଧ୍ୟ ବାଛି ରଖିଥାନ୍ତି। ଯେଉଁ ନାମକୁ ଆପଣ ଶିଶୁ ଜନ୍ମ ହେବାର ୨୧ ଦିନ ପରେ ନାମକରଣ ଉତ୍ସବରେ ରଖିଥାନ୍ତି। ସନ୍ତାନର ନାମକରଣ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ। ଯେଉଁ ନାମ ଆପଣ ପିଲା ଦିନରୁ ବାଛିବେ  ଭବିଷ୍ୟତରେ ଏହି ନାମ ନେଇ ହିଁ ଆପଣଙ୍କ ପିଲାର ପରିଚୟ […]

cc

Puspanjali Panda
  • Published: Saturday, 09 March 2019
  • , Updated: 09 March 2019, 07:56 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ପୁଅ କିମ୍ୱା ଝିଅ ଜନ୍ମ ହେବା ପରେ ଆପଣ ଖୁସିରେ ମିଠା ବାଣ୍ଟିଥାନ୍ତି। କେବଳ ଏତିକି ନୁହେଁ ଜନ୍ମ ହେବା ପୂର୍ବରୁ ଆପଣ ନାମ ମଧ୍ୟ ବାଛି ରଖିଥାନ୍ତି। ଯେଉଁ ନାମକୁ ଆପଣ ଶିଶୁ ଜନ୍ମ ହେବାର ୨୧ ଦିନ ପରେ ନାମକରଣ ଉତ୍ସବରେ ରଖିଥାନ୍ତି। ସନ୍ତାନର ନାମକରଣ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ।

ଯେଉଁ ନାମ ଆପଣ ପିଲା ଦିନରୁ ବାଛିବେ  ଭବିଷ୍ୟତରେ ଏହି ନାମ ନେଇ ହିଁ ଆପଣଙ୍କ ପିଲାର ପରିଚୟ ସୃଷ୍ଟି ହୋଇଥାଏ। ଏହି ନାମକରଣକୁ ନେଇ ଅନେକ ବାସ୍ତୁ ମତ ରହିଛି।

ତେଣୁ ନାମକରଣ କରିବା ସମୟରେ ନିମ୍ନଲିଖିତ କେତୋଟି କଥା ଉପରେ ଧ୍ୟାନ ଦିଅନ୍ତୁ।

୧. ଶିଶୁର ଜନ୍ମ ନକ୍ଷତ୍ର ଅନୁସାରେ ନାମକରଣ କରନ୍ତୁ ନାହିଁ। ପୂର୍ବକାଳରେ ଜାତକ ଗଣନା ପାଇଁ ସମୟ ଲାଗୁଥିବାରୁ ସହଜରେ ଶିଶୁର ରାଶି, ନକ୍ଷତ୍ର ଜାଣିବା ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ କମ୍ପ୍ୟୁଟର, ସଫ୍ଟୱେରର ପ୍ରଚଳନ ଫଳରେ ଜାତକ ଗଣନା ଅତିଶୀଘ୍ର ହେଇଯାଉଥିବାରୁ ଏପରି କରିବାର ଆବଶ୍ୟକତା ନାହିଁ।

୨. ଶିଶୁର ନାମ କୌଣସି ସ୍ଥାନର ନାମ ଅନୁସାରେ ରଖନ୍ତୁ ନାହିଁ। ଅନେକ ସମୟରେ ଏପରି ହୋଇଥାଏ, ଶିଶୁ ଯେଉଁଠାରେ ଜନ୍ମଗ୍ରହଣ କରିଥାଏ; ପିତାମାତା ସେହି ସ୍ଥାନର ନାମାନୁସାରେ ତା'ର ନାମ ରଖିଥା'ନ୍ତି। ଯାହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

୩. ଆପଣ ଶିଶୁଟିର ନାମ ଯାହା ବି ରଖନ୍ତୁ, ତାହାର ଅର୍ଥ ବୁଝାପଡ଼ିବା ଆବଶ୍ୟକ। ଏହା ସହ ନାମର ଅର୍ଥ ଯେପରି କୌଣସି ସକାରାତ୍ମକ ଦିଗକୁ ସୂଚାଉଥିବ। ସେ ନେଇ ମଧ୍ୟ ଦୃଷ୍ଟି ଦେବା ଉଚିତ।
୪. ଶିଶୁର ନାମ କୌଣସି ଘଟଣା , ଦୁର୍ଘଟଣା ଆଦି ଅନୁସାରେ ରଖନ୍ତୁ ନାହିଁ। କାରଣ ଅନେକ ସମୟରେ ଦେଖାଯାଇଛି , ବାତ୍ୟା ବା ବନ୍ୟାରେ ଜନ୍ମ ନେଇଥିବା ଝିଅର ନାମ ଝଡ଼ି ଓ ପୁତ୍ରର ନାମ ତୋଫାନ ରଖାଯାଇଛି । ଏହା ଭବିଷ୍ୟତରେ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

୫. ଆପଣ ଯେଉଁ ଧର୍ମାବଲମ୍ବୀ ହୁଅନ୍ତୁ ନା କାହିଁକି, ଈଶ୍ୱରଙ୍କ ନାମ ଅନୁଯାୟୀ ଶିଶୁର ନାମ ରଖନ୍ତୁ ନାହିଁ। କାରଣ ଏହାଦ୍ୱାରା ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦେଖାଯାଇଥାଏ। ଏହା ଶିଶୁର ସାମାଜିକ ମିଳାମିଶାରେ ବାଧା ସୃଷ୍ଟି କରିପାରେ।
୬. ଶିଶୁର ନାମ ଯେପରି ସର୍ବାଧିକ ତିନୋଟି ଶବ୍ଦ ଓ ସର୍ବାଧିକ ୧୫ରୁ୨୦ ଅକ୍ଷର ମଧ୍ୟରେ ସୀମିତ ରଖନ୍ତୁ।

Related story