Advertisment

ସାବଧାନ…ଭୁଲ୍‌ରେ ବି ଏହି ୫ଟି ସ୍ଥାନକୁ ଜୋତା ପିନ୍ଧି ଯା'ନ୍ତୁ ନାହିଁ

ଜାଣତରେ ହେଉ ଅବା ଅଜାଣତରେ। ବେଳେବେଳେ ଆମେ ଏଭଳି କିଛି ଭୁଲ୍‌ କରିଦେଇଥାଉ, ଯାହା ଘରେ ବାସ୍ତୁ ଦୋଷ ଉତ୍ପନ କରେ। କୁହାଯାଏ ଯେ ଯଦି ଘରେ ବାସ୍ତୁ ଦୋଷ ଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର – ଅଜାଣତରେ ଆମେ ଅନେକ ସ୍ଥାନକୁ ଜୋତା ଏବଂ ଚପଲ ପିନ୍ଧୁ ଚାଲିଯାଉ। ଏହି ଭୁଲ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ […]

ସାବଧାନ…ଭୁଲ୍‌ରେ ବି ଏହି ୫ଟି ସ୍ଥାନକୁ ଜୋତା ପିନ୍ଧି ଯା'ନ୍ତୁ ନାହିଁ

Shoes and slipper

Advertisment

ଜାଣତରେ ହେଉ ଅବା ଅଜାଣତରେ। ବେଳେବେଳେ ଆମେ ଏଭଳି କିଛି ଭୁଲ୍‌ କରିଦେଇଥାଉ, ଯାହା ଘରେ ବାସ୍ତୁ ଦୋଷ ଉତ୍ପନ କରେ। କୁହାଯାଏ ଯେ ଯଦି ଘରେ ବାସ୍ତୁ ଦୋଷ ଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର - ଅଜାଣତରେ ଆମେ ଅନେକ ସ୍ଥାନକୁ ଜୋତା ଏବଂ ଚପଲ ପିନ୍ଧୁ ଚାଲିଯାଉ। ଏହି ଭୁଲ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ଘରେ ବାସ୍ତୁ ଦୋଷ ସୃଷ୍ଟି ହୁଏ। ଶାସ୍ତ୍ରରେ ଏଭଳି ୫ଟି ସ୍ଥାନରେ ବିଷୟରେ ଉଲ୍ଲେଖ ରହିଛି, ଯେଉଁଠିକୁ ଭୁଲ୍‌ରେ ବି ଚପଲ ପିନ୍ଧି ଯିବା ଉଚିତ ନୁହେଁ। ତେବେ କେଉଁ କେଉଁ ସ୍ଥାନକୁ ଜୋତା ଏବଂ ଚପଲ ପିନ୍ଧିବା ଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା|

Advertisment

ଭଣ୍ଡାର ଘର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଣ୍ଡାର ଗୃହକୁ ଜୋତା ପିନ୍ଧି ଯିବା ଉଚିତ୍ ନୁହେଁ। ଏଭଳି କରିବା ଅଶୁଭ ହୋଇଥାଏ। ଏହାକୁ ଧ୍ୟାନରେ ରଖିଲେ ଘରେ କେବେବି ଖାଦ୍ୟର ଅଭାବ ଦେଖାଦେବ ନାହିଁ।

ଟଙ୍କା ରଖିଥିବା ଘର: ଟଙ୍କା ରଖାହୋଇଥିବା ସ୍ଥାନରେ କିମ୍ବା ସେହି ଘରକୁ କେବେବି ଜୋତା ପିନ୍ଧି ପ୍ରବେଶ କରିବା ଉଚିତ୍ ନୁହେଁ। ସେହିପରି ଟଙ୍କା ବାକ୍ସରେ ଟଙ୍କା ରଖିବାକୁ କିମ୍ବା ବାହାର କରିବାକୁ ଗଲା ବେଳେ ଚପଲ ପିନ୍ଧିବା ଉଚିତ ନୁହେଁ। କୁହାଯାଏ ଯେ ଚଳଲ ପିନ୍ଧି ଟଙ୍କା ବାକ୍ସ ଖୋଲିବା ଦ୍ୱାରା ଲକ୍ଷ୍ମୀ ରାଗି ଯାଆନ୍ତି। ଫଳରେ ଆର୍ଥୀକ ସମସ୍ୟା ଦେଖା ଦେଇପାରେ।

Advertisment

ପବିତ୍ର ନଦୀ: ଶାସ୍ତ୍ର ଅନୁସାରେ ପବିତ୍ର ନଦୀ ନିକଟକୁ ଜୋତା ପିନ୍ଧି ଯିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ନଦୀରେ ସ୍ନାନ କରିବା ପୂର୍ବରୁ ଜୋତା ବା ଚମଡାରେ ତିଆରି ବସ୍ତୁ ବାହାର କରିଦେବା ଉଚିତ। ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।

ରୋଷେଇ ଘର: ରୋଷେଇ ଘରକୁ ଭୁଲ୍‌ରେ ବି ଜୋତା କିମ୍ବା ଚପଲ ପିନ୍ଧି ଯା'ନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହ ମା' ଅନ୍ନପୂର୍ଣ୍ଣା ରାଗି ଯା'ନ୍ତି। ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ବୋଲି ଶାସ୍ତ୍ରରେ କୁହାଯାଇଛି।

ମନ୍ଦିର: ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରକୁ ଭଗବାନଙ୍କ ଘର ବୋଲି କୁହାଯାଇଛି। ଏଭଳି ପରିସ୍ଥିତିରେ ଜୋତା ଏବଂ ଚପଲ ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ନୁହେଁ। ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଦ୍ୱାରା ଦେବାଦେବୀମାନେ ରାଗି ଯାଆନ୍ତି ବୋଲି ବିଶ୍ୱାସ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe