Advertisment

ତକିଆ ତଳେ ଚାବିକାଠି ରଖୁଛନ୍ତି କି ? ହୋଇପାରେ ଅଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଘରେ ପୁରୁଷମାନେ ରୋଜଗାର କରନ୍ତି, ହେଲେ ଘରର ଚାବିକାଠି ମହିଳାଙ୍କ ହାତରେ ରହିଥାଏ। ଘରର ସମସ୍ତ ଦାୟିତ୍ୱ ମହିଳାମାନେ ହିଁ ନେଇଥା’ନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା କାର୍ଯ୍ୟ ମହିଳାମାନଙ୍କ ହାତରେ ହିଁ ରହିଥାଏ। ଘରର ସବୁ ଚାବିକୁ ସେମାନେ ଏକାଠି କରି ସମ୍ଭାଳି ରଖିଥାନ୍ତି। ବାସ୍ତୁ ଅନୁସାରେ ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି। ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ […]

ତକିଆ ତଳେ ଚାବିକାଠି ରଖୁଛନ୍ତି କି ? ହୋଇପାରେ ଅଶୁଭ

key

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଘରେ ପୁରୁଷମାନେ ରୋଜଗାର କରନ୍ତି, ହେଲେ ଘରର ଚାବିକାଠି ମହିଳାଙ୍କ ହାତରେ ରହିଥାଏ। ଘରର ସମସ୍ତ ଦାୟିତ୍ୱ ମହିଳାମାନେ ହିଁ ନେଇଥା’ନ୍ତି। ଘରର ଧନ ସମୃଦ୍ଧି ରକ୍ଷା କରିବା କାର୍ଯ୍ୟ ମହିଳାମାନଙ୍କ ହାତରେ ହିଁ ରହିଥାଏ। ଘରର ସବୁ ଚାବିକୁ ସେମାନେ ଏକାଠି କରି ସମ୍ଭାଳି ରଖିଥାନ୍ତି।

Advertisment

ବାସ୍ତୁ ଅନୁସାରେ ଏହି ଚାବିକୁ ସମ୍ଭାଳି ରଖିବାର ମଧ୍ୟ ବିଶେଷ ସ୍ଥାନ ରହିଛି। ଯାହାକୁ ଆପଣେଇଲେ ଘରେ କେବେ ଟଙ୍କା ପଇସାର ବେକାର୍ ଖର୍ଚ୍ଚ ହୋଇନଥାଏ। ଭୁଲ ଦିଗରେ ଚାବି ରଖିଲେ, ଟଙ୍କା ମାମଲାରେ ଆପଣ ପଛରେ ପଡ଼ି ପାରନ୍ତି। ଆଜି ଆମେ ଆପଣଙ୍କୁ ଘରର ଚାବି ରଖିବାର ସଠିକ୍ ସ୍ଥାନ ବିଷୟରେ କହିବୁ ଯାହାକୁ ଅନୁସରଣ କଲେ ଘର ପାଇଁ ଶୁଭ ହୋଇଥାଏ।

ପ୍ରାଚୀନ କାଳରେ ମହିଳାମାନେ ଚାବିକାଠିକୁ ଅଣ୍ଟାରେ ରଖୁଥିଲେ। ଏହାକୁ ଶୁଭ ବୋଲି ଧରାଯାଏ। କିନ୍ତୁ ଚାବି ତକିଆ ତଳେ ରଖିବା ଅଶୁଭ ବୋଲି କୁହାଯାଏ। ଆପଣ ଯେତେ ଧନ କମାନ୍ତୁ ପଛେ ଚାବିକୁ ଯଦି ତକିଆ ତଳେ ରଖିବେ, ଟଙ୍କାକୁ କେବେ ସ୍ଥିର କରି ରଖି ପାରିବେ ନାହିଁ। ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯିବ।

Advertisment

ସେହିପରି ଚାବିକାଠିକୁ ଡ୍ରଇଂ ରୁମ୍ କିମ୍ୱା ବାଥରୁମ୍‌ କାନ୍ଥରେ ଟାଙ୍ଗି କରି ରଖିବା ଉଚିତ୍ ନୁହେଁ। ଏହାକୁ ଟାଙ୍ଗିବାର ଠିକ୍ ଦିଗ ହେଲା ଉତ୍ତର ଦିଗ। ଏହି ଦିଗରେ ଚାବିକାଠି ରଖିଲେ, ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଘରେ କେବେ ଧନର ଅଭାବ ହୋଇନଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe