flower
ବିନା ଫୁଲରେ କୌଣସି ବି ପୂଜା ସମ୍ପୂର୍ଣ୍ଣ ହୁଏନି। ପୂଜା ପାଇଁ ଭଳି କି ଭଳି ଫୁଲ ତଥା ଫୁଲ ମାଲ ଲୋଡା ପଡିଥାଏ। ଘରେ ଥିବା ଠାକୁର ଘରେ ମଧ୍ୟ ପୂଜା କରିବା ସମୟରେ ଫୁଲର ଆବଶ୍ୟକତା ପଡେ।
କୁହାଯାଏ ଯେ, ଠାକୁର ଫୁଲ ପ୍ରିୟ ହୋଇଥା’ନ୍ତି। ସେ ଘରେ ହେଉ ଅବା ଅଫିସରେ, ଠାକୁରଙ୍କୁ ନିଶ୍ଚିତ ରୂପେ ଫୁଲ ଅର୍ପଣ କରାଯାଇଥାଏ। ସକାଳେ ଭୋଗ ସହିତ ସମସ୍ତେ ଭଗବାନଙ୍କ ମନ୍ଦିରରେ ତାଜା ଫୁଲ ମଧ୍ୟ ପ୍ରଦାନ କରନ୍ତି। ତେବେ ଏହି ପୂଜା ସମୟରେ କିଛି କଥାବସ୍ତୁକୁ ଧ୍ୟାନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ଠାକୁରଙ୍କୁ ଫୁଲ ଅର୍ପଣ କରନ୍ତି, କିନ୍ତୁ ସେଗୁଡ଼ିକୁ ହଟାଇବାକୁ ଭୁଲିଯାଆନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କରିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ।
[caption id="attachment_662812" align="aligncenter" width="650"]
ଠାକୁର ଘରୁ ଶୁଖିଲା ଫୁଲଗୁଡିକୁ ହଟାଇ ଦେବା ଉଚିତ[/caption]
ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ସକାଳେ ଠାକୁରଙ୍କୁ ଅର୍ପଣ କରାଯାଇଥିବା ଫୁଲଗୁଡ଼ିକୁ ସନ୍ଧ୍ୟା ପରେ ହଟାଇଦେବା ଉଚିତ୍। କାରଣ ସନ୍ଧ୍ୟା ସୁଦ୍ଧା ଫୁଲ ଗୁଡିକ ଶୁଖିଯାଏ, ଯାହା ଖରାପ ଦେଖାଯାଏ। ଏଥି ସହିତ, ଫୁଲଗୁଡିକର ସୁଗନ୍ଧ ମଧ୍ୟ ସନ୍ଧ୍ୟା ହେବାବେଳକୁ ଚାଲି ଯାଇଥାଏ।
ବାସ୍ତୁ ଦୃଷ୍ଟିରୁ ଶୁଖିଲା କିମ୍ବା ନଷ୍ଟ ହୋଇଥିବା ଫୁଲ ଠାକୁର ଘରେ ରଖିବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ ଏବଂ ଘରେ ଅଶାନ୍ତ ଲାଗିରହେ। ଶୁଖିଲା ଫୁଲକୁ ଦେଖିବା ମାତ୍ରେ ମନରେ କ୍ରୋଧ ଜାତ ହୁଏ। ତେଣୁ ସନ୍ଧ୍ୟା ହେବା ପରେ ମନ୍ଦିର କିମ୍ବା ଠାକୁର ଘରୁ ଫୁଲଗୁଡିକୁ ହଟାଇ ଦେବା ଉଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/flower.jpg)