Advertisment

ଘରର ଦକ୍ଷିଣ ଭାଗ ଖାଲୁଆ ଥିଲେ କ’ଣ ଆସେ ସମସ୍ୟା ?

ଘରଟିଏ କରିବା ପୂର୍ବରୁ ବିଭିନ୍ନ କଥାକୁ ବିଚାରକୁ ନିଆଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି ବାସ୍ତୁ। ଅନେକ ଲୋକ ଘର କଲା ବେଳେ ବାସ୍ତୁକୁ ଗୁରୁତ୍ୱ ଦିଅନ୍ତି। କେବଳ ଘର ଭିତର ନୁହେଁ, ଘର ବାହାରେ କେଉଁ ଜିନିଷ କେମିତି ଓ କେଉଁଠି ରହିବା ଉଚିତ୍, ତାହା ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଭାଗଟି ଖାଲୁଆ ହେବା ଉଚିତ୍ ନୁହେଁ। ଏହା ଦ୍ୱାରା ଘର ଲୋକେ ବିଭିନ୍ନ ସମସ୍ୟାରେ ପଡ଼ିଥାନ୍ତି। କ’ଣ […]

ଘରର ଦକ୍ଷିଣ ଭାଗ ଖାଲୁଆ ଥିଲେ କ’ଣ ଆସେ ସମସ୍ୟା ?

House

Advertisment

ଘରଟିଏ କରିବା ପୂର୍ବରୁ ବିଭିନ୍ନ କଥାକୁ ବିଚାରକୁ ନିଆଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି ବାସ୍ତୁ। ଅନେକ ଲୋକ ଘର କଲା ବେଳେ ବାସ୍ତୁକୁ ଗୁରୁତ୍ୱ ଦିଅନ୍ତି। କେବଳ ଘର ଭିତର ନୁହେଁ, ଘର ବାହାରେ କେଉଁ ଜିନିଷ କେମିତି ଓ କେଉଁଠି ରହିବା ଉଚିତ୍, ତାହା ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଭାଗଟି ଖାଲୁଆ ହେବା ଉଚିତ୍ ନୁହେଁ। ଏହା ଦ୍ୱାରା ଘର ଲୋକେ ବିଭିନ୍ନ ସମସ୍ୟାରେ ପଡ଼ିଥାନ୍ତି।

Advertisment

କ’ଣ ସମସ୍ୟା ହୁଏ

  • ଘରର ଦକ୍ଷିଣ-ପୂର୍ବ କୋଣ ବା ଅଗ୍ନିକୋଣ ଖାଲୁଆ ହୋଇଥିଲେ ବ୍ୟବସାୟରେ ସମସ୍ୟା ଆସିଥାଏ।
  • ଦକ୍ଷିଣ ଭାଗ ଖାଲୁଆ ଥିଲେ ସନ୍ତାନମାନେ ଗୃହକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।
  • ଦକ୍ଷିଣ-ପଶ୍ଚିମ ଭାଗ ଖାଲୁଆ ଥିଲେ ପରିବାରଟି ଏକତ୍ରିତ ହୋଇ ରହିପାରେ ନାହିଁ।
  • ଗୃହର ନୈଋତ୍ୟ କୋଣ (ଦକ୍ଷିଣ-ପଶ୍ଚିମ କୋଣ) ଖାଲୁଆ ଥିଲେ ଗୃହକର୍ତ୍ତାଙ୍କ ସ୍ୱାସ୍ଥ୍ୟହାନୀ ହୋଇଥାଏ।
  • ଦକ୍ଷିଣ ଭାଗରେ ପାଇଖାନା ଥିଲେ ସ୍ୱାସ୍ଥ୍ୟ ସମସ୍ୟା ଆସିବା ସହ ସନ୍ତାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି ହୋଇଥାଏ।

ପ୍ରତିକାର

  • ଗୃହର ଦକ୍ଷିଣ ଭାଗକୁ କେବେ ବି ଖାଲୁଆ ରଖନ୍ତୁ ନାହିଁ।
  • ଦକ୍ଷିଣ ଭାଗରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ।
  • ଗୃହର ଦକ୍ଷିଣ ଭାଗରେ ଗୁଆ ଗଛ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe