Advertisment

ଛାତ ଉପରେ ତୁଳସୀ ଗଛ ରଖୁଥିଲେ, ସାବଧାନ

ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ  ପୂଜା କରାଯାଏ। ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ତ୍ୱ ରହିଛି। ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣକାରୀ ଜୀବନର ପ୍ରତୀକ ବୋଲି କୁହାଯାଇଛି। ତେବେ ତୁଳସୀ ଗଛକୁ ଘରର ସଠିକ୍‌ ସ୍ଥାନରେ ଯଦି ନ ରଖାଯାଏ […]

ଅଦ୍ୟତନ ହୋଇଛି
ଛାତ ଉପରେ ତୁଳସୀ ଗଛ ରଖୁଥିଲେ, ସାବଧାନ

Tulsi Plant

Advertisment

ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ  ପୂଜା କରାଯାଏ। ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ତ୍ୱ ରହିଛି। ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣକାରୀ ଜୀବନର ପ୍ରତୀକ ବୋଲି କୁହାଯାଇଛି। ତେବେ ତୁଳସୀ ଗଛକୁ ଘରର ସଠିକ୍‌ ସ୍ଥାନରେ ଯଦି ନ ରଖାଯାଏ ତେବେ ଏହା ଅଶୁଭ ଫଳ ଦେଇଥାଏ। ତେଣୁ ତୁଳସୀ ଗଛକୁ ଘରର କେଉଁ ସ୍ଥାନରେ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

Advertisment

- କିଛି ଲୋକଙ୍କ ଘରେ ସ୍ଥାନ ଅଭାବ ଯୋଗୁଁ ଲୋକମାନେ ଘରର ଛାତ ଉପରେ ତୁଳସୀ ଗଛକୁ ରଖନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଛାତ ଉପରେ ରଖିବା ଉିଚିତ ନୁହେଁ। ଏଭଳି ରଖିବା ଦ୍ୱାରା ଏହା ଅଶୁଭ ଫଳ ଦେଇଥାଏ।  ଘରକୁ ନକରାତ୍ମକ ଶକ୍ତି ପ୍ରେବଶ କରିଥାଏ।

- ଯେଉଁମାନଙ୍କ ରାଶିଫଳରେ ବୁଧ ଗ୍ରହ ଧନ ସହ ସମ୍ପର୍କ ରଖିଥାଏ, ବାସ୍ତୁଶାସ୍ତ୍ର ଅନୁଯାୟୀ ସେହି ଲୋକମାନେ ଯଦି ତୁଳସୀ ଗଛକୁ ଘରର ଛାତ ଉପରେ ରଖି ପୂଜା କରୁଥିବେ ତେବେ ସେମନାଙ୍କ ଧନ ହାନୀ ଘଟିବ। ଏଥିସହ ଆର୍ଥୀକ ସମ୍ପୃକ୍ତି କମିଯିବ।

Advertisment

- ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କ ଘରର ଛାତ ଉପରେ ତୁଳସୀ ଗଛ ରଖାଯାଇଥାଏ, ସେହି ଘରେ ପକ୍ଷୀ କିମ୍ବା ପାରା ଆସି ବସା ତିଆରି କରନ୍ତି। ଏହା ଅଶୁଭ ଲକ୍ଷଣ ଅଟେ।

- ତୁଳସୀ ଗଛକୁ ଘରର ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ। ଏଭଳି ରଖିବା ଦ୍ୱାରା  ବ୍ୟବସାୟରେ କ୍ଷତି ହୋଇଥାଏ। ଏଥିସହ ପରିବାର ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।

- ଯଦି ଆପଣ ତୁଳସୀ ଗଛକୁ ଛାତ ଉପରେ ରଖିଛନ୍ତି, ତେବେ ବିଶ୍ୱାସ ରହିଛି ଯେ ଘରର ଉତ୍ତର ଦିଗରେ ପିମ୍ପୁଡ଼ି ବାହାରିବା ଆରମ୍ଭ କରିବ କିମ୍ବା ଉତ୍ତର ଦିଗର କୌଣସି ନା କୌଣସି ସ୍ଥାନରେ ଫାଟ ସୃଷ୍ଟି ହେବା ଆରମ୍ଭ ହେବ।

-ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ସର୍ବଦା ଘରର ଉତ୍ତର ଦିଗ ତଥା ଐଶାନ୍ୟ କୋଣରେ ରଖିବା ଉଚିତ। ଅପଣ ଚାହିଁଲେ ତୁଳସୀ ଗଛକୁ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ।  ଏଭଳି କରିବା ଦ୍ୱାରା ଘର ପରିବାରରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe