ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଝିଅ ଥିଲେ ବାପା ମା’ଙ୍କର ଚିନ୍ତା ଥାଏ। ସବୁଠୁ ଗୁରୁଦାୟିତ୍ୱ ହେଲା ଝିଅର ବାହାଘର। ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା, ବାହାଘରର ଆୟୋଜନ ଏବଂ ତା’ର ବିଦାୟରେ ଯେମିତି ଟିକେ କିଛି ଉଣା ହୋଇ ନ ଯାଏ ସେଥିଲାଗି ବାପା ମା’ଙ୍କର ଧ୍ୟାନ ଥାଏ। ସେହିପରି ଦେବାନେବାକୁ ନେଇ ଶାଶୁଘର ଲୋକେ ଯେମିତି କିଛି ନ ବାରନ୍ତି ସେ ଚିନ୍ତା ବି ଘାରେ।
ତେଣୁ ଝିଅ ଯେମିତି ପରଘରେ ଖୁସି ଆଉ ସୁଖରେ ରହିବ ସେଥି ଲାଗି ସବୁ ଜିନିଷ ଦେଇଥାନ୍ତି ବାପା ମା’। ତେବେ ଆଜିକାଲି ଆଧୁନିକ ଯୁଗରେ ବାହାଘର ରୀତିନୀତି ବଦଳିଛି। ଆଗରୁ ସେମିତି ନ ଥିଲା। ଯଦିଓ ଏବେକାର ଯୁଗର ବାହାଘର ବେଳେ ଲୋକେ କିଛି ପୁରୁଣା ପରମ୍ପରା ଓ ନୀତି ନିୟମକୁ ଭୁଲି ଯାଉଛନ୍ତି, ତଥାପି ଝିଅର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ବାପା ମା’ ଚେଷ୍ଟା କରିଥାନ୍ତି। ଆଜିକାଲି କନ୍ୟା ବିଦା ହେବାବେଳେ ପରିବାର ଲୋକେ ଅନେକ କିଛି ଉପହାର ଦେଇଥାନ୍ତି।
ତେବେ କିଛି ଲୋକେ ଝିଅକୁ ଗଣେଶ ମୂର୍ତ୍ତି ବି ଦେଇଥାନ୍ତି। ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଘ୍ନବିନାଶକ ବୋଲି କୁହାଯାଇଛି।
ଏହାର ଅର୍ଥାତ ପ୍ରଭୁ ଗଣେଶ ଯେଉଁଠି ବିରାଜମାନ କରିବେ ସେ ସବୁ ସ୍ଥାନକୁ ବିପଦ ଆସେ ନାହିଁ। ସେଥିପାଇଁ ଗଣେଶଙ୍କୁ ଶୁଭର ପ୍ରତୀକ ବୋଲି ବିବେଚନା କରାଯାଏ।
ଏହି ବିଶ୍ୱାସରେ ବାପା ମା’ ଝିଅ ବହାଘର ବେଳେ ଗଣେଶ ମୂର୍ତ୍ତି ଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଗଣେଶ ମୂର୍ତ୍ତି ଉପହାର ଦେଲେ ଅଶୁଭ ହୋଇଥାଏ।
କାରଣ ଶାସ୍ତ୍ର ଅନୁଯାୟୀ ଝିଅକୁ ଘରର ଲକ୍ଷ୍ମୀ ବୋଲି ମାନ୍ୟତା ରହିଛି । କୁହାଯାଏ ଲକ୍ଷ୍ମୀ ଏବଂ ଗଣେଶଙ୍କ ମଧ୍ୟରେ ପଡ଼େ ନାହିଁ। ତେଣୁ ଝିଅକୁ ଏକସଙ୍ଗେ ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି ଦେଲେ ଆର୍ଥିକ ସଙ୍କଟର କାରଣ ପାଲଟିଥାଏ ।
ଏହି କାରଣରୁ ଉପହାରରେ ଏକ ସଙ୍ଗେ ଗଣେଶ ଓ ଲକ୍ଷ୍ମୀ ମୂର୍ତ୍ତି ଦେବା ଅନୁଚିତ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।