Advertisment

ଝିଅ ବାହାଘରରେ କେଉଁ ଉପହାର ଦେବା ଅନୁଚିତ୍‌ , ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଝିଅ ଥିଲେ ବାପା ମା’ଙ୍କର ଚିନ୍ତା ଥାଏ। ସବୁଠୁ ଗୁରୁଦାୟିତ୍ୱ ହେଲା ଝିଅର ବାହାଘର। ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା, ବାହାଘରର ଆୟୋଜନ ଏବଂ ତା’ର ବିଦାୟରେ ଯେମିତି ଟିକେ କିଛି ଉଣା ହୋଇ ନ ଯାଏ ସେଥିଲାଗି ବାପା ମା’ଙ୍କର ଧ୍ୟାନ ଥାଏ। ସେହିପରି ଦେବାନେବାକୁ ନେଇ ଶାଶୁଘର ଲୋକେ ଯେମିତି କିଛି ନ ବାରନ୍ତି ସେ ଚିନ୍ତା ବି ଘାରେ। ତେଣୁ ଝିଅ ଯେମିତି ପରଘରେ ଖୁସି […]

ଅଦ୍ୟତନ ହୋଇଛି
ଝିଅ ବାହାଘରରେ କେଉଁ ଉପହାର ଦେବା ଅନୁଚିତ୍‌ , ଜାଣନ୍ତୁ

ram

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ଝିଅ ଥିଲେ ବାପା ମା’ଙ୍କର ଚିନ୍ତା ଥାଏ। ସବୁଠୁ ଗୁରୁଦାୟିତ୍ୱ ହେଲା ଝିଅର ବାହାଘର। ଝିଅ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବା, ବାହାଘରର ଆୟୋଜନ ଏବଂ ତା’ର ବିଦାୟରେ ଯେମିତି ଟିକେ କିଛି ଉଣା ହୋଇ ନ ଯାଏ ସେଥିଲାଗି ବାପା ମା’ଙ୍କର ଧ୍ୟାନ ଥାଏ। ସେହିପରି ଦେବାନେବାକୁ ନେଇ ଶାଶୁଘର ଲୋକେ ଯେମିତି କିଛି ନ ବାରନ୍ତି ସେ ଚିନ୍ତା ବି ଘାରେ।

Advertisment

publive-image

ତେଣୁ ଝିଅ ଯେମିତି ପରଘରେ ଖୁସି ଆଉ ସୁଖରେ ରହିବ ସେଥି ଲାଗି ସବୁ ଜିନିଷ ଦେଇଥାନ୍ତି ବାପା ମା’। ତେବେ ଆଜିକାଲି ଆଧୁନିକ ଯୁଗରେ ବାହାଘର ରୀତିନୀତି ବଦଳିଛି। ଆଗରୁ  ସେମିତି ନ ଥିଲା। ଯଦିଓ ଏବେକାର ଯୁଗର ବାହାଘର ବେଳେ ଲୋକେ କିଛି ପୁରୁଣା ପରମ୍ପରା ଓ ନୀତି ନିୟମକୁ ଭୁଲି ଯାଉଛନ୍ତି, ତଥାପି ଝିଅର ସମସ୍ତ ଇଚ୍ଛାକୁ ପୂରଣ କରିବା ପାଇଁ ବାପା ମା’ ଚେଷ୍ଟା କରିଥାନ୍ତି। ଆଜିକାଲି କନ୍ୟା ବିଦା ହେବାବେଳେ ପରିବାର ଲୋକେ ଅନେକ କିଛି ଉପହାର ଦେଇଥାନ୍ତି।

ତେବେ କିଛି ଲୋକେ ଝିଅକୁ ଗଣେଶ ମୂର୍ତ୍ତି ବି ଦେଇଥାନ୍ତି। ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଘ୍ନବିନାଶକ ବୋଲି କୁହାଯାଇଛି।

Advertisment

ଏହାର ଅର୍ଥାତ ପ୍ରଭୁ ଗଣେଶ ଯେଉଁଠି ବିରାଜମାନ କରିବେ ସେ ସବୁ ସ୍ଥାନକୁ ବିପଦ ଆସେ ନାହିଁ। ସେଥିପାଇଁ ଗଣେଶଙ୍କୁ ଶୁଭର ପ୍ରତୀକ ବୋଲି ବିବେଚନା କରାଯାଏ।

ଏହି ବିଶ୍ୱାସରେ ବାପା ମା’ ଝିଅ ବହାଘର ବେଳେ ଗଣେଶ ମୂର୍ତ୍ତି ଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଗଣେଶ ମୂର୍ତ୍ତି ଉପହାର ଦେଲେ ଅଶୁଭ ହୋଇଥାଏ।

କାରଣ ଶାସ୍ତ୍ର ଅନୁଯାୟୀ ଝିଅକୁ ଘରର ଲକ୍ଷ୍ମୀ ବୋଲି ମାନ୍ୟତା ରହିଛି । କୁହାଯାଏ ଲକ୍ଷ୍ମୀ ଏବଂ ଗଣେଶଙ୍କ ମଧ୍ୟରେ ପଡ଼େ ନାହିଁ। ତେଣୁ ଝିଅକୁ ଏକସଙ୍ଗେ ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି ଦେଲେ ଆର୍ଥିକ ସଙ୍କଟର କାରଣ ପାଲଟିଥାଏ ।

ଏହି କାରଣରୁ ଉପହାରରେ ଏକ ସଙ୍ଗେ ଗଣେଶ ଓ ଲକ୍ଷ୍ମୀ ମୂର୍ତ୍ତି  ଦେବା ଅନୁଚିତ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe