Healthy-male-feet-800x533
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜ୍ୟୋତିଷଶାସ୍ତ୍ରରେ ବ୍ୟକ୍ତିଙ୍କ ଶାରୀରିକ ଗଢ଼ଣକୁ ନେଇ ଅନେକ କଥା କୁହାଯାଏ। ଯେଉଁଥିରୁ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିବାକୁ ମିଳିଥାଏ। ସେମିତି ଏକ ଅଙ୍ଗ ହେଉଛି ପାଦ। ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ପୁରୁଷମାନଙ୍କ ପାଦର ଗଢ଼ଣରୁ ତାଙ୍କ ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ପାଦର ଗଢ଼ଣ ଅନୁଯାୟୀ କିଏ କେତେ ଭାଗ୍ୟଶାଳୀ।
-ଶାସ୍ତ୍ର ଅନୁଯାୟୀ ଯେଉଁ ପୁରୁଷଙ୍କ ପାଦ କୋମଳ, ମାଂସାଳୁ, ଲାଲ୍, ସୁନ୍ଦର ହୋଇଥାଏ ସେହି ବ୍ୟକ୍ତିଙ୍କ ଜୀବନ ଖୁବ୍ ସୁଖମୟ ହୋଇଥାଏ।
- ଯେଉଁ ପୁରୁଷର ପାଦ ମାଂସାଳୁ ହୋଇଥାଏ ଓ ଶିର ଦେଖା ଯାଉନଥାଏ, ସେହି ବ୍ୟକ୍ତି ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି।
-ଯେଉଁ ପୁରୁଷଙ୍କ ପାଦ କୋମଳ ଓ ପାଦର ଆଙ୍ଗୁଳି ପରସ୍ପର ସହ ଲାଗି ରହିଥାଏ ସେମାନଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ୍ ଦେଇଥାଏ।
- ଯେଉଁ ପୁରୁଷଙ୍କ ପାଦ ରୁଖା, ଧଳା ନଖ ଏବଂ ଆଙ୍ଗୁଳି ଅବ୍ୟବସ୍ଥିତ ହୋଇ ରହିଥାଏ ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥାଏ।
- ଯେଉଁ ପୁରୁଷଙ୍କ ପାଦ ତଳ ଏକ୍ ଦମ୍ କଳା ଓ ଜଳି ଯାଇଥିବା ମାଟି ଭଳି ହୋଇଥାଏ। ସେମାନେ ଜୀବନରେ ଅଧିକ ସମୟ ଦୁଃଖରେ ରହିଥାନ୍ତି।
-ଯେଉଁ ବ୍ୟକ୍ତିର ପାଦ ତଳ ହଳଦିଆ ଦେଖାଯାଉଥାଏ, ସେମାନେ ତାଙ୍କ ଜୀବନରେ ଅଧିକାଂଶ ସମୟରେ ଭୁଲ୍ କାମ କରିବା ସହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
-ଯେଉଁ ପୁରୁଷର ପାଦ ଆଙ୍ଗୁଠି ବହୁତ୍ ଅଧିକ ମୋଟା ହୋଇଥାଏ ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/07/Healthy-male-feet-800x533.jpg)
/odisha-reporter/media/post_attachments/wp-content/uploads/2018/07/foot5.jpg)
/odisha-reporter/media/post_attachments/wp-content/uploads/2018/07/560c070d36408.image_.jpg)
/odisha-reporter/media/post_attachments/wp-content/uploads/2018/07/images-10.jpg)