Advertisment

ଘରର ବାସ୍ତୁଦୋଷ ବି ହୋଇପାରେ ହୃଦଘାତର କାରଣ! ଜାଣନ୍ତୁ, କେଉଁ କେଉଁ କଥା ପ୍ରତି ଦେବେ ଧ୍ୟାନ

ଘରେ ବାସ୍ତୁଦୋଷ ଥିଲେ ମଧ୍ୟ ହୃଦଘାତ ଭଳି ସମସ୍ୟା ଦେଖାଯାଏ ବୋଲି ବାସ୍ତୁବିଦ୍‌ମାନେ କହନ୍ତି।

ଅଦ୍ୟତନ ହୋଇଛି
Heart Attack

Heart Attack

Advertisment

ହୃଦଘାତ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଅନେକ ସୁସ୍ଥସବଳ ଲୋକ ହଠାତ୍ ହୃଦଘାତରେ ପ୍ରାଣ ହରାଉଛନ୍ତି। କିଏ ଗାଡ଼ି ଚଲାଉଥିବା ବେଳେ ଟଳି ପଡୁଛି ତ କିଏ ଘରେ ବସିଥିବା ବେଳେ। ଏମିତି ଅନେକ ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଘଟୁଛି। ବିଶେଷ କରି କୋଭିଡ୍ ପରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଯାଇଥିବା କୁହାଯାଉଛି। କେହି କେହି ଏଥିପାଇଁ କୋଭିଡ୍ ପାଇଁ ଦିଆଯାଇଥିବା ଟିକାକୁ ମଧ୍ୟ ଦାୟୀ କରୁଛନ୍ତି। ଏଭଳି ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଅଧିକରୁ ଅଧିକ ଗବେଷଣା କରି ଏହାର ସମାଧାନର ରାସ୍ତା ବାହାର କରିବା ଉଚିତ୍।

Advertisment

ଅପରପକ୍ଷରେ ଘରେ ବାସ୍ତୁଦୋଷ ଥିଲେ ମଧ୍ୟ ହୃଦଘାତ ଭଳି ସମସ୍ୟା ଦେଖାଯାଏ ବୋଲି ବାସ୍ତୁବିଦ୍‌ମାନେ କହନ୍ତି। ଏହା ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ତା’ହେଲେ ଆସନ୍ତୁ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କାଙ୍କଠାରୁ ଜାଣିବା ଘରେ କେଉଁ ପ୍ରକାର ବାସ୍ତୁଦୋଷ ଥିଲେ ହୃଦଘାତ ହେବାର ଆଶଙ୍କା ଥାଏ।

  • ଗୃହର ଐଶାନ୍ୟ କୋଣରେ ରୋଷେଇ ଘର ହେଲେ ହୃଦଘାତ ଓ ଅନ୍ୟାନ୍ୟ ମାରାତ୍ମକ ରୋଗ ହୋଇଥାଏ।
  • ଗୃହର ଐଶାନ୍ୟ କୋଣରେ ଛାତ ଉପରେ ପାଣି ଟାଙ୍କି ଥିଲେ ହୃଦଘାତ ହେବାର ଆଶଙ୍କା ଥାଏ।
  • ଠାକୁର ଘରେ ଐଶାନ୍ୟ କୋଣରେ ପିଣ୍ଡି କଲେ ଉଚ୍ଚ ରକ୍ତଚାପ ଓ ହୃଦଘାତ ହେବାର ଆଶଙ୍କା ରହିଛି।
  • ଗୃହର ପୂର୍ବ ଭାଗରେ ପାଣିଟାଙ୍କି କିମ୍ବା ଭାରି ଜିନିଷ ରଖିଲେ ମଧ୍ୟ ହୃଦଘାତ ହେବାର ଆଶଙ୍କା ରହିଛି ।
  • ଗୃହର ନୈରୁତ୍ୟ କୋଣରେ କଳା କିମ୍ବା ନୀଳ ପାଣିଟାଙ୍କି ରଖିଲେ କିମ୍ବା ପାଣି ଦକ୍ଷିଣ ଅବା ପଶ୍ଚିମକୁ ପଡ଼ୁଥିଲେ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
Advertisment
Vastu Tips Heart Disease Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe