Advertisment

ଅକ୍ଟୋବର ୧୪ ସୂର୍ଯ୍ୟ ପରାଗରେ ଦୃଶ୍ୟମାନ ହେବ ବିରଳ 'ଅଗ୍ନିଚକ୍ର', କ'ଣ ଏହା ଜାଣନ୍ତୁ

ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଅବସ୍ଥାପିତ ହେଉଥିବାରୁ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆସନ୍ତା ମାସ ୧୪ରେ ହେବ ଏକ ବିରଳ ବାର୍ଷିକ ସୂର୍ଯ୍ୟ ପରାଗ। ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହେବ। ଏହି ସମୟରେ ମହାକାଶରେ ଏକ ମହାଜାଗତିକ ରୂପ ଦେଖିବାକୁ ମିଳିବ ଯାହାକୁ 'ରିଙ୍ଗ୍ ଅଫ୍ ଫାୟାର୍' ବା ଅଗ୍ନିଚକ୍ର କୁହାଯାଉଛି। ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ସରଳରେଖାରେ ଅବସ୍ଥାପିତ ହେଉଥିବାରୁ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

Advertisment

ରିଙ୍ଗ୍ ଅଫ୍ ଫାୟାର୍ ସୂର୍ଯ୍ୟ ପରାଗ କଣ?
ଏହା ହେଉଛି ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗଠାରୁ ଭିନ୍ନ। ଏହି ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ଏହାର ଦୂରତମ ସ୍ଥାନରେ କିମ୍ବା ସବୁଠୁ ନିକଟତର ହୁଏ, ସେତେବେଳେ ଏକ ବାର୍ଷିକ ସୂର୍ଯ୍ୟ ପରାଗ ହୁଏ। ଏହି ସମୟରେ ଆକାଶରେ ସୂର୍ଯ୍ୟଙ୍କଠାରୁ ବଡ଼ ଦଖାଯାଏ ଚନ୍ଦ୍ର। କିନ୍ତୁ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ ନାହିଁ, ଫଳରେ ଏକ ଚମତ୍କାର ଭିଜୁଆଲ୍ ଇଫେକ୍ଟ ସୃଷ୍ଟି ହୁଏ। ଯାହା ଏକ ଉଜ୍ଜ୍ୱଳ ରିଙ୍ଗ ବା 'ଅଗ୍ନି ଚକ୍ର' ସୃଷ୍ଟି କରେ।

ବାସ୍ତବରେ ସୂର୍ଯ୍ୟ ତୁଳନାରେ ଚନ୍ଦ୍ରର ଆକାର ଛୋଟ। ଚନ୍ଦ୍ରର ବ୍ୟାସ ମାତ୍ର ୩,୪୭୬ କିଲୋମିଟର ଥିବାବେଳେ ସୂର୍ଯ୍ୟଙ୍କ ବ୍ୟାସ ୧.୪ ନିୟୁତ କିଲୋମିଟର। କିନ୍ତୁ ଏହି ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ଗୋଲାକୃତିରେ ଆଚ୍ଛାଦନ କରୁଥିବାରୁ ସୂର୍ଯ୍ୟର ଅବଶିଷ୍ଟ ଅଞ୍ଚଳ ପୃଥିବୀ ପୃଷ୍ଠକୁ ଏକ ଚମତ୍କାର ଇଫେକ୍ଟ ସୃଷ୍ଟି କରିବ, ଯାହା ନିଆଁର ଏକ ଚକ୍ର ପରି ଦେଖାଯିବ

Advertisment
Representative Image ବାର୍ଷିକ ସୂର୍ଯ୍ୟ ପରାଗର ବିରଳ ଦୃଶ୍ୟ(ଫାଇଲ୍ ଫଟୋ)

କେଉଁ ଦେଶ ଏହି ମହାଜାଗତିକ ରୂପ ଦେଖିପାରିବ?
ଆଗାମୀ ସୂର୍ଯ୍ୟ ପରାଗ ଉତ୍ତର, ମଧ୍ୟର ବିଭିନ୍ନ ଦେଶ ସହ ଦକ୍ଷିଣ ଆମେରିକାର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ। ନାସା ଅନୁଯାୟୀ, ସୂର୍ଯ୍ୟ ପରାଗ ଆମେରିକାର ଓରେଗନରେ ରାତି ପ୍ରାୟ ଘ.୯:୧୩ ମିନିଟରେ ଆରମ୍ଭ ହେବ ଏବଂ କାଲିଫର୍ନିଆ, ନେଭାଡା, ଉତାହ, ଆରିଜୋନା, ନ୍ୟୁ ମେକ୍ସିକୋ ଏବଂ ଟେକ୍ସାସରେ ଦେଖାଯିବ।

ଏହା ପରେ ମେକ୍ସିକୋ, ଗୁଆଟେମାଲା, ବେଲିଜ୍, ହୋଣ୍ଡୁରାସ, ନିକାରାଗୁଆ, ପାନାମା, କଲମ୍ବିଆ ଏବଂ ବ୍ରାଜିଲର କିଛି ଅଂଶ ପର୍ଯ୍ୟନ୍ତ ଏହା ଦୃଶ୍ୟମାନ ହେବ। ଆଟଲାଣ୍ଟିକ୍ ମହାସାଗରରେ ସୂର୍ଯ୍ୟାସ୍ତ ପୂର୍ବରୁ ସୂର୍ଯ୍ୟ ପରାଗ ଶେଷ ହୋଇଯିବ। ଏହି ସମୟରେ ସୂର୍ଯ୍ୟ ଅଞ୍ଚଳ ସର୍ବାଧିକ ଅନ୍ଧକାର ଦେଖାଯିବ। କିନ୍ତୁ ଅଧିକ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ, ଯାହାକି ଅନେକ ପର୍ଯ୍ୟବେକ୍ଷକଙ୍କୁ ଏକ ଆକର୍ଷଣୀୟ ଦୃଶ୍ୟ ପ୍ରଦାନ କରିବ।

Solar Eclipse What Is Ring Of Fire October Solar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe