Advertisment

ଭଲ କ୍ୟାରିଅର ପାଇଁ ଘରର ଏହି କୋଣରେ କରନ୍ତୁ ପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ ଦିଗ ବା କୋଣର ଖୁବ୍‌ ମହତ୍ତ୍ୱ ରହିଛି। କୌଣସି ଦିଗର ସମ୍ବନ୍ଧ କୌଣସି ଦେବତା ବା କୌଣସି ପଦାର୍ଥ ସହ ରହିଛି। ଏହା ବାସ୍ତୁ ଶାସ୍ତ୍ରରେ ବିସ୍ତୃତ ଭାବେ କୁହାଯାଇଛି। ଆଜି ଆମେ ଘରର ସେହି କୋଣ ବିଷୟରେ କହିବୁ, ଯାହା ଆମ କ୍ୟାରିଅର୍‌କୁ ଖୁବ୍‌ ପ୍ରଭାବିତ କରିଥାଏ। ଘରର ଚାରିକୋଣ: ଯେ କୌଣସି ଆୟତାକାର ଘର ୪ କୋଣ ବିଶିଷ୍ଟ ହୋଇଥାଏ। ପ୍ରଥମେ ଉତ୍ତର ଓ ପୂର୍ବ ଦିଗର କୋଣ, […]

ଅଦ୍ୟତନ ହୋଇଛି
ଭଲ କ୍ୟାରିଅର ପାଇଁ ଘରର ଏହି କୋଣରେ କରନ୍ତୁ ପୂଜା

home

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ ଦିଗ ବା କୋଣର ଖୁବ୍‌ ମହତ୍ତ୍ୱ ରହିଛି। କୌଣସି ଦିଗର ସମ୍ବନ୍ଧ କୌଣସି ଦେବତା ବା କୌଣସି ପଦାର୍ଥ ସହ ରହିଛି। ଏହା ବାସ୍ତୁ ଶାସ୍ତ୍ରରେ ବିସ୍ତୃତ ଭାବେ କୁହାଯାଇଛି। ଆଜି ଆମେ ଘରର ସେହି କୋଣ ବିଷୟରେ କହିବୁ, ଯାହା ଆମ କ୍ୟାରିଅର୍‌କୁ ଖୁବ୍‌ ପ୍ରଭାବିତ କରିଥାଏ।

Advertisment

publive-imageଘରର ଚାରିକୋଣ: ଯେ କୌଣସି ଆୟତାକାର ଘର ୪ କୋଣ ବିଶିଷ୍ଟ ହୋଇଥାଏ। ପ୍ରଥମେ ଉତ୍ତର ଓ ପୂର୍ବ ଦିଗର କୋଣ, ଦ୍ୱିତୀୟଟି ଉତ୍ତର ଓ ପଶ୍ଚିମ ଦିଗ କୋଣ, ତୃତୀୟରେ ପଶ୍ଚିମ ଓ ଦକ୍ଷିଣ ଦିଗର କୋଣ ଏବଂ ଚତୁର୍ଥରେ ଦକ୍ଷିଣ ଓ ପୂର୍ବ ଦିଗ କୋଣ। ଏହି ଚାରି କୋଣକୁ ବାସ୍ତୁ ଶାସ୍ତ୍ରରେ କ୍ରମଶ: ଐଶାଣ୍ୟ, ବାୟବ୍ୟ, ନୈଋତ୍ୟ ଓ ଅଗ୍ନିକୋଣ କୁହାଯାଏ।

ଐଶାଣ୍ୟ କୋଣର ମହତ୍ତ୍ୱ: ଉତ୍ତର ଓ ପୂର୍ବ ଦିଗ ମେଳକୁ ଈଶାନ ବା ଐଶାଣ୍ୟ କୋଣ କୁହାଯାଏ। ତାହା ଏକ ପବିତ୍ର ସ୍ଥାନ। ଯେଉଁଠୁ ପ୍ରତିଦିନ ସୂର୍ଯ୍ୟ ଉଦୟ ହୋଇଥାନ୍ତି। ଏହି କୋଣକୁ ବାସ୍ତୁ ଶାସ୍ତ୍ର ଓ ସନାତନ ଧର୍ମରେ ଖୁବ୍‌ ପବିତ୍ର ବୋଲି କୁହାଯାଏ। ସେଥିପାଇଁ ଏହି କୋଣକୁ ସବୁବେଳେ ସଫା ରଖିବାକୁ କୁହାଯାଏ। ଐଶାଣ୍ୟ କୋଣର ଦେବତା ଭଗବାନ ଶିବ। ଧାର୍ମିକ ଗ୍ରନ୍ଥ ଅନୁସାରେ ଭଗବାନ୍‌ ଶିବଙ୍କର ଅନେକ ନାଁ ମଧ୍ୟରୁ ଗୋଟିଏ ନାଁ ହେଉଛି ‘ଈଶ’ । ଉତ୍ତର ଦିଗରେ ହିମାଳୟ ପର୍ବତ ଅଛି। ଆଉ ହିମାଳୟରେ ଶିବଙ୍କ ସ୍ଥାନ। ସେଥିପାଇଁ ଏହି କୋଣର ନାଁ ଐଶାଣ୍ୟ କୋଣ ରଖାଯାଇଛି।
publive-imageପୂଜା ପାଇଁ ଉତ୍ତମ କୋଣ: ଭାଗବାନ ଶିବ ସବୁ ସମୟରେ ଧ୍ୟାନରେ ଲୀନ ରହିଥାନ୍ତି। ଏଥିଯୋଗୁ ଐଶାଣ୍ୟ କୋଣକୁ ଧ୍ୟାନ ଓ ପୂଜା ପାଠ ପାଇଁ ଉତ୍ତମ ମନା ଯାଏ। ଘରର ଏହି କୋଣକୁ ସବୁବେଳେ ସଫା ରଖିବା ଉଚିତ୍‌। ଏଥିରେ ଅଳିଆ ଜିନିଷ କି ଭାରି ଜିନିଷ ପକାଇ ରଖିବା ଉଚିତ୍‌ ନୁହେଁ।
କ୍ୟାରିଅର୍‌ ପାଇଁ ଉତ୍ତମ କୋଣ: କ୍ୟାରିଅର୍‌ ପାଇଁ ଏହି କୋଣ ଖୁବ୍‌ ମହତ୍ତ୍ୱ ରଖେ। ପ୍ରତ୍ୟେକ ଘରର ବ୍ୟକ୍ତିଙ୍କ କ୍ୟାରିଅର କେମିତି ରହିବ ତାହା ଐଶାଣ୍ୟ କୋଣ ସହ ସମ୍ବନ୍ଧିତ। କ୍ୟାରିଅରରେ ଉନ୍ନତି ପାଇଁ ସେହି କୋଣ ପାଖରେ ଥିବା ଝରକା ଅଳ୍ପ ଖୋଲା ରଖନ୍ତୁ। ଏହାସହ ଆପଣ ଚାହିଁଲେ ସେହି କୋଣରେ ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମା ସ୍ଥାପନ କରି ପ୍ରତିଦିନ ପୂଜା କରି ପାରିବେ।

Advertisment

କିନ୍ତୁ ମନେ ରଖିବେ ଈଶାନ କୋଣରେ ମିଟିଙ୍ଗ୍‌ ରୁମ୍‌ କିମ୍ବା କନ୍‌ଫ୍ରେନେନ୍ସ ହଲ୍‌ ତିଆରି କରନ୍ତୁ ନାହିଁ। ଅଫିସ୍‌ରେ ବି ଈଶାନ କୋଣରେ ପୂଜା ହିଁ କରନ୍ତୁ। ଯଦି ନିଜ ଦୋକାନରେ ମନ୍ଦିର ଅବା ଠାକୁରଙ୍କ ପ୍ରତିମା ରଖିବା ଚାହୁଁଛନ୍ତି ତେବେ ଏହି ଦିଗ ଉତ୍ତମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe