/odisha-reporter/media/post_attachments/uploads/2018/11/r-6.jpg)
r
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣ ଅନେକ ଲୋକଙ୍କୁ ଦଣ୍ଡବତ ପ୍ରଣାମ କରୁଥିବା ଦେଖିଥିବେ। ହିନ୍ଦୁ ଧର୍ମରେ ଏପରି ପ୍ରଣାମ କରିବାକୁ ଶୁଭ ବୋଲି କୁହାଯାଇଥାଏ। ପ୍ରଣାମ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଭୁଲ୍କୁ କ୍ଷମା ମିଳିବା ସହିତ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ସାଷ୍ଟାଙ୍ଗ ଦଣ୍ଡବତ କରିବା ଦ୍ୱାରା ଯଜ୍ଞ କରିବା ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ଦ୍ୱାରା ବ୍ୟକ୍ତି ନିଜ ପାପ କର୍ମରୁ ମୁକ୍ତି ପାଇ ଧର୍ମ ମାର୍ଗରେ ପରିଚାଳିତ ହୋଇଥାଏ।
Advertisment
ଶାସ୍ତ୍ରରେ ଦଣ୍ଡବତ ପ୍ରଣାମକୁ ଏକ ଉପାସନା ପ୍ରକ୍ରିୟା ବୋଲି କୁହାଯାଇଛି। ଏହା ଦ୍ୱାରା ବ୍ୟକ୍ତିର ମନ ଶାନ୍ତ ରହିଥାଏ ବୋଲି ଶାସ୍ତ୍ର କୁହେ। ସାଷ୍ଟାଙ୍ଗ ପ୍ରଣାମ କରିବା ପରେ ବ୍ୟକ୍ତି ଜୀବନରେ ଏକ ବିନମ୍ରତା ଭାବ ଆସିଥାଏ, ଯାହା ଯୋଗୁ ବ୍ୟକ୍ତି ଜୀବନର ପ୍ରକୃତ ଅର୍ଥ ବୁଝିପାରେ।
ଏହିପରି ପ୍ରଣାମ ଦ୍ୱାରା ମନୁଷ୍ୟ ନିଜର ଦୁଃଖକୁ ଭଗବାନଙ୍କ ପାଦତଳେ ସମର୍ପଣ କରିଥାଏ ବୋଲି ମଧ୍ୟ କୁହାଯାଇଥାଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
