Advertisment

ସ‍ଧବାଙ୍କ ଆଭୂଷଣ ପାଲଟିଛି ମଙ୍ଗଳସୂତ୍ର; ଜାଣନ୍ତୁ, ପଡ଼ିଥାଏ କାହା କୃପା ଦୃଷ୍ଟି?

ଶଙ୍ଖା, ଚୁଡ଼ି, ସିନ୍ଦୂର ପରି ମଙ୍ଗଳସୂତ୍ର ମଧ୍ୟ ସଧବା ନାରୀର ଆଭୂଷଣ। ନିଜ ସ୍ୱାମୀଙ୍କୁ ସଙ୍କଟରୁ ରକ୍ଷା କରିବା ତଥା ତାଙ୍କ ଦୀର୍ଘାୟୂ ନିମନ୍ତେ ମହିଳାମାନେ ବେକରେ ମଙ୍ଗଳସୂତ୍ର ଧାରଣ କରିଥାଆନ୍ତି।

mangalsutra

mangalsutra

Advertisment

ଶଙ୍ଖା, ଚୁଡ଼ି, ସିନ୍ଦୂର ପରି ମଙ୍ଗଳସୂତ୍ର ମଧ୍ୟ ସଧବା ନାରୀର ଆଭୂଷଣ। ନିଜ ସ୍ୱାମୀଙ୍କୁ ସଙ୍କଟରୁ ରକ୍ଷା କରିବା ତଥା ତାଙ୍କ ଦୀର୍ଘାୟୂ ନିମନ୍ତେ ମହିଳାମାନେ ବେକରେ ମଙ୍ଗଳସୂତ୍ର ଧାରଣ କରିଥାଆନ୍ତି। ହେଲେ ଜାଣିଛନ୍ତି ସଧବା ନାରୀ ମଙ୍ଗଳସୂତ୍ର ପିନ୍ଧିବା ପରମ୍ପରା କେବେଠୁ ଆରମ୍ଭ ହୋଇଛି।

Advertisment

ହିନ୍ଦୁ ଧର୍ମ ପୁରାଣ ଅନୁଯାୟୀ, ମଙ୍ଗଳସୂତ୍ର ପିନ୍ଧିବା ପରମ୍ପରା ମହାଦେବ ଶିବ ଓ ପାର୍ବତୀଙ୍କ ବିବାହଠୁ ଆରମ୍ଭ ହୋଇଛି। ମାତା ସତୀଙ୍କ ମୃତ୍ୟୁ ପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଜୀବନସାଥୀ ଭାବେ ଚୟନ କରିଥିଲେ। ମାତ୍ର ପାର୍ବତୀଙ୍କୁ ବିବାହ ସମୟରେ ମାତା ସତୀଙ୍କ କଥା ଭାବି ଭାବି ବିଚଳିତ ହୋଇ ପଡ଼ିଲେ ମହାଦେବ ।

ମାତା ପାର୍ବତୀଙ୍କ ସହ ଯେପରି କେବେ କୌଣସି ଅଘଟଣ ନ ଘଟେ ସେଥିନିମନ୍ତେ ସେ ତାଙ୍କ ବେକରେ ହଳଦିଆ ସୁତାରେ କଳା ମୋତି ଗୁନ୍ଥି ଏକ ରକ୍ଷା ସୂତ୍ର ବାନ୍ଧି ଦେଇଥିଲେ। ଏହି ହଳଦିଆ ସୁତାକୁ ମା’ ପାର୍ବତୀ ଓ କଳା ମାଳିକୁ ମହାଦେବ ବୋଲି କୁହାଯାଇଥାଏ। ସେବେଠୁ ହିନ୍ଦୁ ଧର୍ମରେ ବିବାହ ସମୟରୁ ମଙ୍ଗଳସୂତ୍ର ପିନ୍ଧିବା ପରମ୍ପରା ଆରମ୍ଭ ହୋଇଛି।

Advertisment

ମଙ୍ଗଳସୂତ୍ର ପିନ୍ଧିବା ପଛର କାରଣ 

-ବିଶ୍ୱାସ ରହିଛି, ମଙ୍ଗଳସୂତ୍ର ପିନ୍ଧିଲେ ସ୍ୱାମୀଙ୍କ ଉପରକୁ ଆସୁଥିବା ବିପଦ ଟଳି ଯାଇଥାଏ। ବୈବାହିକ ଜୀବନରୁ ସମସ୍ୟା ଦୂର ହୋଇଥାଏ।

-ମଙ୍ଗଳସୂତ୍ର ମା’ ଦୁର୍ଗାଙ୍କ ୯ଟି ରୂପକୁ ନେଇ ଆଧାରିତ ଓ ଏହା ଶକ୍ତିର ପ୍ରତୀକ ବୋଲି ଧରାଯାଏ। ଏହା ପୃଥିବୀ, ବାୟୁ, ଅଗ୍ନି ଓ ଜଳର ମଧ୍ୟ ପ୍ରତୀକ ଅଟେ।

-ମଙ୍ଗଳସୂତ୍ର ସବୁବେଳେ ବେକରେ ଧାରଣ କଲେ ସଧବା ନାରୀଙ୍କ ମନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ଆସିଥାଏ । ଏଥିସହ ସେ ସବୁବେଳେ ନିଜକୁ ଉର୍ଜାବାନ ବୋଲି ଭାବିଥାନ୍ତି।

-ଏହାକୁ ଧାରଣ କଲେ ବୃହସ୍ପତି ଗ୍ରହଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। କାରଣ ମଙ୍ଗଳସୂତ୍ର ସୁନା କିମ୍ବା ହଳଦିଆ ଧାତୁରେ ତିଆରି ହୋଇଥାଏ। ଏହାକୁ ଧାରଣ କରିବା ଦ୍ୱାରା ସୂର୍ଯ୍ୟ, ଗୁରୁଙ୍କ ପ୍ରଭାବ ବୈବାହିକ ଜୀବନ ଉପରେ ପଡ଼ିଥାଏ। ସେହିପରି ଯେଉଁମାନେ କଳା ମାଳି ଥିବା ମଙ୍ଗଳସୂତ୍ର ପିନ୍ଧିଥାନ୍ତି ସେମାନଙ୍କ ଉପରେ ଶନି ଦେବତାଙ୍କ କୃପା ଦୃଷ୍ଟି ରହିଥାଏ।

-ସଧବା ମହିଳାଙ୍କ ପାଇଁ ଏହାକୁ ପିନ୍ଧିବାର ନିର୍ଦ୍ଦିଷ୍ଟ ସମୟ ନାହିଁ। ଏହାକୁ ଆପଣ ଛୁଆଁ, ଅଛୁଆଁ ଆଦି ସବୁ ସମୟରେ ପିନ୍ଧି ପାରିବେ।

-ଯେଉଁ ମହିଳା ସବୁବେଳେ ମଙ୍ଗଳସୂତ୍ର ଧାରଣ କରିଥାନ୍ତି, ତାଙ୍କ ଉପରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ରହିଛି।

Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe