Advertisment

ଏହି ରାଶିର ମହିଳା ନିଜ ସ୍ୱାମୀଙ୍କୁ ରଖନ୍ତି ହାତମୁଠାରେ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ମହିଳା ଅଛନ୍ତି ଯେଉଁମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣ ରଖିବାର କଳା ଜାଣନ୍ତି। ଏମାନେ କେବଳ ସ୍ୱାମୀ ନୁହେଁ ବରଂ ପୂରା ଘରକୁ ନିଜ ନିୟନ୍ତ୍ରଣରେ ରଖିଥାନ୍ତି। ହେଲେ ସବୁ ମହିଳାଙ୍କ କ୍ଷେତ୍ରରେ ଏମିତି ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି। ବୃଷ: ଏହି ରାଶିର ମହିଳାମାନେ  ସ୍ୱଭାବରେ ଶାନ୍ତ ଓ ସାହସୀ ହୋଇଥାନ୍ତି। ସବୁ ସମସ୍ୟାକୁ ଏମାନେ ସାମ୍ନା […]

author-image
Mihir Pattnayak
ଅଦ୍ୟତନ ହୋଇଛି
ଏହି ରାଶିର ମହିଳା ନିଜ ସ୍ୱାମୀଙ୍କୁ ରଖନ୍ତି ହାତମୁଠାରେ !

t6

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ମହିଳା ଅଛନ୍ତି ଯେଉଁମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣ ରଖିବାର କଳା ଜାଣନ୍ତି। ଏମାନେ କେବଳ ସ୍ୱାମୀ ନୁହେଁ ବରଂ ପୂରା ଘରକୁ ନିଜ ନିୟନ୍ତ୍ରଣରେ ରଖିଥାନ୍ତି। ହେଲେ ସବୁ ମହିଳାଙ୍କ କ୍ଷେତ୍ରରେ ଏମିତି ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ମହିଳାମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।

Advertisment

ବୃଷ:ଏହି ରାଶିର ମହିଳାମାନେ  ସ୍ୱଭାବରେ ଶାନ୍ତ ଓ ସାହସୀ ହୋଇଥାନ୍ତି। ସବୁ ସମସ୍ୟାକୁ ଏମାନେ ସାମ୍ନା କରିବାର ସାହସ ରଖନ୍ତି। କାହା ଆଗରେ ମୁଣ୍ଡ ନୂଆଁଇବା ଏମାନଙ୍କୁ ପସନ୍ଦ ନୁହଁ। ଏହି ଗୁଣ ପାଇଁ ସେମାନେ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖନ୍ତି।

ବିଛା:ଏହି ରାଶିର ମହିଳାମାନେ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ଏମାନେ ବେଶି ଲୋକଙ୍କ ସହ ମିଶନ୍ତି ନାହିଁ। କାହାକୁ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଏମାନେ ଘରକୁ ନିଜ ଅଧୀନରେ ରଖିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ କେମିତି ନିୟନ୍ତ୍ରଣରେ ରଖି ହେବ ସେ କଳା ବେଶ ଭଲ ଭାବେ ଜାଣନ୍ତି। ।

Advertisment

କର୍କଟ:ଏମାନେ ଟିକେ ରାଗୀ ପ୍ରକୃତିର ହୋଇଥାନ୍ତି। କୌଣସି ଭୁଲ୍‌କୁ ଏମାନେ ସହଜରେ କ୍ଷମା କରି ନ ଥାନ୍ତି। ଏହି ରାଶିର ମହିଳାମାନେ ଅନ୍ୟମାନଙ୍କୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ସ୍ୱାମୀଙ୍କୁ ବି ଏମାନେ ନିଜ ନିୟନ୍ତ୍ରଣରେ ରଖନ୍ତି।

ସିଂହ: ଏହି ରାଶିର ମହିଳାମାନେ କାହାରି ଅଧୀନରେ ରହିବାକୁ ଭଲପାଆନ୍ତି ନାହିଁ। ଏମାନେ ଖୋଲା ଆକାଶର ବିହଙ୍ଗ ପରି ବଞ୍ଚିବାକୁ ଚାହାଁନ୍ତି। ହେଲେ ନିଜ ସ୍ୱାମୀଙ୍କୁ କିପରି ନିଜ ସବୁ କଥାରେ ରାଜି କରେଇ ହେବ ସେ କଳା ମଧ୍ୟ ବେଶ୍‌ ଭଲଭାବେ ଜାଣନ୍ତି।

ମକର: ଏମାନଙ୍କ ଠାରେ ସବୁ ଜିନିଷରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଏମାନେ ଶକ୍ତିଶାଳୀ ଓ ମାନସିକ ସ୍ତରରେ ଦୃଢ଼ ପୁରୁଷଙ୍କୁ ବିବାହ କରିବାକୁ ଚାହାଁନ୍ତି। ଯଦି ଏପରି ସାଥୀ ନ ମିଳେ ତେବେ ଏମାନେ ତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ଆରମ୍ଭ କରିଦିଅନ୍ତି।