Advertisment

ବାସ୍ତୁ ଅନୁସାରେ ମହିଳାମାନେ କରନ୍ତୁ ଏହି କାମ: ରହିବ ଭଗବାନଙ୍କ ଆଶୀର୍ବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଘରକୁ ନେଇ ଅନେକ କିଛି କଥା କୁହାଯାଇଛି। ଏସବୁକୁ ପାଳନ କଲେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। ତେଣୁ ଘରକୁ ମଧ୍ୟ ବାସ୍ତୁ ଅନୁସାରେ ତିଆରି କରାଯାଇଥାଏ। ଯେଉଁ ଘର ବାସ୍ତୁ ଅନୁସାରେ ତିଆରି ହୋଇନଥାଏ, ସେଠାରେ ଅନେକ ସମସ୍ୟା ଦେଖା ଯାଇଥାଏ। ବାସ୍ତୁ ଶାସ୍ତ୍ରରେ କିଛି ଏପରି କଥା କୁହାଯାଇଛି, ଯାହା ଘରର ମହିଳାମାନେ ପାଳନ କଲେ ଅନେକ ଲାଭ ମିଳିଥାଏ। ଆସନ୍ତୁ ସେ ସମ୍ପର୍କରେ ଜାଣିବା। ୧. ବାସ୍ତୁ […]

ଅଦ୍ୟତନ ହୋଇଛି
ବାସ୍ତୁ ଅନୁସାରେ ମହିଳାମାନେ କରନ୍ତୁ ଏହି କାମ: ରହିବ ଭଗବାନଙ୍କ ଆଶୀର୍ବାଦ

12

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ଘରକୁ ନେଇ ଅନେକ କିଛି କଥା କୁହାଯାଇଛି। ଏସବୁକୁ ପାଳନ କଲେ ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ। ତେଣୁ ଘରକୁ ମଧ୍ୟ ବାସ୍ତୁ ଅନୁସାରେ ତିଆରି କରାଯାଇଥାଏ। ଯେଉଁ ଘର ବାସ୍ତୁ ଅନୁସାରେ ତିଆରି ହୋଇନଥାଏ, ସେଠାରେ ଅନେକ ସମସ୍ୟା ଦେଖା ଯାଇଥାଏ।
ବାସ୍ତୁ ଶାସ୍ତ୍ରରେ କିଛି ଏପରି କଥା କୁହାଯାଇଛି, ଯାହା ଘରର ମହିଳାମାନେ ପାଳନ କଲେ ଅନେକ ଲାଭ ମିଳିଥାଏ। ଆସନ୍ତୁ ସେ ସମ୍ପର୍କରେ ଜାଣିବା।

Advertisment

publive-image୧. ବାସ୍ତୁ ଅନୁସାରେ ଘରର ବୟସ୍କ ମହିଳାମାନେ ସୂର୍ଯୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରିବା ଉଚିତ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।
୨. ଘରର ବୋହୂ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ତମ୍ୱା ପାତ୍ରରେ ପାଣି ଭରି ଘରର ମୁଖ୍ୟ ଦ୍ୱାରରେ ଛିଞ୍ଚନ୍ତୁ। ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ ଏବଂ ଘରେ ଲକ୍ଷ୍ମୀ ବାସ କରିଥାନ୍ତି।
୩. ପ୍ରତ୍ୟେକ ଶୁକ୍ରବାର ମହିଳାମାନେ ଘରେ ଲକ୍ଷ୍ମୀସ୍ତୁତ ପାଠ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦୂର ହୋଇଯାଏ।
୪. ସେହିପରି ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ସମ୍ପୂର୍ଣ୍ଣ ଘରକୁ ପୋଛନ୍ତୁ। ଏପରି କରିବା ଦ୍ୱାରା ଘରୁ କଳହ ଦୂର ହୋଇଥାଏ ଏବଂ ପରିବାର ସଦସ୍ୟ ମିଳିମିଶି ରହିଥାନ୍ତି।
୫. ବାସ୍ତୁ ଅନୁସାରେ ଅମାବାସ୍ୟା ଦିନ ପୂରା ଘରକୁ ଭଲ ଭାବରେ ସଫା କରନ୍ତୁ। ଏପରି କରିବା ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe