Advertisment

ଜାଣି ରଖନ୍ତୁ ଘରେ କଇଁଚି, ଛୁରୀ ରଖିବାର ନିୟମ, ନଚେତ ଦେଖାଦେଇପାରେ ବିବାଦ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ଝାଡ଼ୁ, କଇଁଚି, ଛୁରୀ, ପାପୋଛ ଆଦି ରଖିବା ସମୟରେ ଛୋଟ ଛୋଟ ଭୁଲ୍‌କୁ ଅଣଦେଖା କରିବା ଉଚିତ ନୁହେଁ। ଏହାଦ୍ୱାରା ଘରକୁ ଦାରିଦ୍ର୍ୟ ମାଡ଼ି ବସିବ ।

author-image
Niharika Rout
Scissors & Knife

Scissors & Knife

ଘରେ ଥିବା ଛୋଟ ଛୋଟ ଜିନିଷକୁ ଆମେ ଗୁରୁତ୍ୱ ଦେଉ ନ ଥିବା ବେଳେ ଜୀବନରେ କିନ୍ତୁ ଏହାର ମହତ୍ତ୍ୱ ଖୁବ୍‌ ଅଧିକ । ଅଜାଣତରେ ବି ଏହାର ଭୁଲ୍‌ ବ୍ୟବହାର ପରିବାର ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିପାରେ। ଏପରିକି ହସଖୁସିର ପରିବାରରେ ସୃଷ୍ଟି ହୋଇପାରେ ଅଶାନ୍ତିର ଝଡ଼ ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ଝାଡ଼ୁ, କଇଁଚି, ଛୁରୀ, ପାପୋଛ ଆଦି ରଖିବା ସମୟରେ ଛୋଟ ଛୋଟ ଭୁଲ୍‌କୁ ଅଣଦେଖା କରିବା ଉଚିତ ନୁହେଁ। ଏହାଦ୍ୱାରା ଘରକୁ ଦାରିଦ୍ର୍ୟ ମାଡ଼ି ବସିବ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଝାଡ଼ୁକୁ ପାଦରେ ଆଡ଼େଇ ଦେବା, ଅଳିଆରେ ଫିଙ୍ଗିବା, ଭଙ୍ଗା ଝାଡ଼ୁ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ। ତେଣୁ ଝାଡ଼ୁକୁ ଲୁଚାଇ ରଖିବା ଉଚିତ । ସୂର୍ଯ୍ୟାସ୍ତ ପରେ ଝାଡ଼ୁ କରିବା ଦ୍ୱାରା ନିହାତି ଭାବେ ଘରେ ଆର୍ଥିକ ଦୁର୍ଗତି ଦେଖାଦେଇଥିବା ବେଳେ ଏହା ପିଛା ଛାଡ଼ି ନ ଥାଏ।

Advertisment

କଇଁଚିକୁ ସବୁବେଳେ କପଡ଼ା କିମ୍ବା କାଗଜରେ ଗୁଡ଼ାଇ ରଖିବା ଉଚିତ । ଏହାଦ୍ୱାରା ସମ୍ପର୍କ ସୁଦୃଢ ହୋଇଥାଏ। ବିନା କାରଣରେ କଇଁଚି ଚଲାଇବା ଦ୍ୱାରା ଘରେ ବାଦବିବାଦ ଦେଖା ଦେଇଥାଏ ଓ ସମ୍ପର୍କ ବିଗିଡ଼ିଥାଏ।

ରୋଷେଇ ଘରେ ଛୁରୀର ଧାର ପାର୍ଶ୍ୱକୁ କେବେ କି ଉପରମୁହାଁ କରି ରଖନ୍ତୁ ନାହିଁ। ଏପରି କଲେ ଆକସ୍ମିକ ଭାବେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ। ଘରେ ଅଧିକ ବଡ଼ ଛୁରୀ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନ ଉପରେ ଏହାର କୁପ୍ରଭାବ ପଡ଼ିପାରେ ।

ଘରର ମୁଖ୍ୟ ଦ୍ୱାର ନିକଟରେ ଥିବା ପାପୋଛକୁ ସବୁବେଳେ ସଫାସୁତୁରା ରଖିବା ଉଚିତ । ଏହା ପୁରୁଣା ହେବା କିମ୍ବା ଛିଣ୍ଡିଥିବା ଉଚିତ ନୁହେଁ। ଫଟାଫଟି କିମ୍ବା ପୁରୁଣା ପାପୋଛ ରଖିଲେ ପାରିବାରିକ ସମସ୍ୟା ଅଧିକ ଘନୀଭୂତ ହୋଇଥାଏ।

Vastu Tips