m21
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ୍ କଲେଜ୍, ଅଫିସ୍ ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସକାଳୁ ଯିବାର ଥିଲେ ଆପଣ ସକାଳୁ ଉଠି ଶୀଘ୍ର କାମ ସାରି ବାହାରି ଯାଆନ୍ତି। ସକାଳେ ପ୍ରାୟ ବହୁତ ଲୋକଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ନ ଥାଏ। ସେମାନେ ଯୋଗ ବା ୱାର୍କଆଉଟ୍ ଇତ୍ୟାଦି କରିପାରନ୍ତି ନାହିଁ। ଏହା ସହ ସେମାନେ ଦେବାଦେବୀଙ୍କୁ ମଧ୍ୟ ମନେ ପକାଇବା ପାଇଁ ସମୟ ନଥାଏ। ଏଥିପାଇଁ ସେହି ବ୍ୟକ୍ତିମାନେ ମାନସିକ ସ୍ତରରେ ବହୁତ ଚିନ୍ତାରେ ରହିଥାନ୍ତି। ସବୁ କାମରେ ଚିଡ୍ଚିଡା ଅନୁଭବ କରନ୍ତି।
ଆପଣ ଯଦି ଏହିପରି ଅନୁଭବ କରୁଛନ୍ତି ତାହାଲେ, ଆମେ ଆପଣଙ୍କୁ କିଛି ସହଜ ଧ୍ୟାନ ବିଷୟରେ କହିବୁ। ଯାହାକୁ ଆପଣ ସକାଳୁ ଉଠିବା ସମୟରେ କରିପାରିବେ। ଜାଣନ୍ତୁ କ’ଣ କରିବେ।
/odisha-reporter/media/post_attachments/wp-content/uploads/2019/06/m11-300x172.jpg)
ଯେତେବେଳେ ଆପଣ ସକାଳେ ନିଦରୁ ଉଠିବେ, ସେତେବେଳେ ବିଛଣାରେ ଆଖି ବନ୍ଦ କରି ବସି ଯାଆନ୍ତୁ। ହାତକୁ ଆଣ୍ଠୁ ଉପରେ ରଖି ୨ ମିନିଟ୍ ଯାଏ ଧ୍ୟାନ କରନ୍ତୁ। ଏହିପରି କଲେ ଆପଣଙ୍କ ଦିନ ଭଲରେ କଟିବ।
ଏହା ପରେ ଆପଣ ଯେତେବଳେ ବେଡ୍ରୁ ଉଠି ପାଣି ପିଇବାକୁ ଯିବେ ନିଜକୁ ହାଲ୍କା କରି ଯାଆନ୍ତୁ। ଚିଡ୍ଚିଡ଼ା ହୁଅନ୍ତୁ ନାହିଁ, କି କାମ ଅଛି ବୋଲି ଶୀଘ୍ର ଉଠି ପଳାନ୍ତୁ ନାହିଁ। ଏହା କଲେ ଆପଣ ମାନସିକ ସ୍ତରରେ ଦୃଢ ହେବେ। ଆପଣ ସହଜରେ କଠିନ ପରିସ୍ଥିତିକୁ ସାମ୍ନା କରିପାରିବେ। ଯଦି ଆପଣ ତରତର ହୋଇ ବାହାରକୁ ଯିବେ ତାହାଲେ କାମ ମଧ୍ୟ ବିଗିଡ଼ି ପାରେ।
/odisha-reporter/media/post_attachments/wp-content/uploads/2019/06/11-300x172.jpg)
ଏହା ପରେ ଆପଣ ଯେତେବେଳେ ନିତ୍ୟକର୍ମ ସାରି କାର୍ଯ୍ୟ କ୍ଷେତ୍ରକୁ ବାହାରିବେ ସେତେବଳେ ଯେମିତି ହେଲ ଆପଣ ଭଗବାନଙ୍କୁ ଦର୍ଶନ କରି ଯାଆନ୍ତୁ। ଏହ କଲେ ଆପଣଙ୍କ ସବୁ କାମରେ ଠାକୁରଙ୍କ ଆଶୀର୍ବାଦ ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/m21.jpg)