Advertisment

ଆଜି ବି ଟଙ୍କା ବଦଳ ପାଇଁ RBI ସମ୍ମୁଖରେ ଭିଡ଼; ପହଞ୍ଚିଲେ ଇଡି ଓ ଇଓଡବ୍ଲୁ

କିଛି ଦିନ ହେବା ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କର ଅସମ୍ଭବ ଭିଡ ଲାଗୁଛି।

ଅଦ୍ୟତନ ହୋଇଛି
RBI

RBI

Advertisment

୨୦୦୦ଟଙ୍କିଆ ନୋଟ୍‌ ବଦଳ ନିମନ୍ତେ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବି ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ହାତରେ ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ ଧରି ଖରାରେ ଘଣ୍ଟା ଘଣ୍ଟା ଠିଆ ହୋଇଛନ୍ତି। ଏହି ସମୟରେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି  ଅର୍ଥନୈତିକ ଅପରାଧ ଶାଖା (EOW) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ଇଡିର ଅଧିକାରୀମାନେ ପଚରାଉଚରା କରିବା ସହ ଖୋଳତାଡ ଆରମ୍ଭ କରିଛନ୍ତି। 

Advertisment

ସେହିପରି ଇଓଡବ୍ଲୁର ୨ ଜଣିଆ ଟିମ୍ ଲୋକମାନଙ୍କୁ ପଚରାଉଚରା କରିଛି। ଏହାସହ ଧାଡ଼ିରେ ଠିଆ ହୋଇଥିବା ଲୋକମାନଙ୍କର ଆଧାରକାର୍ଡ ଯାଞ୍ଚ କରିଛି। ଯେଉଁମାନେ ଟଙ୍କା ବଦଳାଇବାକୁ ଆସିଛନ୍ତି ସେହି ଟଙ୍କା ତାଙ୍କର ନା ଆଉ କାହାର ଓ ଏହି ଟଙ୍କା ବଦଳାଇ ପଛରେ କେଉଁ ରାକେଟ କାମ କରୁଛି? ସେମାନଙ୍କୁ କିଏ ପଠାଇଛି? ଏହିପରି ବିଭିନ୍ନ ଦିଗକୁ ନେଇ ଖୋଳତାଡ ଆରମ୍ଭ କରିଛନ୍ତି ଇଡିଓ ଓ ଇଓଡବ୍ଲୁ ଅଧିକାରୀ ।

କିଛି ଦିନ ହେବା ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କର ଅସମ୍ଭବ ଭିଡ ଲାଗୁଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ସେଥିପାଇଁ ତାଙ୍କୁ ମଜୁରୀ ମିଳୁଛି । ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ୩ ଶହ ଟଙ୍କା ମଜୁରି ମିଳୁଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ହେଲେ ତେବେ ଏହା ପଛରେ କିଏ ଅଛି, କିଏ ସେମାନଙ୍କ ହାତରେ ଟଙ୍କା ଧରାଇ ଦେଇ ଖରାରେ ଛିଡ଼ା କରାଉଛି ସେ ନେଇ ପାଟି ଫିଟାଉ ନାହାନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଜି ଇଡି ଓ ଇଓଡବ୍ଲୁର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Advertisment

ଏହି ଘଟଣାକୁ ନେଇ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି। ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି ।

ପୂର୍ବରୁ ଆରବିଆଇ ପକ୍ଷରୁ ଆସିଥିବା ଗାଇଡଲାଇନ୍‌ରେ କୁହାଯାଇଥିଲା, ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଏହାପରେ ଏହି ସମୟସୀମାକୁ ଅକ୍ଟୋବାର ମାସ ଶେଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା।

ଆରବିଆଇ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଗୋଟିଏ ଥରରେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ।

ଏଥିସହ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକ ଦୈନକ ଜମା ହେଉଥବା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିବେ। ଅର୍ଥାତ କିଏ କେତେ ଟଙ୍କା ବଦଳ କଲେ ଓ କିଏ କେତେ ଟଙ୍କା ଜମା କରିଛନ୍ତି, ତା’ର ତଥ୍ୟ ରେକର୍ଡ କରାଯିବ। ଆବଶ୍ୟକ ସମୟରେ ବ୍ୟାଙ୍କଗୁଡ଼ିକ ଏହି ତଥ୍ୟ ଆରବିଆଇକୁ ଦେବେ। ତେଣୁ ସମସ୍ତ ଟଙ୍କା ବଦଳର ରେକର୍ଡ ରଖିବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

Bhubaneswar RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe