Advertisment

କେନ୍ଦ୍ର ବଜେଟ୍: ଫୋକସରେ ପ୍ରାକୃତିକ ଚାଷ, ଜାଣନ୍ତୁ କୃଷି ପାଇଁ କ'ଣ ରହିଛି

କୃଷି ଓ କୃଷକଙ୍କ ବିକାଶ ପାଇଁ 1 ଲକ୍ଷ 52 ହଜାର କୋଟି ଟଙ୍କା ଘୋଷଣା।

author-image
Debibandita Barick
Farmer

Farmer

2025 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି। ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି 1 ଲକ୍ଷ 52 ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି। 

Advertisment

ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି କ୍ଷେତ୍ରରେ ଯୋଡ଼ାଯିବ। ଏହା ଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

ପ୍ରାକୃତିକ ଚାଷ କରିବା ଦ୍ୱାରା କେବଳ ମୃତ୍ତିକା ଭଲ ରହି ନଥାଏ, ବରଂ ଚାଷୀଙ୍କ ପାଇଁ ଚାଷ ମୂଲ୍ୟ ହ୍ରାସ ପାଇଥାଏ। ଫଳରେ ଚାଷୀଙ୍କ ଲାଭ ବୃଦ୍ଧ ହୋଇପାରିବ।  

Advertisment

କୃଷି ପାଇଁ ବଜେଟ

  • 10 ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ। 
  • 32ଟି ଫସଲର 109ଟି ନୂଆ କିସମ ଅଣାଯିବ।
  • ପନିପରିବା ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱ। 
  • ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ FPO ଗଠନ କରାଯିବ।
  • 400ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ। 
  • ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ମିଳିବ ପ୍ରୋତ୍ସାହନ।
  • ଜଳବାୟୁ ଅନୁକୂଳ ମଞ୍ଜି ବିକାଶ ପାଇଁ ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଅର୍ଥ ପ୍ରଦାନ କରାଯିବ। 
Budget 2024 Union Budget