Advertisment

୧୦୦ ସ୍ମାର୍ଟ ସହରକୁ କ୍ୟାବିନେଟ୍ ମଂଜୁରୀ

ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରଠାରୁ ସ୍ମାର୍ଟ ସହର ଗଠନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରି ଆସୁଥିବା ବେଳେ ବୁଧବାର ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍। ୧୦୦ଟି ସ୍ମାର୍ଟ ସିଟି ପ୍ରକଳ୍ପକୁ ମଂଜୁରୀ ଦେଇଛି କ୍ୟାବିନେଟ୍। ଏହା ସହିତ ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ପୁରୁଣା ହାଉସିଂ ପ୍ରକଳ୍ପଗୁଡ଼ିକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି। ୨୦୧୪ ଜୁଲାଇ ମାସରେ ତା’ର ପ୍ରଥମ ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ […]

author-image
Rakesh Mallick
୧୦୦ ସ୍ମାର୍ଟ ସହରକୁ କ୍ୟାବିନେଟ୍ ମଂଜୁରୀ

smartcities

ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରଠାରୁ ସ୍ମାର୍ଟ ସହର ଗଠନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରି ଆସୁଥିବା ବେଳେ ବୁଧବାର ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍। ୧୦୦ଟି ସ୍ମାର୍ଟ ସିଟି ପ୍ରକଳ୍ପକୁ ମଂଜୁରୀ ଦେଇଛି କ୍ୟାବିନେଟ୍। ଏହା ସହିତ ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ପୁରୁଣା ହାଉସିଂ ପ୍ରକଳ୍ପଗୁଡ଼ିକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି।

Advertisment

୨୦୧୪ ଜୁଲାଇ ମାସରେ ତା’ର ପ୍ରଥମ ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ମାର୍ଟ ସିଟି ପ୍ରକଳ୍ପ କଥା ଘୋଷଣା କରିଥିଲେ। ସେହିପରି ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଏମ୍ ଭେଙ୍କିୟା ନାଇଡୁ କହିଥିଲେ ଯେ ଆସନ୍ତା ମାସରୁ ଏହି ପ୍ରକଳ୍ପ କାର୍ଯ୍ୟ କରିବା ଆରମ୍ଭ କରିବ। ତା’ପରେ ଏ ପ୍ରକଳ୍ପକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯିବ। ଆଉ ତା’ପରେ ଏହା ଦୌଡ଼ିବ। ସ୍ମାର୍ଟ ସିଟି ଗଠନରେ କେନ୍ଦ୍ର ସରକାର ବ୍ୟବସ୍ଥାପକ ଭାବେ କାର୍ଯ୍ୟ କରିବେ। ଏହି ପ୍ରକଳ୍ପ ପାଇଁ ଅନେକ କଂପାନୀ ଆଗ୍ରହ ଦେଖାଉଛନ୍ତି। କାରଣ ସରକାର ବିଦେଶୀ ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମତି ଦେଇ ଦେଇଛନ୍ତି।