/odisha-reporter/media/post_attachments/uploadimage/library/16_9/16_9_0/Budget__1721722915.jpg)
Budget
ବିକଶିତ ଭାରତ କଥା କୁହାଯାଉଥିବା ବେଳେ ରିସର୍ଚ୍ଚ ଓ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମାତ୍ର ୧୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି।
ଏହା ମଧ୍ୟରୁ କେବଳ ୧୨ଶହ କୋଟି ଟଙ୍କା ରିସର୍ଚ୍ଚ ଓ ଡେଭଲପମେଣ୍ଟ ପ୍ରୋଜେକ୍ଟ ପାଇଁ ରଖାଯାଇଛି। ୨୦୨୩-୨୪ରେ ଏହି କ୍ଷେତ୍ର ପାଇଁ ୮୪୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା।
ଏହାବାଦ ଅନ୍ୟ ୭ ପ୍ରମୁଖ ଯୋଜନା ପାଇଁ ବଜେଟ ରାଶିକୁ ବୃଦ୍ଧି କରାଯାଇଛି। ମନେରଗା ଯୋଜନା ପାଇଁ ୨୦୨୩-୨୪ରେ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର ଏହା ୮୬ ହଜାର କୋଟି ଟଙ୍କା କରାଯାଇଛି।
ଆଣବିକ ଶକ୍ତି ପ୍ରକଳ୍ପ ପାଇଁ୨,୨୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୩-୨୪ରେ ଏହା ମାତ୍ର ୪୪୨ କୋଟି ଟଙ୍କା ରହିଥିଲା। ଫାର୍ମାସିଟ୍ୟୁକାଲ ଉତ୍ପାଦ ଭିତ୍ତିକ ଅନୁଦାନକୁ ୧୨ଶହ କୋଟି ଟଙ୍କାରୁ ୨୧୪୩ କୋଟି ଟଙ୍କା କରାଯାଇଛି।
ସେମିକଣ୍ଡକ୍ଟର ଓ ଡିସପ୍ଲେ ଉତ୍ପାଦନ ପାଇଁ ୬,୯୦୩ କୋଟି, ସୋଲାର ପାୱାର ଗ୍ରୀଡ ପାଇଁ ୧୦,୦୦୦ କୋଟି, ଏଲପିଜି ସବସିଡି ପାଇଁ ୧୫ଶହ କୋଟି(୨୦୨୩-୨୪ରେ ୧୮୦ କୋଟି) ଓ ଆଇଡିଆ ସ୍କିମ ପାଇଁ ୩୮୪୯ କୋଟି ଟଙ୍କାର ବ୍ୟବସ୍ଥା ବଜେଟରେ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
