ବଜେଟ: ରିସର୍ଚ୍ଚ ପ୍ରକଳ୍ପ ପାଇଁ ମାତ୍ର ୧୨ଶହ କୋଟି

ମନେରଗା ଯୋଜନା ପାଇଁ ୨୦୨୩-୨୪ରେ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର ଏହା ୮୬ ହଜାର କୋଟି ଟଙ୍କା କରାଯାଇଛି।

Representational image

  • Published: Tuesday, 23 July 2024
  • , Updated: 23 July 2024, 01:52 PM IST

ବିକଶିତ ଭାରତ କଥା କୁହାଯାଉଥିବା ବେଳେ ରିସର୍ଚ୍ଚ ଓ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମାତ୍ର ୧୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି।

ଏହା ମଧ୍ୟରୁ କେବଳ ୧୨ଶହ କୋଟି ଟଙ୍କା ରିସର୍ଚ୍ଚ ଓ ଡେଭଲପମେଣ୍ଟ ପ୍ରୋଜେକ୍ଟ ପାଇଁ ରଖାଯାଇଛି। ୨୦୨୩-୨୪ରେ ଏହି କ୍ଷେତ୍ର ପାଇଁ ୮୪୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା।

ଏହାବାଦ ଅନ୍ୟ ୭ ପ୍ରମୁଖ ଯୋଜନା ପାଇଁ ବଜେଟ ରାଶିକୁ ବୃଦ୍ଧି କରାଯାଇଛି। ମନେରଗା ଯୋଜନା ପାଇଁ ୨୦୨୩-୨୪ରେ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥର ଏହା ୮୬ ହଜାର କୋଟି ଟଙ୍କା କରାଯାଇଛି।

ଆଣବିକ ଶକ୍ତି ପ୍ରକଳ୍ପ ପାଇଁ୨,୨୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୩-୨୪ରେ ଏହା ମାତ୍ର ୪୪୨ କୋଟି ଟଙ୍କା ରହିଥିଲା। ଫାର୍ମାସିଟ୍ୟୁକାଲ ଉତ୍ପାଦ ଭିତ୍ତିକ ଅନୁଦାନକୁ ୧୨ଶହ କୋଟି ଟଙ୍କାରୁ ୨୧୪୩ କୋଟି ଟଙ୍କା କରାଯାଇଛି।

ସେମିକଣ୍ଡକ୍ଟର ଓ ଡିସପ୍ଲେ ଉତ୍ପାଦନ ପାଇଁ ୬,୯୦୩ କୋଟି, ସୋଲାର ପାୱାର ଗ୍ରୀଡ ପାଇଁ ୧୦,୦୦୦ କୋଟି, ଏଲପିଜି ସବସିଡି ପାଇଁ ୧୫ଶହ କୋଟି(୨୦୨୩-୨୪ରେ ୧୮୦ କୋଟି) ଓ ଆଇଡିଆ ସ୍କିମ ପାଇଁ ୩୮୪୯ କୋଟି ଟଙ୍କାର ବ୍ୟବସ୍ଥା ବଜେଟରେ ହୋଇଛି।

Related story