Advertisment

୩୩୫୩ କୋଟି ଟଙ୍କାର ୧୫ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ୪୬୩୭ ଜଣଙ୍କୁ ମିଳିବ ନିଯୁକ୍ତି

ଏଚଏମ ପାୱାର ଆଣ୍ଡ କେବଲସ ପ୍ରାଇଭେଟ୍ ଲିମିଟେଡ୍ ୫୫.୭୨କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ ଓ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦୫ଜଣଙ୍କୁ ନିଯୁକ୍ତି ମିଳିବ।

undefined

Loka Seva Bhavan

Advertisment

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଆଜି ୩୩୫୩.୧୫କୋଟି ଟଙ୍କାର ୧୫ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ୪୬୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଏହି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ବୃଦ୍ଧି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

Advertisment

ଆଜି ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣେ୍‌ଡା କ୍ଲିଅରାନ୍ସ ଅଥରିଟି ବୈଠକରେ ଅକ୍ଷୟଶକ୍ତି, ଇସ୍ପାତ ଓ ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମ୍ୟାନୁଫାକଚରିଂ, ଟେକ୍ସଟାଇଲ ଓ ଆପେରାଲ, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ ଓ ସିମେଂଟ କ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ଆଜିର ବୈଠକରେ ଅନୁମୋଦନ ଲାଭ କରିଥିବା ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଅର୍ଥନୀତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ସଙ୍ଗେସଙ୍ଗେ ଏକ ସୁଦୃଢ଼ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।

ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ୧୨୧.୨୧କୋଟି ଟଙ୍କା ନିବେଶରେ ପୁରୀରେ କମ୍ପ୍ରେସଡ ବାୟୋ ଗ୍ୟାସ୍ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରିବ। ଏଥିରେ ୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି କଟକର ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୭୫୦କୋଟି ଟଙ୍କା ବିନିଯୋଗ କରି ନିଜର ପ୍ରକଳ୍ପର ସମ୍ପ୍ରସାରଣ କରିବ ଓ ଏହାଦ୍ୱାରା ଅତିରିକ୍ତ ୮୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ଓଡ଼ିଶାରେ ଇସ୍ପାତ ଉତ୍ପାଦନ କ୍ଷମତାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇପାରିବ।

Advertisment

ଏଚଏମ ପାୱାର ଆଣ୍ଡ କେବଲସ ପ୍ରାଇଭେଟ୍ ଲିମିଟେଡ୍ ୫୫.୭୨କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ ଓ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦୫ଜଣଙ୍କୁ ନିଯୁକ୍ତି ମିଳିବ।

ସେହିପରି ନେକ୍ଟଟ୍ ଥର୍ମାଲ ଏସିଆ ପ୍ରାଇଭେଟ୍ ଲିମିଟେଡ୍ ୫୫.୮୧କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ହିଟିଂ ଏଲିମେଂଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ଓ ୧୩୨ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ ।

ସେହିପରି ଭୁବନେଶ୍ୱରୀ ଫୁଡସ୍ ଆଣ୍ଡ ବେଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ଅବନ ବେଭେରେଜ୍‌, ଆଭିରା ଡିଷ୍ଟିଲେରୀ ଲିମିଟେଡ ଓ ଜିଓଫାଷ୍ଟ କଞ୍ଜୁମର ପ୍ରଡକ୍ଟସ ଲିମିଟେଡର ଓଡ଼ିଶାରେ ଖାଦ୍ୟପ୍ରକ୍ରିୟାକରଣ କ୍ଷେତ୍ରରେ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨.୦୪କୋଟି ଟଙ୍କା ନିବେଶ ହେବ ଓ ୧୩୫୮ରୁ ଅଧକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।

ଆଇଟିସି ଲିମିଟେଡ୍ ୧୧୯.୧୪କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଂଚତାରକା ହୋଟେଲ ‘ୱେଲକମ୍ ହୋଟେଲ’ର ସମ୍ପ୍ରସାରଣ କରିବ ଓ ଅଧିକ ୨୪୦ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ । ଏସଜେ ଜେଆରସି ଭେଂଚର୍ସ ଏଲଏଲପି ଓ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟକଚର୍ସ ଲିମିଟେଡ୍ ଯଥାକ୍ରମେ ପୁରୀ ଓ କୋରାପୁଟରେ ୧୫୪କୋଟି ଟଙ୍କା ବିନିଯୋଗ କରି ଆତିଥେୟତା ସୁବିଧା ଯୋଗାଇ ଦେବେ । ଏହାଦ୍ୱାରା ୩୮୦ଜଣଙ୍କୁ ମଧ୍ୟ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଅଲଟ୍ରାଟେକ୍ ସିମେଂଟ ୩୭୨କୋଟି ଟଙ୍କା ନିବେଶରେ ନିଜର କଟକସ୍ଥିତ ସିମେଂଟ ଗ୍ରାଇଣ୍ଡିଂ ୟୁନିଟର କ୍ଷମତା ବୃଦ୍ଧି କରିବ । ଏହାଦ୍ୱାରା ୫୮୧ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe