Advertisment

ଆରବିଆଇ ନଜରରେ ରହିବେ ୧୫୪୦ ବ୍ୟାଙ୍କ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ। ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ ଦିଆଯିବ କ୍ଷମତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଇଣ୍ଡିଆନ୍ ଭେରିଆଣ୍ଟ କହି କଂଗ୍ରେସ ଦେଶକୁ ବଦନାମ କରୁଛି: ଜାଭଡେକର

PRAKASH JAVDEKAR

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ। ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ ଦିଆଯିବ କ୍ଷମତା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଅନ୍ୟ ଅନୁସୂଚିତ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ପାଇଁ RBIର ଯେଉଁ ସବୁ କ୍ଷମତା ରହିଛି, ଏହି ସବୁ ବ୍ୟାଙ୍କରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସେହି ସବୁ କ୍ଷମତା ପ୍ରୟୋଗ କରିପାରିବ। ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ସେହିପରି ୧୮ ରୁ ୨୦ କୋଟି ଲୋକ ମୁଦ୍ରା ଯୋଜନାରେ ଋଣ ପାଇଛନ୍ତି। ଏହି ଅଧୀନରେ ୯ ଲକ୍ଷ ୩୭ ଲକ୍ଷ ଲୋକଙ୍କୁ ଶିଶୁ ଯୋଜନା ଜରିଆରେ ଋଣ ଦିଆଯାଇଛି। ଋଣ ପଇଠ କରିବା ବେଳେ ୨ ପ୍ରତିଶତ ଛାଡ଼ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

Advertisment