Advertisment

ଘଣ୍ଟାଏରେ ସରିଗଲା 18 ହଜାର ଟଙ୍କ ତୋରାଣି ବୋଟଲ !

ଟଙ୍କ ତୋରାଣି ବିକୁଥିବା ମିଶନ ଶକ୍ତିର ଜଣେ ଯୁବତୀ କହିଛନ୍ତି, ପଖାଳରେ ବହୁ ଔଷଧୀୟ ଗୁଣ ରହିଛି ବୋଲି ମହାମାରୀ କୋଭିଡ୍‌ ସମୟରେ ଡାକ୍ତରମାନେ କହିଥିଲେ।

author-image
Manoj Swain

ଐତିହାସିକ ବାଲିଯାତ୍ରାରେ ବିକ୍ରି ହେଉଛି ଟଙ୍କ ତୋରାଣି। ସେଥିରେ ରହିଛି ଶ୍ରୀକ୍ଷେତ୍ରର ଟଙ୍କ ତୋରାଣିର ଫ୍ଲେବର। ସେହି ତୋରାଣି ପିଇବା ପାଇଁ ଶୀତୁଆ ସନ୍ଧ୍ୟାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଖାଲି ପିଉନାହାନ୍ତି, ବରଂ ପ୍ରଶଂସା ମଧ୍ୟ କରୁଛନ୍ତି। ଯଦି ଆପଣ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି, ତାହେଲେ ଥରେ ଟଙ୍କ ତୋରାଣିର ସ୍ୱାଦ ଚାଖନ୍ତୁ। ତେବେ ଟଙ୍କ ତୋରାଣି ବିକୁଥିବା ମିଶନ ଶକ୍ତିର ଜଣେ ଯୁବତୀ କହିଛନ୍ତି, ପଖାଳରେ ବହୁ ଔଷଧୀୟ ଗୁଣ ରହିଛି ବୋଲି ମହାମାରୀ କୋଭିଡ୍‌ ସମୟରେ ଡାକ୍ତରମାନେ କହିଥିଲେ।

Advertisment
Bali Yatra Cuttack Odisha