୧୫ରେ ଓଡ଼ିଶାର ୧୯ଟି କୋଇଲା ଖଣିର ହେବ ନିଲାମ

ଓଡ଼ିଶାର ସର୍ବାଧିକ ୧୯ଟି କୋଇଲା ଖଣି ନିଲାମ ହେବ । ଏଥିରୁ ୮ଟି ଖଣି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ବାକି ୧୧ଟି ଆଂଶିକ ଖନନଯୋଗ୍ୟ ରହିଛି ।

Represent image

  • Published: Monday, 13 November 2023
  • , Updated: 13 November 2023, 10:35 PM IST

ଚଳିତମାସ ୧୫ତାରିଖରେ ଓଡ଼ିଶାର ୧୯ଟି କୋଇଲା ଖଣିର ନିଲାମ ହେବ । ଓଡ଼ିଶା ସମେତ ୫ଟି ରାଜ୍ୟର ମୋଟ୍ ୩୯ଟି କୋଇଲା ଖଣିର ନିଲାମ ହେବ । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଅଷ୍ଟମ ପର୍ଯ୍ୟାୟରେ ନିଲାମ ହେବାକୁ ଥିବା ଏହି ଖଣିଗୁଡ଼ିକ ଓଡ଼ିଶା, ବିହାର, ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ରହିବ।

କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସମସ୍ତ କୋଇଲା ଖଣିର ବ୍ୟବସାୟିକ ନିଲାମ କରାଯିବ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶାର ସର୍ବାଧିକ ୧୯ଟି କୋଇଲା ଖଣି ନିଲାମ ହେବ । ଏଥିରୁ ୮ଟି ଖଣି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ବାକି ୧୧ଟି ଆଂଶିକ ଖନନଯୋଗ୍ୟ ରହିଛି । ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ ୧୧ଟି ଖନନଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ । ଏହି ସମସ୍ତ ଖଣି ବିବାଦମୁକ୍ତ ଓ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ଯେଉଁମାନେ ନିଲାମରେ ସଫଳ ହେବେ ସେମାନଙ୍କ ପାଇଁ କୋଇଲା ମନ୍ତ୍ରଣାଳୟ ଏକ ‘ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ସିଷ୍ଟମ’ ପୋର୍ଟାଲ ପ୍ରସ୍ତୁତ କରିଛି । ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଖଣି ନିଲାମ ଅଧିକାର ଓ ଅନୁମତି ପତ୍ର ପ୍ରଦାନ କରାଯିବ । ସଫଳ ନିଲାମଧାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରକଳ୍ପ ମନିଟରିଂ ୟୁନିଟ୍ ନିଯୁକ୍ତ କରାଯାଇଛି ।

ଏହି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧି ପାଇବ । ଉତ୍ତୋଳନ ହେଉଥିବା କୋଇଲା ଉପରେ ରାଜ୍ୟଗୁଡ଼ିକ ରୟାଲିଟି ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଂଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏହାଦ୍ୱାରା ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳିବ ।

ଅଷ୍ଟମ ପର୍ଯ୍ୟାୟରେ ଯେଉଁ ୩୯ଟି କୋଇଲା ଖଣିର ନିଲାମ ଡକାଯିବ ସେଥିରୁ ୩୫ଟି ଖଣି ନୂଆ କରି ନିଲାମ ଦିଆଯିବ । ସପ୍ତମ ପର୍ଯ୍ୟାୟରେ ବଳି ପଡ଼ିଥିବା ୪ଟି କୋଇଲା ଖଣିକୁ ପୁନଃ ନିଲାମ ଡକାଯିବ ବୋଲି ଜଣାପଡ଼ିଛି ।

 

Related story