Advertisment

ନୂଆବର୍ଷରେ ଗ୍ରାହକଙ୍କୁ ଭେଟି, କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଏହାପୂର୍ବରୁ ଡିସେମ୍ବର ୨୨ରେ ମଧ୍ୟ ଏହି ସିଲିଣ୍ଡରର ଦାମ୍‌ ୩୦.୫୦ ଟଙ୍କା ହ୍ରାସ ପାଇଥିଲା।

undefined

LPG

Advertisment

ନୂଆବର୍ଷରେ ଗ୍ରାହକଙ୍କୁ ମିଳିଲା ବଡ଼ ଭେଟି। କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌। କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ହ୍ରାସ କରାଯାଇଛି। ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୧୯କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨ ଟଙ୍କା ହ୍ରାସ ପାଇଛି। ଏହାପୂର୍ବରୁ ଡିସେମ୍ବର ୨୨ରେ ମଧ୍ୟ ଏହି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଥିଲା।

Advertisment

ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ଅର୍ଥାତ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ମୂଲ୍ୟ ଅଗଷ୍ଟ ୩୦ରେ ପରିବର୍ତ୍ତନ କରାଯାଇଥିଲା। ତା’ପରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ସବସିଡି ଯୋଡି ଥିଲେ। ଏହି କାରଣରୁ ବଜାରରେ ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା।

ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୫୫.୫୦ଟଙ୍କାକୁ ହ୍ରାସ ପାଇଛି। ତେବେ କୋଲକାତାରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ପଇସା ବୃଦ୍ଧି ପାଇ ୧୮୬୯ ଟଙ୍କା ହୋଇଛି। ମୁମ୍ବାଇରେ ୧.୫୦ ଟଙ୍କା ଶସ୍ତା ହୋଇ ଏହାର ମୂଲ୍ୟ ୧୭୦୮.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ଏହାର ମୂଲ୍ୟ ସର୍ବାଧିକ ୪.୫ ଟଙ୍କା ହ୍ରାସ ପାଇଛି ଏବଂ ସେଠାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୯୨୪.୫୦ ଟଙ୍କା ରହିଛି।

Advertisment
Price Drop LPG Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe