Advertisment

୨୦୧୫ରେ ରାସ୍ତାକୁ ଓହ୍ଲାଇବ ହୀରୋର ୪ଟି ନୂଆ ମଡେଲ୍ ସ୍କୁଟର

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ତିଆରି କରୁଥିବା ବିଶ୍ୱର ସବୁଠାରୁ ବଡ଼ କଂପାନୀ ହୀରୋ ଚଳିତ ବର୍ଷ ବି ବଜାରକୁ ନୂଆ ମଡେଲର ଦୁଇ ଚକିଆ ଯାନ ଛାଡ଼ିବାକୁ ପ୍ରସ୍ତୁତି କରୁଛି। କଂପାନୀ ଚଳିତ ବର୍ଷ ୨୫୦ ସିସିରୁ ଆରମ୍ଭ କରି ୬୦୦ ସିସି ପର୍ଯ୍ୟନ୍ତ ବାଇକ୍ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଶେଷ କରି ସାରିଛି। ତେବେ ସ୍କୁଟର ବଜାରକୁ ବି ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି କଂପାନୀ। ଏଥିପାଇଁ ସବୁ […]

ଅଦ୍ୟତନ ହୋଇଛି
୨୦୧୫ରେ ରାସ୍ତାକୁ ଓହ୍ଲାଇବ ହୀରୋର ୪ଟି ନୂଆ ମଡେଲ୍ ସ୍କୁଟର

scooter

Advertisment

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ତିଆରି କରୁଥିବା ବିଶ୍ୱର ସବୁଠାରୁ ବଡ଼ କଂପାନୀ ହୀରୋ ଚଳିତ ବର୍ଷ ବି ବଜାରକୁ ନୂଆ ମଡେଲର ଦୁଇ ଚକିଆ ଯାନ ଛାଡ଼ିବାକୁ ପ୍ରସ୍ତୁତି କରୁଛି। କଂପାନୀ ଚଳିତ ବର୍ଷ ୨୫୦ ସିସିରୁ ଆରମ୍ଭ କରି ୬୦୦ ସିସି ପର୍ଯ୍ୟନ୍ତ ବାଇକ୍ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଶେଷ କରି ସାରିଛି। ତେବେ ସ୍କୁଟର ବଜାରକୁ ବି ନିଜ ସ୍ଥିତିକୁ ଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି କଂପାନୀ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଏକା ଥରକେ ଚାରୋଟି ମଡେଲର ସ୍କୁଟରର ବଜାର ପ୍ରବେଶ କରାଇବ କଂପାନୀ। ଏହି ସ୍କୁଟର ଗୁଡ଼ିକର ନାଁ ହେଉଛି ହୀରୋ ଡୈଶ୍, ଡେୟର, ଜେଡ୍ଆଇଆର୍ ଓ ଲୀପ। ୧୧୦ ସିସି ସେଗମେଣ୍ଟରେ ହୀରୋ ଡୈଶ୍ ହେଉଛି କଂପାନୀ ଦ୍ୱିତୀୟ ମଡେଲ। ୨୦୧୫ ମେ’ମାସରେ ଏହାକୁ ବଜାରକୁ ଛାଡ଼ିବ କଂପାନୀ। ୧୨୫ ସିସି ବିଶିଷ୍ଟ ହୀରୋ ଡେୟରକୁ କଂପାନୀ ରଜ ପରେ ଛାଡ଼ିବ । ସେହିପରି ୧୫୦ ସିସି ବିଶିଷ୍ଟ ହୀରୋ ଜେଡ୍ଆଇଆରର ବଜାର ପ୍ରବେଶ ଦଶହରା ପାଖାପାଖି  ହେବ। ବର୍ଷର ଶେଷ ଭାଗରେ ୧୨୪ ସିସିର ହୀରୋ ଲୀପକୁ ବଜାରକୁ ଛାଡ଼ିବାକୁ ଲକ୍ଷ୍ୟ ରଖିଛି କଂପାନୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe