ଗୁଗଲ୍ କ୍ରୋମ୍ ଠାରୁ ବି ରହିଛି ଅଧିକ ସ୍ପୀଡ୍ ବ୍ରାଉଜର

ମୋବାଇଲ, ଟାବଲେଟ ପାଖରୁ ଆରମ୍ଭ କରି ଡେସ୍କଟପ୍ ସମସ୍ତ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରେ ପ୍ରାୟତଃ ଗୁଗଲ୍ କ୍ରୋମ୍ ବ୍ରାଉଜରର ଦବଦବା ରହିଛି। ବଜାର ସର୍ଭେ ଅନୁୟାୟୀ ୭୭ ପ୍ରତିଶତ ଲୋକ କ୍ରୋମ୍ ବ୍ରାଉଜର ବ୍ୟବହାର କରନ୍ତି। କିନ୍ତୁ ଏକ ରିପୋର୍ଟ ଅନୁଯାୟୀ କ୍ରୋମ୍ ଅପେକ୍ଷା ଅଧିକ ସ୍ପୀଡ୍ ଏବଂ ଫିଚର ବ୍ରାଉଜର ରହିଛି। ହେଲେ ସେହି ବ୍ରାଉଜରର ଲୋକପ୍ରିୟତା କମ୍ ରହିଛି। ବ୍ରେବ୍ ଏହି ବ୍ରାଉଜର କ୍ରୋମ୍ ଭଳି କିନ୍ତୁ ତିନି ଗୁଣା ଅଧିକ ସ୍ପୀଡ୍ ବ୍ରାଉଜ କରେ। […]

chrome

Subhransu Sekhar
  • Published: Monday, 04 January 2021
  • , Updated: 04 January 2021, 04:07 PM IST

ମୋବାଇଲ, ଟାବଲେଟ ପାଖରୁ ଆରମ୍ଭ କରି ଡେସ୍କଟପ୍ ସମସ୍ତ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରେ ପ୍ରାୟତଃ ଗୁଗଲ୍ କ୍ରୋମ୍ ବ୍ରାଉଜରର ଦବଦବା ରହିଛି। ବଜାର ସର୍ଭେ ଅନୁୟାୟୀ ୭୭ ପ୍ରତିଶତ ଲୋକ କ୍ରୋମ୍ ବ୍ରାଉଜର ବ୍ୟବହାର କରନ୍ତି। କିନ୍ତୁ ଏକ ରିପୋର୍ଟ ଅନୁଯାୟୀ କ୍ରୋମ୍ ଅପେକ୍ଷା ଅଧିକ ସ୍ପୀଡ୍ ଏବଂ ଫିଚର ବ୍ରାଉଜର ରହିଛି। ହେଲେ ସେହି ବ୍ରାଉଜରର ଲୋକପ୍ରିୟତା କମ୍ ରହିଛି।

ବ୍ରେବ୍

ଏହି ବ୍ରାଉଜର କ୍ରୋମ୍ ଭଳି କିନ୍ତୁ ତିନି ଗୁଣା ଅଧିକ ସ୍ପୀଡ୍ ବ୍ରାଉଜ କରେ। ଏମିତିକି ପ୍ରାଇଭେସି ଭଲ ରହିଛି। ମୋବାଇଲରେ ଏହି ବ୍ରାଉଜର ବ୍ୟବହାର ବେଳେ ୩୫ ପ୍ରତିଶତ କମ୍ ବ୍ୟାଟେରୀ ବ୍ୟବହୃତ କରେ। ଏଥିରେ ବିଜ୍ଞାପନ ବ୍ଲକ କରିବାର ଫିଚର ରହିଛି।

ସଫାରୀ

ଲୋକପ୍ରିୟ ଅପରେଟିଂ ସିଷ୍ଟମ୍ କମ୍ପାନୀ ଆପଲର ଏହି ବ୍ରାଉଜର ମୁଖ୍ୟତଃ ଆପଲ ସିଷ୍ଟମରେ ଥାଏ। କାରଣ ଏହା ଆପଲ୍ ସିଷ୍ଟମରେ ସବୁଠୁ ଭଲ କାମ କରେ। ସଫାରୀ ବ୍ରାଉଜର କ୍ରୋମ୍ ଅପେକ୍ଷା ସ୍ପୀଡ୍ ବୋଲି ଜଣାପଡ଼ିଛି। ଏମିତିକି କେଉଁ ଓ୍ୱେବସାଇଟ୍ ଆପଣଙ୍କ ଡାଟା ଟ୍ରାକ କରୁଛି ଏହି ବ୍ରାଉଜର ସୂଚାଇ ଦିଏ।

ଭିଭାଲଦି

ଏହି ବ୍ରାଉଜର ଉଭୟ ମୋବାଇଲ ଏବଂ କମ୍ୟୁଟର ପ୍ଲାଟଫର୍ମରେ ଉପଲବ୍ଧ। ଓପେରା ବ୍ରାଉଜର ତିଆରି କରିଥିବା ଡେଭଲପର ଏହି ବ୍ରାଉଜର ତିଆରି କରିଛନ୍ତି। ଏହି ବ୍ରାଉଜରର ସ୍ପେଶାଲ ଫିଚର ହେଲା ସ୍କ୍ରିନଶଟ୍ ଟୁଲ୍ ରହିଛି।

ମୋଇକ୍ରୋସଫ୍ଟ ଏଡଜ

କିଛି ବର୍ଷ ହେବ ଇଣ୍ଟରନେଟ୍ ଏକ୍ସଫ୍ଲୋର ଇନ୍ ବିଲ୍ଟ ବ୍ରାଉଜର ରହୁଥିଲା। ଏବେ କିନ୍ତୁ ଏହା ଅପଡେଟ୍ ହୋଇ ମାଇକ୍ରୋସଫ୍ଟ ଏଡଜ ହୋଇଛି। ଏହା କ୍ରୋମ୍ ଅପେକ୍ଷା ଅଧିକ ସ୍ପୀଡ୍ ବ୍ରାଉଜ କରେ। ଏଥିରେ କ୍ରୋମ୍ ଅପେକ୍ଷା ଅଧିକ ଫିଚର ରହିଛି। ଏହାବାଦ୍ ମାଇକ୍ରୋସଫ୍ଟ ଏଡଜ ଲାଇଟ୍ ଭର୍ସନ ହୋଇଥିବାରୁ ଏହା କମ୍ ବ୍ୟାଟେରୀ ଆବଶ୍ୟକ କରି ମୋବାଇଲରେ।

ମୋଜିଲା ଫାୟାରଫକ୍ସ

କ୍ରୋମ୍ ପରେ ଏହି ବ୍ରାଉଜରର ଅଧିକ ଲୋକପ୍ରିୟତା ରହିଛି। କ୍ରୋମ୍ ତୁଳନାରେ ଏହି ବ୍ରାଉଜରରେ ଅଧିକ ପ୍ରାଇଭେସି ରହିଛି। ମୋବାଇଲରେ ବି ଏହା ଅଧିକ ସ୍ପୀଡ୍।

Related story