Advertisment

ରାଜ୍ୟରେ ୮୦୧୨୫ କୋଟି ଟଙ୍କାର ୭ ବୃହତ୍ ପ୍ରକଳ୍ପକୁ ଉଚ୍ଚସ୍ତରୀୟ କ୍ଲିଅରାନ୍ସ

ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀନ୍ ଏନର୍ଜି ଉପକରଣ ନିର୍ମାଣ ପାଇଁ ୩୫୬୦୦କୋଟି ଟଙ୍କା ବ୍ୟୟରେ ଏସିଏମଇ ଗ୍ରୀନଟେକ୍ ଉର୍ଜା ପ୍ରାଇଭେଟ୍ ଲିମିଟେଡକୁ ଅନୁମତି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୬୨୭୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

author-image
Jitendra Garnayak
Loka Seva Bhavan

Loka Seva Bhavan

ରାଜ୍ୟରେ ୮୦,୧୨୫.୮୦କୋଟି ଟଙ୍କାର ୭ଟି ବୃହତ୍ ପ୍ରକଳ୍ପକୁ ଆଜି ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ)ଙ୍କ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ଅଧିକ ୨୪୫୫୨ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଗ୍ରୀନ୍ ଏନର୍ଜି, ଫାର୍ମାସ୍ୟୁଟିକାଲ, କେମିକାଲ ଓ ଇସ୍ପାତ କ୍ଷେତ୍ରରେ ମୁଖ୍ୟତଃ ଏହି ପୁଞ୍ଜିନିବେଶ ହେବ । ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାରେ ଏହି ପ୍ରକଳ୍ପ ସ୍ଥାପନ ହେବ ବୋଲି ଜଣାପଡ଼ିଛି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଯେଉଁ ୭ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଥିରେ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀନ୍ ଏନର୍ଜି ଉପକରଣ ନିର୍ମାଣ ପାଇଁ ୩୫୬୦୦କୋଟି ଟଙ୍କା ବ୍ୟୟରେ ଏସିଏମଇ ଗ୍ରୀନଟେକ୍ ଉର୍ଜା ପ୍ରାଇଭେଟ୍ ଲିମିଟେଡକୁ ଅନୁମତି ମିଳିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୬୨୭୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଝାରସୁଗୁଡ଼ାରେ ଆକ୍ସନ ଇସ୍ପାତ ନିଜର ଇସ୍ପାତ ପ୍ଲାଣ୍ଟ ଉତ୍ପାଦନ କ୍ଷମତାକୁ ବାର୍ଷିକ ସାଢ଼େ ୭ ନିୟୁତ ଟନ୍ କରିବା ସହ ଅନ୍ୟାନ୍ୟ ସୁବିଧା ପାଇଁ ୨୧ହଜାର କୋଟି ଟଙ୍କା ବିନିଯୋଗ କରିବ । ଏଥିରେ ଅତିରିକ୍ତ ୧୦ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ସେହିପରି ଗୋପାଳପୁରର ଟାଟା ଏସଇଜେଡରେ ଗ୍ରାନଉଲସ୍ ଲାଇଫ ସାଇନ୍ସ ଓ ଗ୍ରାନଉଲସ୍ କେଜ୍ରୋ ପ୍ରାଃ ଲିମିଟେଡ ଯଥାକ୍ରମେ ୧୧୦୦କୋଟି ଓ ୨ହଜାର କୋଟି ଟଙ୍କାର ବିନିଯୋଗ କରିବେ । ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଏହି ନିବେଶ ଦ୍ୱାରା ମୋଟ ୨୪୮୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

Advertisment

ଜଗତସିଂହପୁର ଜିଲ୍ଲାରେ ଗ୍ରୀନ୍ ହାଇଡ୍ରୋଜେନ୍ ଆଣ୍ଡ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ୧୨୪୮୦କୋଟି ଟଙ୍କା ବ୍ୟୟରେ ୱାରି କ୍ଲିନ୍ ଏନର୍ଜି ସଲ୍ୟୁସନ୍ ପ୍ରାଃ ଲିମିଟେଡ୍ ବାର୍ଷିକ ୧.୨୦ ମେଟ୍ରିନ ଟନ୍ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ । ଏଥିରେ ୩୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଭଦ୍ରକର ଧାମରାଠାରେ ଓଏଫବି ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ୧୬୧୫କୋଟି ଟଙ୍କା କେମିକାଲ କ୍ଷେତ୍ରରେ ବିନିଯୋଗ କରି ପ୍ରକଳ୍ପ ସ୍ଥାପନ କରିବ । ଏହାଦ୍ୱାରା ୧୫୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ଗୋପାଳପୁରର ଟାଟା ଏସଇଜେଡ୍ ପରିସରରେ ଇଜି ସୋଲୱିନ୍ ହାଇବ୍ରିଡ୍ ପ୍ରାଇଭେଟ୍ ଲିମିଟେଡ୍ ବାର୍ଷିକ .୩୦ମେଟ୍ରିକ ଟନ୍ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ୬୩୩୦କୋଟି ଟଙ୍କା ବ୍ୟୟ କରିବ । ଏଥିରେ ୧୦୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଆଜି ଏହି ସମସ୍ତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ଅନୁମୋଦନ ମିଳିଛି ।