ଅଦ୍ୟତନ ହୋଇଛି
kkk
Advertisment
ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର): ବର୍ଷେ ହେବ ଦେଶରେ ଏକକ ପରୋକ୍ଷ ଟିକସ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ବ୍ୟବସ୍ଥା ପ୍ରଚଳନ କରାଯାଇଛି। ପରୋକ୍ଷ ଟିକସ ଫାଙ୍କିବାକୁ ଚେଷ୍ଟା କରୁଥିବା କମ୍ପାନୀଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ଏକ ବଡ଼ ଅସ୍ତ୍ର ବୋଲି ସରକାର ପୂର୍ବରୁ କହିଆସିଛନ୍ତି।
Advertisment
ଏବେ ଏହାକୁ ବାସ୍ତବତାରେ ପରିଣତ କରିବା ସକାଶେ ସରକାର ଅଣ୍ଟା ଭିଡ଼ିଲେଣି। ମିଳିଥିବା ସୂଚନା ଅନୁସାରେ ଦେଶରେ ପ୍ରାୟ ୭୩ ହଜାର କମ୍ପାନୀର ମାଲିକମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି। ସେମାନେ ଏବେ ଅଡ଼ୁଆରେ।
କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି.ପି. ଚୌଧୁରୀ କହିଛନ୍ତି, ବିମୁଦ୍ରୀକରଣ ପରେ ପ୍ରାୟ ୭୩ ହଜାର କମ୍ପାନୀକୁ ଚିହ୍ନଟ କରାଯାଇଛି। ଏମାନଙ୍କ ଆକାଉଣ୍ଟରେ ଅସ୍ୱାଭାବିକ ଭାରେ ପ୍ରାୟ ୨୪୦୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ଏହା ପୂର୍ବରୁ ଏଭଳି ୧.୨୬ ଲକ୍ଷ କମ୍ପାନୀକୁ ଚିହ୍ନଟ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/kkk-3.jpg)