୧.୦୧ ଲକ୍ଷ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ

ଆଭଡ଼ା ଇଲେକ୍ଟ୍ରୋ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ୧୧୩୦୦କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାର ହଳଦିଆପଡ଼ାଠାରେ ଗ୍ରୀନ୍ ଏନର୍ଜି ଉପକରଣ ଆଦି ନିର୍ମାଣ କରିବ । ଏଥିରେ ୪ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ।

Lokaseva Bhaban PhotoOR

ଲୋକସେବା ଭବନ

Ordigital Desk
  • Published: Monday, 11 September 2023
  • Updated: 11 September 2023, 09:31 PM IST

ପୂର୍ବରୁ ପୁଞ୍ଜିନିବେଶର ପ୍ରତିଶ୍ରୁତି ଦେଇଥିବା ୧ଲକ୍ଷ ୧ହଜାର ୮୦୪କୋଟି ଟଙ୍କାର ୯ଟି  ଶିଳ୍ପ ପ୍ରକଳ୍ପକୁ ଆଜି ହାଇଭେଲଲ୍ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ)ଙ୍କ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ଅତିରିକ୍ତ ୨୮୫୬୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଏହି ସମସ୍ତ ପ୍ରକଳ୍ପ ଜଗତସିଂହପୁର, ଯାଜପୁର,ଝାରସୁଗୁଡ଼ା, ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ହାଇଲେଭଲ୍ କ୍ଲିଅରାନ୍ସ ଅଥରିଟି ବୈଠକରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡର ପ୍ରସ୍ତାବିତ ବାର୍ଷିକ ୧୨ ନିୟୁତ୍ ଟନ୍ ଉତ୍ପାଦନକ୍ଷମ ମେଗା ଇସ୍ପାତ ପ୍ଲାଂଟର କ୍ଷମତାକୁ ୨୪ ନିୟୁତ ଟନ୍ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ଆଉ ୭୫ହଜାର କୋଟି ଟଙ୍କାର ନିବେଶ ହେବ ଓ ଅତିରିକ୍ତ ୧୨ହଜାର ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ଜିନ୍ଦଲ ଫେରୋୟେସ୍ ଲିମିଟେଡ ଦ୍ୱାରା ୩୪୪୯କୋଟି ଟଙ୍କା ବ୍ୟୟରେ ଯାଜପୁରର କଳିଙ୍ଗନଗରଠାରେ ୨.୩୫ ନିୟୁତ୍ ଟନ୍ ବିଶିଷ୍ଟ କାର୍ବନ ଷ୍ଟିଲ ପ୍ଲାଂଟ ସ୍ଥାପନ ହେବ ଓ ସେଥିରେ ୧୩୯୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ଏମଏସପି ମେଟାଲିକ୍ସ ତା’ର ଝାରସୁଗୁଡ଼ାସ୍ତିତ ମାରାକୁଟାସ୍ଥିତ ରେଳୱେ ସାଇଡିଂ, ପାୱାର ପ୍ଳାଂଟ ଓ ଷ୍ଟିଲ ପ୍ଲାଂଟର ସମ୍ପ୍ରସାରଣ କରିବ । ଏଥିରେ ଅତିରିକ୍ତ ୧୫୦୦କୋଟି ଟଙ୍କା ବିନିଯୋଗ କରିବ ଓ ୪ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

Also Read

ଆଭଡ଼ା ଇଲେକ୍ଟ୍ରୋ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ୧୧୩୦୦କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାର ହଳଦିଆପଡ଼ାଠାରେ ଗ୍ରୀନ୍ ଏନର୍ଜି ଉପକରଣ ଆଦି ନିର୍ମାଣ କରିବ । ଏଥିରେ ୪ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ । ବର୍ଗର ପେଂଟସ୍ ଦ୍ୱାରା ୧୪୫୮କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ କେମିକାଲ ପ୍ରକଳ୍ପ ସ୍ଥାପନ କରାଯିବ । ଏଥିରେ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

ଏଲଆଣ୍ଡଟି ଗ୍ରୀନ୍ ଏନର୍ଜି ଦ୍ୱାରା ୧୦୩୦ କୋଟି ଟଙ୍କା ବ୍ୟୟରେ ଜଗତସିଂହପୁରର ପାରାଦୀପଠାରେ, ଇଣ୍ଡିଆନ ଅଏଲ କର୍ପୋରେସନ୍ ଦ୍ୱାରା ୪୩୭୭କୋଟି ଟଙ୍କା ବ୍ୟୟରେ ଭଦ୍ରକର ଭଣ୍ଡାରୀପୋଖରୀଠାରେ,  ପେଟ୍ରୋନେଟ୍ ଏଲଏନଜି ଦ୍ୱାରା ୨୩୦୬କୋଟି ଟଙ୍କା ବ୍ୟୟରେ ଗୋପାଳପୁରଠାରେ, ତୋଷାଳୀ ସିମେଂଟ ଦ୍ୱାରା ୧୩୮୩କୋଟି ଟଙ୍କା ବ୍ୟୟରେ କୋରାପୁଟର ଆମ୍ପାଭ୍ୟାଲିଠାରେ ପ୍ରକଳ୍ପ ସ୍ଥାପନ କରିବାକୁ ଆଜି ହାଇଭେଲଲ୍ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story