Advertisment

ସାରା ଦେଶରେ କୃଷି ବିଲକୁ ବିରୋଧ ହେବ: ବାଘେଲ୍

କୃଷି ବିଲକୁ କଂଗ୍ରେସ ସମେତ ବିରୋଧୀ ଦଳର ବିରୋଧ ଶୁକ୍ରବାର ଲୋକସଭାରେ ପାରିତ ହୋଇଛି କୃଷି ବିଲ୍ ରବିବାର ରାଜ୍ୟସଭାରେ ଆଗତ ହୋଇପାରେ କୃଷି ବିଲ୍ ଘରୋଇ କମ୍ପାନୀକୁ ସରକାର ପ୍ରୋତ୍ସାହିତ କରୁଥିବା ଅଭିଯୋଗ ନୂଆଦିଲ୍ଲୀ: ଏନଡିଏ ସରକାର ଆଣିଥିବା କୃଷି ସଂସ୍କାର ବିଲକୁ ସାରା ଦେଶର ଚାଷୀ ବିରୋଧ କରିବେ। ଏବେ ହରିଆଣା, ପଞ୍ଜାବର ଚାଷୀ ବିରୋଧ କରୁଥିବା ବେଳେ ଆଗାମୀ ଦିନରେ ସାରା ଦେଶରେ ଏହାର ବିରୋଧ କରିବେ ଚାଷୀ। ଶୁକ୍ରବାର ଲୋକସଭାରେ କୃଷି […]

author-image
Subhransu Sekhar
ମୁଖ୍ୟମନ୍ତ୍ରୀ ବାଘେଲଙ୍କ ବାପାଙ୍କ ବିରୋଧରେ ଏଫଆଇଆର

bhupesh-baghel

  • କୃଷି ବିଲକୁ କଂଗ୍ରେସ ସମେତ ବିରୋଧୀ ଦଳର ବିରୋଧ
  • ଶୁକ୍ରବାର ଲୋକସଭାରେ ପାରିତ ହୋଇଛି କୃଷି ବିଲ୍
  • ରବିବାର ରାଜ୍ୟସଭାରେ ଆଗତ ହୋଇପାରେ କୃଷି ବିଲ୍
  • ଘରୋଇ କମ୍ପାନୀକୁ ସରକାର ପ୍ରୋତ୍ସାହିତ କରୁଥିବା ଅଭିଯୋଗ
Advertisment

ନୂଆଦିଲ୍ଲୀ: ଏନଡିଏ ସରକାର ଆଣିଥିବା କୃଷି ସଂସ୍କାର ବିଲକୁ ସାରା ଦେଶର ଚାଷୀ ବିରୋଧ କରିବେ। ଏବେ ହରିଆଣା, ପଞ୍ଜାବର ଚାଷୀ ବିରୋଧ କରୁଥିବା ବେଳେ ଆଗାମୀ ଦିନରେ ସାରା ଦେଶରେ ଏହାର ବିରୋଧ କରିବେ ଚାଷୀ। ଶୁକ୍ରବାର ଲୋକସଭାରେ କୃଷି ବିଲ୍ ପାରିତ ହେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହା କହିଛନ୍ତି।

ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଓ କୃଷି ସେବା ବିଲ୍‌, ୨୦୨୦ ଲୋକସଭ‌ାରେ ପାସ୍ ହୋଇଛି। ରବିବାର ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇପାରେ। ତେଣେ ସମସ୍ତ ଏନଡିଏ ବିରୋଧୀ ଦଳକୁ ରାଜ୍ୟସଭାରେ ଏକ ହୋଇ ବିଲକୁ ବିରୋଧ କରାଯିବ ବୋଲି ଆମ୍ ଆଦମୀ ପାର୍ଟି କହିଛି।

Advertisment

ଏହି ବିଲକୁ ଆଗତ କରି  କେନ୍ଦ୍ର ଘରୋଇ ଘରୋଇ ବଜାରକୁ ପ୍ରୋତ୍ସାହିତ କରୁଛନ୍ତି। ଶସ୍ୟ ସଂରକ୍ଷଣ ସୀମା ହଟାଇ ଚୁକ୍ତିଭିତ୍ତିକ ଚାଷ ଆରମ୍ଭ କରିଛନ୍ତି ବୋଲି ବାଘେଲ କହିଛନ୍ତି। ଏହି ବିଲ୍ ଆଗାମୀ ଦିନରେ ଚାଷୀଙ୍କୁ ଅଡ଼ୁଆରେ ପକାଇବ ବୋଲି ସେ କହିଛନ୍ତି।

ସରକାର ଏହି ବିଲ୍ ଆଣିବା ଦ୍ୱାରା ଅନେକ ବଡ଼ ବଡ଼ କମ୍ପାନୀ ଚାଷୀଙ୍କୁ ପଇସା ଦେଇ ପରୋକ୍ଷରେ ନିଜ ଅନୁସାରେ ଚାଷ କରାଇବେ। ଏମିତି ହେଲେ କମ୍ପା୍ନୀ ମାନଙ୍କ ହାତରେ ଦେଶର କୃଷି ବଜାର ରହିବ। ଚାଷୀଙ୍କ ଉନ୍ନତି ପାଇଁ ପୂର୍ବ ସରକାର ଯାହା ପଦକ୍ଷେପ ନେଇଥିଲେ ସେସବୁକୁ କେନ୍ଦ୍ର ସରକାର ଓଲଟ ପାଲଟ କରି ଦେଇଛନ୍ତି ବୋଲି ବାଘେଲ କହିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ତିନିଟି କୃଷି ବିଲକୁ ନେଇ ଚାଷୀମାନଙ୍କୁ ଆଶ୍ୱାସନା ଦେଇଉନ୍ତି ଯେ ଏହି ଆଇନଗୁଡିକ ସେମାନଙ୍କ ସ୍ୱାର୍ଥରେ ଅଣାଯାଇଛି।

“ଏହି ବିଲ୍ ଆମ ଚାଷୀ ମାନଙ୍କୁ ଅନେକ ପ୍ରତିବନ୍ଧକରୁ ମୁକ୍ତ କରିବ। ଏହି ସଂସ୍କାର ଆମ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦ ବିକ୍ରୟ ପାଇଁ ଅଧିକ ବିକଳ୍ପ ଏବଂ ସୁଯୋଗ ପ୍ରଦାନ କରିବ | ଏହି ସଂସ୍କାର କୃଷକ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ମଧ୍ୟସ୍ଥିମାନଙ୍କୁ ହଟାଇବ ଏବଂ କୃଷକଙ୍କ ଆୟର ଏକ ବଡ଼ ଅଂଶ ଦାବି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।