Advertisment

ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା

ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।

ଅଦ୍ୟତନ ହୋଇଛି
Adani office

Adani office

Advertisment

ଗୌତମ ଆଦାନୀ ଏବଂ ତାଙ୍କ ବୋର୍ଡର ୭ ଜଣ ସଦସ୍ୟଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଆମେରିକାର ଏକ କୋର୍ଟ। ଏମାନେ ସୌର ଶକ୍ତି ଠିକା ପାଇଁ ଭାରତର ସରକାରୀ କାର୍ଯ୍ୟକର୍ତ୍ତାଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେଇଥିବା ଅଭିଯୋଗରେ ଏହି ୱାରେଣ୍ଟ ଜାରି କରାଯାଇଛି। ତେବେ ଆମେରିକା କୋର୍ଟଙ୍କ ଏହି ୱାରେଣ୍ଟ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

Advertisment

ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ରହିଛି, ଯେଉଁମାନଙ୍କ ମଧ୍ୟରେ ଓଡ଼ିଶା ଅଛି। ସେହି ସମୟରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରର ଶାସନ ଚାଲିଥିଲା। 

ଅଭିଯୋଗ ଅନୁସାରେ, ୨୦୨୧-୨୩ ମଧ୍ୟରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀରୁ ଠିକା ପାଇବାକୁ ଆଦାନି ଗ୍ରୁପ୍ ଆନ୍ଧ୍ର ପ୍ରଦେଶର ଅଧିକାରୀମାନଙ୍କୁ ବିପୁଳ ପରିମାଣର ଲାଞ୍ଚ ଦେଇଥିଲେ।

Advertisment

ଆମେରିକାର ଅଭିଯୋଗରେ ନାମିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ (ଡିଏମକେ ଅଧୀନରେ), ଛତିଶଗଡ଼ (କଂଗ୍ରେସ ଅଧୀନରେ) ଏବଂ ଜମ୍ମୁ-କଶ୍ମୀର (କେନ୍ଦ୍ରୀୟ ଶାସନ ଅଧୀନରେ) ଥିବାବେଳେ ଆନ୍ଧ୍ର ପ୍ରଦେଶକୁ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ଶାସନ କରୁଥିଲା।

ସରକାରୀ ମାଲିକାନାରେ ଥିବା ସୌର ଶକ୍ତି ନିଗମ (SECI)କୁ ୧୨ ଗିଗାୱାଟ ସୌର ଶକ୍ତି ଯୋଗାଇବା ପାଇଁ ଆଦାନୀ ଗ୍ରୀନ୍ ଏନର୍ଜି ଏବଂ ଅନ୍ୟ ଏକ ଅକ୍ଷୟ ଶକ୍ତି କମ୍ପାନୀ ଆଜୁର୍ ପାୱାର ଦ୍ୱାରା ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। କିନ୍ତୁ ରାଜ୍ୟମାନଙ୍କ ପାଇଁ ବିଦ୍ୟୁତ କ୍ରୟ ମହଙ୍ଗା ହେବାରୁ SECI ଏହାକୁ ବିକ୍ରି କରିବା ପାଇଁ ସଙ୍ଘର୍ଷ କରିଥିଲା।

ଏହା ପରେ ଆଦାନୀ ଗ୍ରୁପ୍ ଏବଂ ଏହାର ସହଯୋଗୀମାନେ ଲାଞ୍ଚ କାରବାର କରି ନିର୍ଦ୍ଦିଷ୍ଟ ରାଜ୍ୟମାନଙ୍କୁ ସେମାନଙ୍କ ସୌର ଶକ୍ତି ବ୍ୟବହାର କରିବାକୁ ପ୍ରବର୍ତ୍ତାଇବାରେ ସାହାଯ୍ୟ କରିଥିଲେ। ଏହି ତଥ୍ୟ ଆମେରିକାର ବ୍ୟାଙ୍କ ଏବଂ ନିବେଶକ ଜାଣିପାରି ନଥିଲେ, ​​ଯାହା ଫଳରେ ଆଦାନୀ ଗ୍ରୁପ୍ ସୌର ଶକ୍ତି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା ବୋଲି ବର୍ତ୍ତମାନର ଅଭିଯୋଗରେ ଉଲ୍ଲେଖ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଆଦାନୀ ଗ୍ରୁପ୍ ଭାରତୀୟ ଅଧିକାରୀମାନଙ୍କୁ ପ୍ରାୟ ୨୬୫ ନିୟୁତ ଡଲାର ଅର୍ଥାତ୍ ୨,୨୩୬ କୋଟି ଟଙ୍କା ଲାଞ୍ଚ ଦେଇଛି। ଏହି ଅଭିଯୋଗ କ୍ରମେ ଆମେରିକା କୋର୍ଟ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବୋର୍ଡର ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

କିନ୍ତୁ ଆଦାନୀ ଗ୍ରୁପ୍ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି। ଏସବୁ ଅଭିଯୋଗ ଭିତ୍ତିହୀନ, କମ୍ପାନୀ ସମସ୍ତ ନିୟମ ଅନୁପାଳ କରିଛି, ଦରକାର ପଡ଼ିଲେ ସମସ୍ତ ଆଇନଗତ ପନ୍ଥା ଆପଣାଯିବ ବୋଲି ଆଦାନୀ ଗ୍ରୁପ୍ କହିଛି। 

Gautam Adani Adani Group Adani Bribe Row US Bribe Charge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe