Advertisment

ଅଦାନୀ ପାୱାରକୁ ଏସବିଆଇ ଦେବ ୫୦୦୦କୋଟି ଟଙ୍କା ଋଣ

ନୂଆଦିଲ୍ଲୀ:  ଅଦାନୀ ଗ୍ରୁପକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦେବ ୫୦୦୦ କୋଟି ଟଙ୍କାର ଋଣ। ଅଦାନୀ ପାୱାରର ସହଯୋଗୀ ଅଦାନୀ ପାୱାର ମହାରାଷ୍ଟ୍ର (ଏପିଏମଏଲ୍) ଓ  ଅଦାନୀ ପାୱାର ରାଜସ୍ଥାନ (ଏପିଆରଏଲ୍)କୁ ୫୦୦୦ କୋଟି ଟଙ୍କା ଋଣ ଦେବାକୁ ସହମତି ପ୍ରକାଶ କରିଛି ଏସବିଆଇ। ଅଦାନୀଙ୍କର ଏହି କଂପାନୀ ଗୁଡିକୁ ଏସବିଆଇ ୫/୨୫ ସ୍କିମ୍ ଆଧାରରେ ଋଣ ଯୋଗାଇ ଦେବ। ଫାଇନାନସିଆଲ ଏକ୍ସପ୍ରେସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଏଇ ନିକଟରେ ଅଦାନୀ ପାୱାରର […]

ଅଦ୍ୟତନ ହୋଇଛି
ଅଦାନୀ ପାୱାରକୁ ଏସବିଆଇ ଦେବ ୫୦୦୦କୋଟି ଟଙ୍କା ଋଣ

gautamadani

Advertisment

ନୂଆଦିଲ୍ଲୀ:  ଅଦାନୀ ଗ୍ରୁପକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦେବ ୫୦୦୦ କୋଟି ଟଙ୍କାର ଋଣ। ଅଦାନୀ ପାୱାରର ସହଯୋଗୀ ଅଦାନୀ ପାୱାର ମହାରାଷ୍ଟ୍ର (ଏପିଏମଏଲ୍) ଓ  ଅଦାନୀ ପାୱାର ରାଜସ୍ଥାନ (ଏପିଆରଏଲ୍)କୁ ୫୦୦୦ କୋଟି ଟଙ୍କା ଋଣ ଦେବାକୁ ସହମତି ପ୍ରକାଶ କରିଛି ଏସବିଆଇ। ଅଦାନୀଙ୍କର ଏହି କଂପାନୀ ଗୁଡିକୁ ଏସବିଆଇ ୫/୨୫ ସ୍କିମ୍ ଆଧାରରେ ଋଣ ଯୋଗାଇ ଦେବ।

Advertisment

ଫାଇନାନସିଆଲ ଏକ୍ସପ୍ରେସରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଏଇ ନିକଟରେ ଅଦାନୀ ପାୱାରର ଏହି ଦୁଇ ସହଯୋଗୀ କମ୍ପାନୀକୁ ଋଣ ଦେବା ନେଇ ଆସିଥିବା ପ୍ରସ୍ତାବକୁ ଏସବିଆଇ ମଞ୍ଜୁରୀ ଦେଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ କିଛି ବ୍ୟାଙ୍କ ମିଳିତ ଭାବେ ଅଦାନୀ ଗ୍ରୁପର କମ୍ପାନୀ ଗୁଡିକୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବେ। ସେଥିରୁ କେବଳ ଏସବିଆଇ ୫୦୦୦ କୋଟି ଟଙ୍କା ଋଣ ଦେବ।

ଏସବିଆଇ ଯେଉଁ ୫୦୦୦କୋଟି ଟଙ୍କା ଋଣ ଦେବ, ସେଥିରୁ ୨,୯୦୦ କୋଟି ଟଙ୍କା ଏପିଏମଏଲ୍ ନେବ ଓ ବାକି ୨,୧୦୦ କୋଟି ଏପିଆରଏଲ ନେବ। ପୁଣି ଏସବିଆଇ ପକ୍ଷରୁ ଏହି ଋଣ ୧୨ ପ୍ରତିଶତ ଅଧିକ ସୁଧରେ ଯୋଗାଇ ଦିଆଯିବ। ଏପିଏମଏଲ୍ ଓ ଏପିଆରଏଲ୍ ୧୯ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବେ। ଋଣ ପରିଶୋଧ ସୀମାକୁ ୧୦ ବର୍ଷରୁ ୧୯ ବର୍ଷକୁ  ବଢାଇବାକୁ  ଏସବିଆଇ ସହମତି ପ୍ରକାଶ କରିଛି । ଅଦାନୀ ଗ୍ରୁପର କଂପାନୀ ଏପିଏମଏଲ୍ ଓ ଏପିଆରଏଲକୁ ୨୦୧୪-୧୫ ଆର୍ଥିକ ବର୍ଷରେ କ୍ଷତି ସହିବାକୁ ପଡିଛି। ଏପିଏମଏଲ୍ ୬୪୬ କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଏପିଆରଏଲ ୨୮୫ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଏବେ ଏହି ଦୁଇଟି ଯାକ କମ୍ପାନୀ ଆର୍ଥିକ ସଂଙ୍କଟ ଦେଇ ଗତି କରୁଛନ୍ତି। ଏସବିଆଇ ଋଣ ଦେବାକୁ ସହମତି ପ୍ରକାଶ କରିବା ପରେ ଏହି ଦୁଇ କମ୍ପାନୀର ଅବସ୍ଥାରେ ସୁଧାର ଆସିବ ଓ ଆଗକୁ କମ୍ପାନୀ ନିଜ ସ୍ଥିତିକୁ ମଜଭୂତ କରିପାରିବ ବୋଲି ଆଶା କରାଯାଉଛି ।

Advertisment

ସୂଚନାଯୋଗ୍ୟ, ଆଇଡିବିଆଇ ବ୍ୟାଙ୍କ ମଧ୍ୟ ଅଦାନୀ ଗ୍ରପକୁ କିଛି ଋଣ ଦେଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe