Advertisment

ଗୌତମ ଆଦାନୀଙ୍କ ସମ୍ପତ୍ତି ୫୦ ବିଲିୟନ ଡଲାର ତଳକୁ ଖସିଲା

ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବେ ବିଶ୍ୱ ଧନୀ ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିରେ ମୂଲ୍ୟ ୮୩.୬ ବିଲିୟନ ଡଲାର ରହିଛି।

ଅଦ୍ୟତନ ହୋଇଛି
Gautam Adani

Gautam Adani

Advertisment

ଏକଦା ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରଖିଥିବା ଶିଳ୍ପପତି ଗୌତମ ଆଦାନୀଙ୍କୁ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ହଠାତ୍‌ ସମ୍ପତ୍ତି ବୃଦ୍ଧି କରି ବିଶ୍ୱର ୨ନଂ ଧନୀ ପାଲଟି ଯାଇଥିବା ଆଦାନୀ ଏବେ କ୍ଷତି ସହିବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୦ ବିଲିୟନ ଡଲାର ତଳକୁ ଖସି ଯାଇଛି। ଏବେ ଆଦାନୀଙ୍କ ପାଖରେ ୪୯.୧ ବିଲିୟନ ଡଲାରର ସମ୍ପତ୍ତି ରହିଛି।

Advertisment

ମାତ୍ର ମାସକ ତଳେ ୬୦ ବର୍ଷୀୟ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨୦ ବିଲିୟନ ଡଲାର ଥିଲା। ସେ ବିଶ୍ୱର ୨ନଂ ଧନୀ ମାନ୍ୟତା ମଧ୍ୟ ପାଇଥିଲେ। ହେଲେ ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆଦାନୀଙ୍କ ବିରାଟ ସାମ୍ରାଜ୍ୟକୁ ଛିନଛତର କରି ଦେଇଛି। ଆଦାନୀ ଗ୍ରୁପ୍‌ କେମିତି ଧୋକାଦାରୀ କରି ନିଜ ଶେୟାର ମୂଲ୍ୟ ବୃଦ୍ଧି କରି ଦେଖାଇଛି ଓ କେମିତି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ହାସଲ କରିଛି, ସେସବୁର ଗୁମର ହିଣ୍ଡେନବର୍ଗ ଖୋଲି ଦେଇଥିଲା। ଏହାପରେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି। ଏବେ କମ୍ପାନୀର ସମ୍ପତ୍ତି ମୂଲ୍ୟ ମଧ୍ୟ ୫୦ ବିଲିୟନ ଡଲାର ତଳକୁ ଖସି ଯାଇଛି।

ହିଣ୍ଡେନବର୍ଗ ତା’ ରିପୋର୍ଟରେ ଦାବି କରିଥିବା ତଥ୍ୟକୁ ଆଦାନୀ ଗ୍ରୁପ୍‌ ବାରମ୍ବାର ଖଣ୍ଡନ କରି ଚାଲିଛି। ଏଥିସହ ଲୋକଙ୍କ ବିଶ୍ୱାସ ଜିତିବାକୁ ମଧ୍ୟ ଉଦ୍ୟମ କରିଛି। କିନ୍ତୁ ଏହାର ପ୍ରଭାବର ଆଦାନୀ ଗ୍ରୁପ୍‌ ସପକ୍ଷରେ ଯାଇନାହିଁ। ଲୋକମାନେ ଗ୍ରୁପ୍‌ ଉପରୁ ବିଶ୍ୱାସ ତୁଟାଇବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଆଦାନୀ ଗ୍ରୁପ୍‌ ୭୧ ବିଲିୟନ ଡଲାରର କ୍ଷତି ସହି ସାରିଲାଣି। ଏଥିପାଇଁ ଆଦାନୀ ଗ୍ରୁପ୍‌ର ମାଲିକ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାର ୫୦୦ ନମ୍ବର ତଳକୁ ଖସି ଯାଇଛନ୍ତି।

Advertisment

ଅନ୍ୟପକ୍ଷରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବେ ବିଶ୍ୱ ଧନୀ ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିରେ ମୂଲ୍ୟ ୮୩.୬ ବିଲିୟନ ଡଲାର ରହିଛି।

Gautam Adani Hindenburg Hindenburg Issues
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe