Advertisment

ସିଏନଜି ଓ ପିଏନଜି ଦାମ ହ୍ରାସ କଲା ଆଦାନି ଟୋଟାଲ ଗ୍ୟାସ୍‌

ସଂସ୍ଥା ପକ୍ଷରୁ ସିଏନଜି କେଜି ପିଛା ୮.୧୩ ଟଙ୍କା ଓ ପିଏନଜି ଦାମ ୫.୦୬ ଟଙ୍କା ହ୍ରାସ କରାଯାଇଛି। ୮ ତାରିଖ ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି।

CNG

CNG

Advertisment

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଶାତୀତ କ୍ଷତି ସହିଥିବା ଆଦାନି ଗ୍ରୁପ୍‌ ଏବେ ସିଏନଜି ଓ ପିଏନଜି ଦାମ ହ୍ରାସ କରିଛି। ଆଦାନି ଟୋଟାଲ ଗ୍ୟାସ୍‌ ଲିଃ(ATLC) ଆଜିଠାରୁ ସିଏନଜି ଓ ପିଏନଜି ଦାମ ହ୍ରାସ କରିଥିବା ଘୋଷଣା କରିଛି। ସଂସ୍ଥା ପକ୍ଷରୁ ସିଏନଜି କେଜି ପିଛା ୮.୧୩ ଟଙ୍କା ଓ ପିଏନଜି ଦାମ ୫.୦୬ ଟଙ୍କା ହ୍ରାସ କରାଯାଇଛି। ୮ ତାରିଖ ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି।

Advertisment

ଗୁରୁବାର କେନ୍ଦ୍ର କ୍ୟାବିନେଟ ଗ୍ୟାସ ଦର ପାଇଁ ନୂଆ ଗାଇଡଲାଇନକୁ ଅନୁମୋଦନ ଦେଇଥିଲା। ଭାରତର ପ୍ରାକୃତିକ ଗ୍ୟାସ ଦାମ ବିଶ୍ୱ ଅଶୋଧିତ ଦର ସହ ଲିଙ୍କ କରିବାକୁ କ୍ୟାବିନେଟ ଅନୁମୋଦନ ଦେବା ପରେ ଏଟିଏଲସି ଏପରି ପଦକ୍ଷେପ ନେଇଛି।

କମ୍ପାନୀ କହିଛି ଯେ କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ସିଏନଜି ଓ ପିଏନଜି ବ୍ୟବହାର କରୁଥିବା ଗ୍ରାହକ ଉପକୃତ ହେବେ। ଗ୍ରାହକ ମାନେ ସିଏନଜି ବ୍ୟବହାର କରି ପେଟ୍ରୋଲ ତୁଳନାରେ ୪୦% ଅର୍ଥ ସଞ୍ଚୟ କରିପାରିବେ। ସେହିପରି ଏଲପିଜି ତୁଳନାରେ ଘରେ ବ୍ୟବହାର ହେଉଥିବା ପିଏନଜି ୧୫% ଶସ୍ତାରେ ପାଇବେ। କ୍ୟାବିନେଟ ନିଷ୍ପତ୍ତି ପରେ କମ୍ପାନୀ ନୂଆ ଦର ସମ୍ପର୍କରେ ଗାଇଡଲାଇନ ଜାରି କରିଥିବା ଏଟିଏଲସି କହିଛି।

Advertisment

ଏହାପୂର୍ବରୁ ଶୁକ୍ରବାର ଗେଲ ଇଣ୍ଡିଆ ଅନୁଦାନରେ ପରିଚାଳିତ ମହାନଗର ଗ୍ୟାସ ମଧ୍ୟ ସିଏନଜି ଦାମକୁ କେଜି ପିଛା ୮ ଟଙ୍କା ଓ ପିଏନଜି ଦାମ ୫ ଟଙ୍କା ହ୍ରାସ କରିଥିଲା।

Gautam Adani Adani Enterprises CNG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe