Advertisment

କରଦାତାମାନେ ଫୋନ୍ ଅବା ଇ-ମେଲରେ କାହାରିକୁ ତଥ୍ୟ ଦିଅନ୍ତୁ ନାହିଁ: ଆୟକର ବିଭାଗ

ନୂଆଦିଲ୍ଲୀ: ଇ-ମେଲ୍ ଦ୍ୱାରା ବା ଫୋନରେ କରଦାତାମାନେ ସେମାନଙ୍କ ଆର୍ଥିକ କାରବାର ସଂପର୍କରେ କାହାରିକୁ ସୂଚନା ନଦେବାକୁ ମଙ୍ଗଳବାର ଭାରତୀୟ ଆୟକର ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି। ଯଦି କେହି ଫୋନ୍ କରି ଅବା ଇ-ମେଲ୍ କରି ଏଭଳି କିଛି ତଥ୍ୟ ମାଗୁଥାଏ, ତା’ହେଲେ ତୁରନ୍ତ ମାମଲା ରୁଜୁ କରିବା ପାଇଁ ବିଭାଗ ପରାମର୍ଶ ଦେଇଛନ୍ତି। ଇନକାମ୍ ଟାକ୍ସ ରିଟର୍ଣ୍ଣସ୍ ଦାଖଲ କରିବା ସମୟ ସରି ଯିବା ପରେ ଆୟ କର ବିଭାଗ ପକ୍ଷରୁ […]

କରଦାତାମାନେ ଫୋନ୍ ଅବା ଇ-ମେଲରେ କାହାରିକୁ ତଥ୍ୟ ଦିଅନ୍ତୁ ନାହିଁ: ଆୟକର ବିଭାଗ

IncomeTax

Advertisment

ନୂଆଦିଲ୍ଲୀ: ଇ-ମେଲ୍ ଦ୍ୱାରା ବା ଫୋନରେ କରଦାତାମାନେ ସେମାନଙ୍କ ଆର୍ଥିକ କାରବାର ସଂପର୍କରେ କାହାରିକୁ ସୂଚନା ନଦେବାକୁ ମଙ୍ଗଳବାର ଭାରତୀୟ ଆୟକର ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି। ଯଦି କେହି ଫୋନ୍ କରି ଅବା ଇ-ମେଲ୍ କରି ଏଭଳି କିଛି ତଥ୍ୟ ମାଗୁଥାଏ, ତା’ହେଲେ ତୁରନ୍ତ ମାମଲା ରୁଜୁ କରିବା ପାଇଁ ବିଭାଗ ପରାମର୍ଶ ଦେଇଛନ୍ତି। ଇନକାମ୍ ଟାକ୍ସ ରିଟର୍ଣ୍ଣସ୍ ଦାଖଲ କରିବା ସମୟ ସରି ଯିବା ପରେ ଆୟ କର ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। କାରଣ ଏହି ସମୟରେ ବାକି ରହିଥିବା ଆୟକର ତଥା ବେଆଇନ୍ ଫାଇଦାର ପ୍ରତିଶ୍ରୁତି ଦେଇ ହ୍ୟାକର୍ ଓ ଠକେଇ କରୁଥିବା ଲୋକେ କରଦାତାମାନଙ୍କୁ ଫୋନ୍ ଓ ଇ-ମେଲ୍ କରନ୍ତି।

Advertisment

ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ଆୟକର ବିଭାଗର ଅଧିକାରୀ ଅବା କର୍ମଚାରୀ କହି ଅନେକ ବ୍ୟକ୍ତି କରଦାତାଙ୍କୁ ବ୍ୟାଙ୍କ ଏକାଉଣ୍ଟ୍ ସଂପର୍କିତ ସବିଶେଷ ତଥ୍ୟ, ପାସୱାର୍ଡ, ୱାନ୍-ଟାଇମ୍ ପାସୱାର୍ଡ ଆଦି ମାଗୁଥିବା ଘଟଣା ନଜରକୁ ଆସୁଛି। ତେବେ ଆୟକର ବିଭାଗ ଆଦୌ ଏସବୁ ତଥ୍ୟ ଇ-ମେଲ୍ ଅବା ଫୋନ୍ ଯୋଗେ ଆବଶ୍ୟକ କରେ ନାହିଁ। ଯଦି କୌଣସି ବ୍ୟକ୍ତି ଫୋନ୍ ଅବା ଇ-ମେଲ୍ ଯୋଗେ ଏଭଳି ତଥ୍ୟ ମାଗୁ ଥାଆନ୍ତି ତା’ହେଲେ କରଦାତାମାନେ ତୁରନ୍ତ ଏକ ଅଭିଯୋଗ ଦାଖଲ କରିବା ଉଚିତ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe