Advertisment

ରବିବାର ସତ୍ତ୍ୱେ ମାର୍ଚ୍ଚ ୩୧ରେ ଖୋଲା ରହିବ ବ୍ୟାଙ୍କ୍‌

ଦେଶର ସବୁ ଏଜେନ୍ସି ବ୍ୟାଙ୍କ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

RBI

RBI

Advertisment

ରବିବାର ସତ୍ତ୍ୱେ ଚଳିତ ମାସର ଶେଷ ତାରିଖ ଅର୍ଥାତ ମାର୍ଚ୍ଚ ୩୧ରେ ସବୁ ବ୍ୟାଙ୍କ ଖୋଲା ରହିବ। ଦେଶର ସବୁ ଏଜେନ୍ସି ବ୍ୟାଙ୍କ ରବିବାର ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମୁଖ୍ୟ ଜେନେରାଲ ମ୍ୟାନଜରଙ୍କ ନାଁରେ ଜାରି ହୋଇଥିବା ନୋଟିଫିକେସନରେ କୁହାଯାଇଛି ଯେ ଭାରତ ସରକାର ମାର୍ଚ୍ଚ ୩୧ରେ ବ୍ୟାଙ୍କଗୁଡ଼ିକ ଖୋଲା ରଖିବା ପାଇଁ ଅନୁରୋଧ କରିଥିଲେ।

ସରକାରୀ ନେଣଦେଣ ସହ ଜଡ଼ିତ ଦେଶର ସବୁ ବ୍ୟାଙ୍କର ବ୍ରାଞ୍ଚକୁ ରବିବାର ସତ୍ତ୍ୱେ ଖୋଲା ରଖିବାକୁ ଅନୁରୋଧ ଆସିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହେଉଛି ମାର୍ଚ୍ଚ ୩୧। ଆର୍ଥିକ ବର୍ଷର ଶେଷ ଦିନ ସରକାରୀ ନେଣଦେଣକୁ ସୂଚାରରୂପେ ତୁଲାଇବା ପାଇଁ ମାର୍ଚ୍ଚ ୩୧ରେ ସବୁ ବ୍ୟାଙ୍କର ବ୍ରାଞ୍ଚଗୁଡ଼ିକ ଖୋଲା ରହିବ।

Advertisment

ସରକାରୀ କାରବାର ସହ ଜଡ଼ିତ ଥିବା ବ୍ରାଞ୍ଚଗୁଡ଼ିକୁ ମାର୍ଚ୍ଚ ୩୧ରେ ଖୋଲା ରଖିବା ପାଇଁ ଏଜେନ୍ସି ବ୍ୟାଙ୍କକୁ ପରାମର୍ଶ ଦିଆଯାଇଛି। ସେହିପରି ଉକ୍ତ ଦିନ ବ୍ୟାଙ୍କ ସେବା ଜାରି ରହିବ ବୋଲି ବ୍ୟାଙ୍କଗୁଡ଼ିକ ମଧ୍ୟ ପ୍ରଚାର ମାଧ୍ୟମରେ ସମସ୍ତଙ୍କୁ ଜଣାଇବେ ବୋଲି ନୋଟିଫିକେସନରେ କୁହାଯାଇଛି। 

State Bank Banking RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe