କାଲିଠୁ ଆରମ୍ଭ ହେଉଛି ଆମାଜନ୍‌ର ଦୀପାବଳି ସେଲ୍‌

ନୂଆଦିଲ୍ଲୀ: ଦୀପାବଳିରେ ପ୍ରାୟ ସମସ୍ତେ କିଛି ନା କିଛି ନୂଆ ଜିନିଷ ଘରକୁ ଆଣନ୍ତି। ଯଦି ଆପଣ ବି ଏଥର ଦୀପାବଳି ଅନ୍ୟାନ୍ୟ ଜିନିଷ ସହ ମୋବାଇଲ୍‌ ଫୋନ୍ କିଣିବା କଥା ଭାବୁଛନ୍ତି, ତା’ହେଲେ ଏକ ଖୁସି ଖବର ରହିଛି। ଆସନ୍ତା କାଲିଠୁ ଆରମ୍ଭ ହେଉଛି ଆମାଜନର ଦୀପାବଳି ସେଲ୍।  ଏହା କାଲିଠାରୁ ୨୫ ତାରିଖ ଯାଏ ଚାଲିବ, ଯେଉଁଥିରେ ସ୍ମାର୍ଟଫୋନ୍‌ ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ୍‌ ମିଳିବ। ସବୁଥର ପରି ଏଥର ମଧ୍ୟ ଆମାଜନ୍‌ ପ୍ରାଇମ୍ ମେମ୍ବରମାନଙ୍କୁ […]

phones

Chinmayee Roy
  • Published: Sunday, 20 October 2019
  • , Updated: 20 October 2019, 03:24 PM IST

ନୂଆଦିଲ୍ଲୀ: ଦୀପାବଳିରେ ପ୍ରାୟ ସମସ୍ତେ କିଛି ନା କିଛି ନୂଆ ଜିନିଷ ଘରକୁ ଆଣନ୍ତି। ଯଦି ଆପଣ ବି ଏଥର ଦୀପାବଳି ଅନ୍ୟାନ୍ୟ ଜିନିଷ ସହ ମୋବାଇଲ୍‌ ଫୋନ୍ କିଣିବା କଥା ଭାବୁଛନ୍ତି, ତା’ହେଲେ ଏକ ଖୁସି ଖବର ରହିଛି। ଆସନ୍ତା କାଲିଠୁ ଆରମ୍ଭ ହେଉଛି ଆମାଜନର ଦୀପାବଳି ସେଲ୍।  ଏହା କାଲିଠାରୁ ୨୫ ତାରିଖ ଯାଏ ଚାଲିବ, ଯେଉଁଥିରେ ସ୍ମାର୍ଟଫୋନ୍‌ ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ୍‌ ମିଳିବ। ସବୁଥର ପରି ଏଥର ମଧ୍ୟ ଆମାଜନ୍‌ ପ୍ରାଇମ୍ ମେମ୍ବରମାନଙ୍କୁ ଏହାର ସୁବିଧା ଗୋଟିଏ ଦିନ ଆଗରୁ ଅର୍ଥାତ୍‌ ଆଜିଠୁ ଦେଇଛି।

ଏହି ସେଲ୍‌ରେ OnePlus 7T, Samsung Galaxy M30s ଓ Vivo U10 ପରି ସ୍ମାର୍ଟଫୋନ୍‌ରେ ଭଲ ଡିସ୍‌କାଉଣ୍ଟ୍‌ ମିଳିବ। ଏଥିସହ ବିଭିନ୍ନ ମୋବାଇଲ୍‌ ଆକ୍ସେସରିଜ୍‌ ବି ସୁଲଭ ମୂଲ୍ୟରେ ମିଳିବ। ମାତ୍ର ୪୯ ଟଙ୍କାରୁ ଏହା ଆରମ୍ଭ ହେବ। ଏହି ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ପାଇଁ ଆମାଜନ୍ ‘ଆକ୍ସିସ ବ୍ୟାଙ୍କ’ ଓ ‘ସିଟି ବ୍ୟାଙ୍କ’ ସହ ଚୁକ୍ତି କରିଛି। ଏହି ଦୁଇ ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ରେ ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ କ୍ୟାଶ୍‌ବ୍ୟାକ୍‌ ମିଳିବ।

ଏହି ସେଲ୍‌ରେ Redmi Note 8 Pro ଓ Redmi Note 8କୁ ମଧ୍ୟ ପ୍ରଥମ ଥର ସେଲ୍‌ ପାଇଁ ଉପଲବ୍ଧ କରାଯିବ, ଯାହାକି ଆସନ୍ତା କାଲି ମଧ୍ୟାହ୍ଣ ୧୨ଟାରୁ ଆରମ୍ଭ ହେବ। ଏଥିରେ  Redmi 7Aକୁ ୬ ହଜାର ୯୯୯ଟଙ୍କାରେ ବିକ୍ରି କରାଯିବ। ସେହିପରି Galaxy M10s ଓ Galaxy A10sକୁ ୧ହଜାର ଟଙ୍କା ରିହାତିରେ ବିକ୍ରି କରାଯିବ। Vivo U10ରେ ଗ୍ରାହକ ପ୍ରିପେଡ୍‌ ଅପ୍‌ଶନ୍‌ ଉପରେ ହଜାର ଟଙ୍କାର ରିହାତି ଲାଭ ପାଇପାରିବେ।

ନିକଟରେ ଲଞ୍ଚ୍ ହୋଇଥିବା Nokia 6.2 ଉପରେ ମଧ୍ୟ ଟେମ୍ପରାରୀ ପ୍ରାଇସ୍‌ କଟ୍‌ ଦେଖିବାକୁ ମିଳିବ। ଗ୍ରାହକ ଏହାକୁ ୧୫ ହଜାର ୯୯୯ ଟଙ୍କା ବଦଳରେ ୧୪ ହଜାର ୪୯୯ ଟଙ୍କାରେ ପାଇ ପାରିବେ। ସେହିପରି OnePlus 7କୁ ୨୯ ହଜାର ୯୯୯ ଟଙ୍କା ଓ OnePlus 7 Proକୁ ୪୩ ହଜାର ୯୯୯ ଟଙ୍କାରେ ଗ୍ରାହକମାନେ କିଣିପାରିବେ। ଏଥିସହ iPhone XRକୁ ୪୪ ହଜାର ୯୯୯ ଟଙ୍କା ଓ Poco F1କୁ  ୧୪ ହଜାର ୯୯୯ ଟଙ୍କାରେ କିଣି ପାରିବେ।

 

Related story