Advertisment

୧୯ରୁ ଆମାଜନ୍‌ 'ଗ୍ରେଟ୍‌ ଇଣ୍ଡିଆନ୍ ସେଲ୍'

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଶପିଂ ସେଣ୍ଟର ଆମାଜନ୍‌ ତା’ର ୨୦୨୦ର ପ୍ରଥମ ସେଲ୍‌ର ଘୋଷଣା କରିଦେଇଛି। ଏହି ସେଲ୍‌ରେ ସାମସଙ୍ଗ, ଓପୋ, ଶାଓମି, ରିୟଲମି, ଏଲ୍‌ଜି ଓ ଭିଭୋ ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ। ଏଥିରେ ମାତ୍ର ୮୩୩ ଟଙ୍କାରେ ଇଏମ୍‌ଆଇର ସୁବିଧା ମିଳିବ। ଏହା ବ୍ୟତୀତ ଏସ୍‌ବିଆଇ ଗ୍ରାହକ ମାନଙ୍କୁ ସ୍ପେଶାଲ୍‌ କ୍ୟାଶ୍‌ବ୍ୟାକ୍ ଦିଆଯିବ। ଆମାଜନ୍‌ର ଏହି ‘ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌’ ଜାନୁଆରୀ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସବୁଥର ଭଳି ଏଥର ମଧ୍ୟ […]

ଅଦ୍ୟତନ ହୋଇଛି
୧୯ରୁ ଆମାଜନ୍‌ 'ଗ୍ରେଟ୍‌ ଇଣ୍ଡିଆନ୍ ସେଲ୍'

amazon

Advertisment

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଶପିଂ ସେଣ୍ଟର ଆମାଜନ୍‌ ତା’ର ୨୦୨୦ର ପ୍ରଥମ ସେଲ୍‌ର ଘୋଷଣା କରିଦେଇଛି। ଏହି ସେଲ୍‌ରେ ସାମସଙ୍ଗ, ଓପୋ, ଶାଓମି, ରିୟଲମି, ଏଲ୍‌ଜି ଓ ଭିଭୋ ଫୋନ୍‌ରେ ଆକର୍ଷଣୀୟ ରିହାତି ମିଳିବ। ଏଥିରେ ମାତ୍ର ୮୩୩ ଟଙ୍କାରେ ଇଏମ୍‌ଆଇର ସୁବିଧା ମିଳିବ। ଏହା ବ୍ୟତୀତ ଏସ୍‌ବିଆଇ ଗ୍ରାହକ ମାନଙ୍କୁ ସ୍ପେଶାଲ୍‌ କ୍ୟାଶ୍‌ବ୍ୟାକ୍ ଦିଆଯିବ। ଆମାଜନ୍‌ର ଏହି ‘ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌’ ଜାନୁଆରୀ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

publive-imageସବୁଥର ଭଳି ଏଥର ମଧ୍ୟ ଆମାଜନ୍‌ ପ୍ରାଇମ୍‌ ମେମ୍ବରଙ୍କ ପାଇଁ ଏହି ସେଲ୍‌ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୮ ତାରିଖ ମଧ୍ୟାହ୍ଣ ୧୨ଟାରୁ ଆରମ୍ଭ ହେବ। ଏହି ସେଲ୍‌ରେ ନୂଆ ଫୋନ୍‌ ଯେପରିକି  Redmi Note 8 Proରେ ଡିସ୍‌କାଉଣ୍ଟ ଦିଆଯିବ। ସେହିପରି OnePlus 7Tରେ ଏକ୍ସଚେଞ୍ଜ ଡିସ୍‌କାଉଣ୍ଟ ଓ ୧୨ ମାସର ନୋ କଷ୍ଟ ଇଏମ୍‌ଆଇର ଅପ୍‌ଶନ୍‌ ମିଳିବ। ଏଥିସହ ସାମସଙ୍ଗ Galaxy M30 ଓ Vivo U20 ମଧ୍ୟ କମ୍‌ ମୂଲ୍ୟରେ ମିଳିବ। ଏହା ବ୍ୟତୀତ ଏହି ସେଲ୍‌ରେ iPhone XRରେ ମଧ୍ୟ ଆକର୍ଷଣୀୟ ଅଫର୍‌ ମିଳିବ।

ଆମାଜନ୍‌ର ଏହି ସେଲ୍‌ରେ ମୋବାଇଲ୍‌ ଆକ୍ସେସରିଜ୍‌ର ମୂଲ୍ୟ  ୬୯ ଟଙ୍କାରୁ ଆରମ୍ଭ ହେବ। ଏଥିସହ  HP, JBL, Bose ଓ Sony ପରି  କମ୍ପାନୀର ପ୍ରଡକ୍ଟ ଭଲ ମୂଲ୍ୟରେ ମିଳିବ। SBI କ୍ରେଡିଟ୍‌ କାର୍ଡ଼ ଓ ଇଏମଆଇରେ ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳିବ। ଏଥିସହ ନୋ କଷ୍ଟ ଇଏମ୍‌ଆଇ ଓ ଏକ୍ସଚେଞ୍ଜର ସୁବିଧା ବି ମିଳିବ। ଏହି ସେଲ୍‌ରେ ଫୋନ୍‌ ବ୍ୟତୀତ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ମଧ୍ୟ ବିଶେଷ ରିହାତିର ଅଫର୍‌ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe