Advertisment

ଆମାଜନ ବିକ୍ରେତାଙ୍କ ତଥ୍ୟ ଚୋରି କରୁଥିବା ଅଭିଯୋଗ, ଦେଇପାରେ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ୧.୩୮ ଲକ୍ଷ କୋଟି ଟଙ୍କା ଜୋରିମାନା ଦେଇପାରେ। ଆମାଜନ ନିଜ ଗ୍ରାହକଙ୍କ ତଥ୍ୟକୁ ଭୁଲ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ୟୁରୋପିଆନ୍ ୟୁନିଅନ୍ ଆମାଜନ ବିରୋଧରେ ଏହି ବେଆଇନ୍ କାରବାରର ଅଭିଯୋଗ ଆଣିଛି। ୟୁରୋପିଆନ୍ ୟୁନିଅନ୍ କହିଛି ଯେ ଇ-କମର୍ସ କମ୍ପାନୀ ଏହାର ପ୍ଲାଟଫର୍ମକୁ ବ୍ୟବହାର କରି ବିକ୍ରେତା ବ୍ୟବସାୟୀଙ୍କ ତଥ୍ୟକୁ ବେଆଇନ୍ ଭାବରେ ବ୍ୟବହାର କରୁଛି। ଆମାଜନ ବିକ୍ରେତାଙ୍କ ତଥ୍ୟକୁ ନିଜ ମାର୍କେଟରେ ବ୍ୟବହାର କରି ବିକ୍ରି ବୃଦ୍ଧି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆମାଜନ ବିକ୍ରେତାଙ୍କ ତଥ୍ୟ ଚୋରି କରୁଥିବା ଅଭିଯୋଗ, ଦେଇପାରେ ମୋଟା ଅଙ୍କର ଜୋରିମାନା

AMAZON

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ୧.୩୮ ଲକ୍ଷ କୋଟି ଟଙ୍କା ଜୋରିମାନା ଦେଇପାରେ। ଆମାଜନ ନିଜ ଗ୍ରାହକଙ୍କ ତଥ୍ୟକୁ ଭୁଲ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ୟୁରୋପିଆନ୍ ୟୁନିଅନ୍ ଆମାଜନ ବିରୋଧରେ ଏହି ବେଆଇନ୍ କାରବାରର ଅଭିଯୋଗ ଆଣିଛି।

Advertisment

ୟୁରୋପିଆନ୍ ୟୁନିଅନ୍ କହିଛି ଯେ ଇ-କମର୍ସ କମ୍ପାନୀ ଏହାର ପ୍ଲାଟଫର୍ମକୁ ବ୍ୟବହାର କରି ବିକ୍ରେତା ବ୍ୟବସାୟୀଙ୍କ ତଥ୍ୟକୁ ବେଆଇନ୍ ଭାବରେ ବ୍ୟବହାର କରୁଛି। ଆମାଜନ ବିକ୍ରେତାଙ୍କ ତଥ୍ୟକୁ ନିଜ ମାର୍କେଟରେ ବ୍ୟବହାର କରି ବିକ୍ରି ବୃଦ୍ଧି କରିବାକୁ ଚେଷ୍ଟା କରିବା ବେଆଇନ୍। ଏବେ ୟୁରୋପିଆନ୍ ୟୁନିଅନ୍ ଏହାର ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ତେବେ ଆମାଜନ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଯଦି ଆମାଜନ ଦୋଷୀ ସାବ୍ୟସ୍ତ ହୁଏ, ତେବେ ପ୍ରାୟ ୧୯ ବିଲିୟନ ଡଲାର ବା ୧.୩୮ ଲକ୍ଷ ଟଙ୍କା  ଜୋରିମାନା ଦେଇପାରେ।

Advertisment